କଟକଣା ହଟିବା ପରେ ସାନିଟାଇଜ୍ ହେଲା ସ୍ୱର୍ଗଦ୍ୱାର

Published: Oct 20, 2020, 12:51 pm IST

ପୁରୀ : ପୁରୀ ସ୍ବର୍ଗଦ୍ବାରର ଶବ ଦାହ କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି ।

ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି ।କରୋନାକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ପରେ ଜୁଲାଇ ମାସରୁ ଶବଦାହ ଉପରେ କଟକଣା ଲାଗିଥିଲା ।

Related posts