Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର
ଆଜିର ଖବର

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

December 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ
କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍‌ଘାଟନ କରିବେ।

ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ଭିସେସ୍ ସ୍ପୋର୍ଟ୍ସ ବୋର୍ଡର ୧୪୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

ଉଦ୍‌ଘାଟନୀ ଉତ୍ସବ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପେ୍ଲକ୍ସସ୍ଥିତ କେଡି ଯାଦବ ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଦିଲ୍ଲୀ ପୁଲିସ ବ୍ୟାଣ୍ଡ୍ ଭବ୍ୟ ପରିବେଷଣ କରିବା ପରେ ‘ୱି ଆର୍ ୱାନ୍‌’ ଗ୍ରୁପ୍‌ର ନୃତ୍ୟ କଳାକାରମାନେ ‘ମିଟି ମେଁ ମିଲ୍ ଜାୱା’ ଏବଂ ‘ବନ୍ଦେ ମାତରମ୍‌’ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ।

ଉଦ୍‌ଘାଟନୀ ସମାରୋହରେ କ୍ରୀଡା ସଙ୍ଗୀତ ଟ୍ରାକ୍‌ରେ ଦର୍ଶକ ମାନେ ଝୁମିବେ ଏବଂ ‘ଇଭୋଲ୍ୟୁସନ୍ ଅଫ୍ ପାରା ଗେମ୍ସ’ (ପାରା କ୍ରୀଡାର ବିକାଶ) ବିଷୟବସ୍ତୁ ଉପରେ ଏକ ଏଲ୍‌ଇଡି ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିବ। ଉଦ୍‌ଘାଟନୀ ସମାରୋହରେ ସାଇ ଅଧିକାରୀ ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରଦର୍ଶନ ମଧ୍ୟ କରାଯିବ।

ସାଂସ୍କୃତିକ କାର୍ଯ୍ୟକ୍ରମ ‘ୟୁନାଇଟେଡ୍ ବାଇ ସ୍ପୋର୍ଟସ’ (କ୍ରୀଡା ମାଧ୍ୟମରେ ଏକଠି ହେବା) ପରିବେଷଣ ସହିତ ଶେଷ ହେବ ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ରହିବ।

ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରିବା ପଛରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତ ପାରା ଆଥଲେଟ୍ (ଶାରୀରିକ ଭିନ୍ନକ୍ଷମ କ୍ରୀଡାବିତ୍‌) ମାନଙ୍କୁ ସଶକ୍ତ କରିବା। ଶାରୀରିକ ଭିନ୍ନକ୍ଷମ ମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ, ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ କର୍ଣ୍ଣି ସିଂହ ସୁଟିଂ ରେଞ୍ଜ ଭଳି ତିନୋଟି ସ୍ଥାନରେ ଉଦ୍‌ଘାଟନୀ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି। ଆଥଲେଟିକ୍ସ, ସୁଟିଂ, ତୀରନ୍ଦାଜି, ଫୁଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଭାରୋତ୍ତୋଳନ ଭଳି ୭ଟି ପାରା କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶୀତଲ ଦେବୀ, ଭାବିନା ପଟେଲ, ଅଶୋକ, ପ୍ରମୋଦ ଭଗତଙ୍କ ଭଳି ଭାରତର ଅନେକ ଶୀର୍ଷ ସ୍ତରର ଅନ୍ତର୍ଜାତୀୟ ପାରା ତାରକା କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିବେ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବିପୁଳ ସଫଳତା ପରେ ଏବେ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି ଏବଂ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନକୁ ନେଇ ରାଜଧାନୀରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବ ସମନ୍ୱିତକରଣର ପ୍ରତୀକ ହେବା ସହ ମାନବୀୟ ମର୍ଯ୍ୟାଦାକୁ ପାଳନ କରିବ।

ଅନୁରାଗ ସିଂହ ଠାକୁର ଖେଲୋ ଇଣ୍ଡିଆ ପାରା ଗେମ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Latest News

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.