ଦିଲ୍ଲୀରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ: ରାତ୍ରି ୧୦ ଟାରୁ ସକାଳ ୫ ଟା ଯାଏଁ ରହିବ କଟକଣା

Published: Apr 6, 2021, 12:32 pm IST

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଆଜି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛି। ଏହି କର୍ଫ୍ୟୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାତ୍ରି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।

ଏହି ସମୟରେ ରାସନ, ପାରିବା, କ୍ଷୀର ଏବଂ ଔଷଧ ଭଳି ଜରୁରୀକାଳୀନ ସାମଗ୍ରୀ ପାଇଁ ଇ-ପାସ ଜରିଆରେ ଯାତାୟାତ କରିପାରିବେ। ଇ-ପାସ ମାଧ୍ୟମରେ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ପରିଚୟ ପାତ୍ର ଦେଖାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଯାତାୟାତ କରିପାରିବେ।

ଟିକେଟ ଦେଖାଇବା ପରେ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟାଣ୍ଡକୁ ଯିବା ପାଇଁ ଯାତ୍ରମାନଙ୍କୁ ଅନୁମତି ମିଳିବ। ଯାତ୍ରୀବାହି ଗାଡି ଯଥା ବସ, ମେଟ୍ରୋ, ଅଟୋ, ଟ୍ୟାକ୍ସି ଆଦିକୁ ନିର୍ଦ୍ଧାରିତ ସମୟରେ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଅନୁମତି ମିଳିବ।

Related posts