Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଶଂସା
ଅନ୍ତରାଷ୍ଟ୍ରୀୟ

ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଶଂସା

December 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏମଏଫ
IMF ରିପୋର୍ଟରେ ଚମକିଲା ଭାରତ

ନୂଆଦିଲ୍ଲୀ: ବୈଶ୍ୱିକ ପ୍ରତିକୂଳ ପରିସ୍ଥିତି ସତ୍ୱେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଦୃଢ଼ତାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି। ମୁଦ୍ରାପାଣ୍ଠି ପକ୍ଷରୁ ପ୍ରକାଶିତ ବାର୍ଷିକ ପରାମର୍ଶ ରିପୋର୍ଟରେ କୁହାଯାଇଛି ଯେ ଭାରତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ ଷ୍ଟାର ପର୍ଫରମର ବା ଉଲ୍ଲେଖନୀୟ ପ୍ରଦର୍ଶନକାରୀ ରାଷ୍ଟ୍ର ହୋଇପାରିଛି। ବିଶ୍ୱର ଅର୍ଥନୀତିକ ଅଭିବୃଦ୍ଧିରେ ଭାରତର ଅବଦାନ ୧୬ ଶତାଂଶରୁ ଅଧିକ ରହିବ। ବାସ୍ତବବାଦୀ ଓ ବୁଦ୍ଧିମାନ ସ୍ଥୂଳ ଆର୍ଥିକ ନୀତି (ମାକ୍ରୋ ଇକୋନୋମିକ୍ ପଲିସି) ଦ୍ୱାରା ଭାରତ ଚଳିତବର୍ଷ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବାକୁ ଠିକଣା ବାଟରେ ଅଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ସରକାର ଭିତ୍ତିଭୂମି କ୍ଷେତ୍ର ଏବଂ ଲଜିଷ୍ଟିକ୍ ବିକାଶରେ ପୁଞ୍ଜିନିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଭାରତ ସରକାର ଅନେକ ଢାଂଚାଗତ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରୁ ‘ଡିଜିଟାଇଜେସନ’ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ। ଦୀର୍ଘଦିନ ଧରି କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ବଢାଇବା ନିମନ୍ତେ ଏକ ସୁଦୃଢ ମଞ୍ଚ ତିଆରି ହୋଇଛି। ଏହା ମଧ୍ୟ ଭବିଷ୍ୟତରେ ଉତ୍ପାଦକତା ବଢାଇବାରେ ସହାୟକ ହେଉଛି। ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୩ଶତାଂଶ ହେବ ବୋଲି ଆକଳନ କରାଯାଇଛି। ଦେଶର ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟ୍ରକର ବା ଡିପିଆଇ ଓ ମଜବୁତ ସରକାରୀ ଭିତ୍ତିଭୂମି ଭାରତର ନିରନ୍ତର ଅଭିବୃଦ୍ଧି ହାର ବଢାଇବାରେନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରିପୋର୍ଟରେ କୁହାଯାଇଛି।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏହି ରିପୋର୍ଟ ଅନୁସାରେ ଭାରତ ପାଖରେ ଅଧିକ ଅର୍ଥନୀତିକ ଅଭିବୃଦ୍ଧି ହାସଲ କରିବାର ସାମର୍ଥ୍ୟ ରହିଛି। ଦେଶର ଶ୍ରମ ଓ ମାନବ ସମ୍ବଳର ଅବଦାନ ବଢିଲେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ଆହୁରି ବୃଦ୍ଧି ପାଇବ। ତେବେ ଏଥିପାଇଁ ପୂର୍ଣ୍ଣାଙ୍ଗ ସଂସ୍କାରମାନ କାର୍ଯ୍ୟକାରୀ କରିବାକୁ ହେବ। ମୁଦ୍ରାପାଣ୍ଠି ଆହୁରି କହିଛି ଯେ ଭାରତର ନୀତିଗତ ଅଗ୍ରାଧିକାର ବା ପଲିସି ପ୍ରାୟରିଟି ରେ ବିତ୍ତୀୟ ପ୍ରତିରୋଧ (ବଫର) ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ପଡିବ। ଏହା ସହିତ ଦରଦାମରେ ସ୍ଥିରତା ରକ୍ଷା, ବିତ୍ତୀୟ ସ୍ଥିରତାକୁ ଜାରି ରଖିବା ଓ ପୂର୍ଣ୍ଣାଙ୍ଗ ଢାଞ୍ଚାଗତ ସଂସ୍କାର ମାଧ୍ୟମରେ ସମାବେଶୀ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ହେବ।

ଭାରତୀୟ ରିଜର୍ଭ ବ୍ୟାଙ୍କର ସକ୍ରିୟ ବିତ୍ତୀୟ ନୀତି ଓ କାର୍ଯ୍ୟକ୍ରମକୁ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ ପ୍ରଶଂସା କରାଯାଇଛି। ରିଜର୍ଭ ବ୍ୟାଙ୍କ ଦେଶର ଜିନିଷପତ୍ରର ମୂଲ୍ୟ ସ୍ଥିର ରଖିବାକୁ ଅଙ୍ଗୀକୃତ ଭାବେ କାମ କରୁଛି। ବର୍ତମାନର ନିରପେକ୍ଷ ବିତ୍ତୀୟ ନୀତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତିକୁ କ୍ରମଶଃ ଧାର୍ଯ୍ୟ ସୀମା ମଧ୍ୟକୁ ଫେରାଇ ଆଣିବାକୁ ଯେଉଁ ପ୍ରୟାସ କରୁଛି ତାହା ଠିକ୍ ଅଛି। ଡାଟା ଆଧାରିତ ଆଭିମୁଖ୍ୟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ କାମ କରୁଥିବା ମୁଦ୍ରାପାଣ୍ଠି କହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସ କମିଟି ପଲିସି ରେପୋ ରେଟ୍କୁ ୨୦୨୨-୨୩ ଆର୍ଥିକ ବର୍ଷର ୨୫୦ ବେସ୍ ପଏଣ୍ଟ ବଢାଇ ୬.୫ ଶତାଂଶରେ ରଖିବାର ମୁଖ୍ୟ କାରଣ ଥିଲା ଉଚ୍ଚ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣକୁ ଆଣିବା। ଏହି ଆଭିମୁଖ୍ୟର ପ୍ରଭାବ ମୁଦ୍ରାସ୍ପୀତି ନିୟନ୍ତ୍ରଣ ଉପରେ ପଡିଛି।

ଡିପିଆଇ ଭାରତୀୟ ଅର୍ଥନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.