ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଉପରେ ଆସୁଛି ନୂଆ ଆଇନ: ଜାଣନ୍ତୁ କ’ଣ ରହିବ କଟକଣା

Published: Jan 3, 2021, 6:19 pm IST

ନୂଆଦିଲ୍ଲୀ: ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଏବଂ ବିଜ୍ଞାପନ ଉପରେ କେନ୍ଦ୍ର ସରକାର ନୂଆ କଟକଣା ଲଗାଇବାକୁ ଯାଉଛନ୍ତି। ସେଥିପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି।

ନୂଆ ନିୟମ ଅନୁଯାୟୀ, ୨୧ ବର୍ଷ ବୟସ୍କ ହିଁ  ତମାଖୁ କିଣିପାରିବ। ପୂର୍ବରୁ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷ ଥିଲା। ଏବେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାବା ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛି। ସରକାର ଏ ସଂକ୍ରାନ୍ତରେ ୨୦୦୩ର ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି।

ବିଲରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଜଣେ ଦୋକାନୀ ୨୧ ବର୍ଷ କିମ୍ବା ତାଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଦ୍ରବ୍ୟ ବିକ୍ର କରିପାରିବ ନାହିଁ। ଏହା ସହିତ ଯେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସର ମଧ୍ୟରେ ତମାଖୁ ବିକ୍ରି ହୋଇପାରିବ ନାହିଁ।

ସେହିପରି ଧାରା ୭ରେ ସଂଶୋଧନ କରାଯାଇ ସିଗାରେଟ୍, କୌଣସି ତମାଖୁ ଖୋଲା ବିକ୍ରି ହୋଇପାରବ ନାହିଁ। ଏହି ଧାରା ୭ ଉଲ୍ଲଂଘନ କଲେ ଦୁଇରୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ କିମ୍ବା ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ସେହିଭଳି ବିଜ୍ଞାପନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ସିଗାରେଟ୍ ଏବଂ ତମାଖୁ ବିକ୍ରି କରିବା ନେଇ ବିଜ୍ଞାପନ କରି ପାରିବେ ନାହିଁ।

Related posts