Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଯୁକ୍ତ ବଧୂ ହେବାକୁ ଚାହୁଁଛନ୍ତି କି, ମାସିକ ମାତ୍ର ୫୦୦୦ ଟଙ୍କାରେ ଆପଣଙ୍କୁ ମିଳିବ ତାଲିମ ଓ ଆପଣ ବନିଯିବେ ଉତ୍ତମ ବଧୂ
ଆଜିର ଖବର

ଉପଯୁକ୍ତ ବଧୂ ହେବାକୁ ଚାହୁଁଛନ୍ତି କି, ମାସିକ ମାତ୍ର ୫୦୦୦ ଟଙ୍କାରେ ଆପଣଙ୍କୁ ମିଳିବ ତାଲିମ ଓ ଆପଣ ବନିଯିବେ ଉତ୍ତମ ବଧୂ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ। ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଯେକୌଣସି ଧର୍ମ ହେଉନା କାହିଁକି ପ୍ରତ୍ୟେକ ଧର୍ମରେ ବିବାହ ଏକ ମଜବୁତ୍‌ ସାମାଜିକ ବନ୍ଧନ ନିର୍ମାଣ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ ସାତ ଜନ୍ମ ପାଇଁ ହୋଇଥାଏ । ସବୁ ପରିବାର ଚାହିଁଥା’ନ୍ତି ତାଙ୍କୁ ଘରକୁ ଆସୁଥିବା ବୋହୂ ସର୍ବଗୁଣ ସମ୍ପନ୍ନା ହେଉ । ପ୍ରତ୍ୟେକ ଶାଶୁମାନଙ୍କର ଗୋଟିଏ ଇଚ୍ଛା ଥାଏ, ଯେ ତାଙ୍କ ବୋହୂ ସୁନ୍ଦରୀ ହେବା ସହିତ ସମସ୍ତ କାମ କାର୍ଯ୍ୟରେ ଦକ୍ଷ ହେଇଥାଉ । ସେହିପରି ପ୍ରତ୍ୟେକ ପୁରୁଷ ଚାହିଁଥାଏ, ତାକୁ ଏମିତି ଏକ ସ୍ତ୍ରୀ ମିଳୁ ଯିଏ ଘରର ପ୍ରତ୍ୟେକ ଦାୟିତ୍ବକୁ ଠିକ୍‌ ରୂପେ ସମ୍ପନ୍ନ କରିପାରିବ । ଏହି ସମସ୍ତ ବିଷୟକୁ ଅନୁଭବ କରି ହାଇଦ୍ରାବାଦଠାରେ ଏକ ଉତ୍ତମ ବୋହୂ ହେବାର ପ୍ରଶିକ୍ଷଣ ସଂସ୍ଥା ଖୋଲିଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିବାହ ପୂର୍ବରୁ ଘରୋଇ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭିନ୍ନ କୋର୍ସ ଆରମ୍ଭ କରାଯାଇଥିଲା । ଅନ୍ୟ କୋର୍ସ ଗୁଡ଼ିକରେ ରହିଛି ‘ବିବାହ ପରେ ଘରକୁ କିପରି ଚଳାଇବା’ । ସେହିପରି ‘ଉତ୍ତମ ମା’ ହେବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି । ତେବେ ଏପରି କିଛି କୋର୍ସ ଆରମ୍ଭ କରିବା ପରେ କିଛି ଲୋକ ଏହାକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହି କୋର୍ସକୁ ନେଇ ବିରୋଧ କରିବା ସହିତ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଘର ପରିବାର ପାଇଁ କେବଳ ଜଣେ ଉତ୍ତମ ବୋହୂ ଉପରେ ବୋଝ କ’ଣ ପାଇଁ ? ଜଣେ ଉତ୍ତମ ବର ହେବା ପାଇଁ କୋର୍ସ ଆରମ୍ଭ କରାଯାଉ ବୋଲି କମେଣ୍ଟ ମିଳିଛି । ତେବେ ଏହି କୋର୍ସ ସମ୍ପର୍କରେ ଏହାର ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, ଏହି କୋର୍ସର ନାମକରଣ ଲୋକଙ୍କୁ ଲୋଭାୟିତ କରିବା ପାଇଁ ରଖାଯାଇଛି। ତେବେ ଏହି ଦୁଲହନ୍‌ କୋର୍ସ ଜରିଆରେ ଖାଦ୍ୟ ପ୍ରସ୍ତୁତ କରିବା, ସିଲେଇ ତଥା ବୁଣାବୁଣି ସହିତ ବ୍ୟୁଟି ଟିପ୍ସ ଓ ଅନ୍ୟାନ୍ୟ ଆର୍ଥିକ ସ୍ଥିତି ମଜବୁତ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଇଂରାଜୀ ଓ୍ବେବସାଇଟ୍‌ ‘’ଇନ୍‌ୟୁଥ୍‌’ଠୁ ପ୍ରେରିତ ବୋଲି କହିଛନ୍ତି ଏହି ସଂସ୍ଥାକୁ ଆରମ୍ଭ କରିଥିବା ଇଲିଆସ ସାମୀ । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ପ୍ରକାରର କୋର୍ସ ରହିଛି । ତେବେ ଏମିତି ଏକ କୋର୍ସ ନଥିଲା, ଯାହା ବିବାହ ପରେ ନିଜ ଜୀବନକୁ ହସଖୁସିରେ ଭରିବା ପାଇଁ ସାହାଯ୍ୟ କରିବ । ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷଣ ପାଇଁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ଏହି କୋର୍ସର ନାମାଙ୍କନ ପାଇଁ ବୟସ, ଧର୍ମ, ଯୋଗ୍ୟତା ତଥା କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ତେବେ ଏଠାରେ ଅଧିକ ସଂଖ୍ୟକ ମୁସଲମାନ ଝିଅଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Latest News

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.