Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀନେତାଙ୍କ ପାଇଁ ଦ୍ୱାର ଖୋଲିଲା ବିଜେପି
ବିଶେଷ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀନେତାଙ୍କ ପାଇଁ ଦ୍ୱାର ଖୋଲିଲା ବିଜେପି

January 18, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି
୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେପି ନିଜର ଆସନ ସଂଖ୍ୟା ସମ୍ପ୍ରସାରଣ ଲକ୍ଷ୍ୟରେ ବିଭିନ୍ନ ରାଜନୈତିକ ଦଳରୁ ବିଶେଷ କରି କଂଗ୍ରେସରୁ ଅନେକ ନେତାଙ୍କୁ ସାମିଲ କରିବାକୁ ଯାଉଛି । ଏହି ନୂଆ ନେତାଙ୍କୁ ସାମିଲ କରିବା ପଛରେ ଦଳର ସୁଦୃଢ଼ୀକରଣ ମୁଖ୍ୟ ଉଦ୍ଦେଶ୍ୟ ହେବାକୁ ଯାଉଥିବାବେଳେ ବିଜେପି ମଧ୍ୟ ନିଜ ଦଳରେ ପ୍ରବେଶ ପାଇଁ ନେତା ଚୟନ କରିବାବେଳେ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚାହିଁବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।

ନିର୍ବାଚନ ଓ ଆଦର୍ଶଗତ ଦୃଷ୍ଟିରୁ ଦୁର୍ବଳ ଥିବା ଅଞ୍ଚଳରେ ଦଳକୁ ସୁଦୃଢ଼ କରିବା ପାଇଁ ବିଜେପି ନୂଆ ନେତାମାନଙ୍କୁ ଦଳରେ ସ୍ୱାଗତ କରୁଛି । ନିର୍ବାଚନ ପୂର୍ବରୁ ଏଭଳି ଯୋଗଦାନ କାର୍ଯ୍ୟକ୍ରମ ସମଗ୍ର ନିର୍ବାଚନୀ ବାତାବରଣକୁ ଆହୁରି ସୁଦୃଢ଼ କରିବ । କିନ୍ତୁ ଏଥର ମୁଖ୍ୟ ଟାର୍ଗେଟ କଂଗ୍ରେସ ହେବ ଏବଂ ପ୍ରମୁଖ ପ୍ରଭାବଶାଳୀ ନେତାଙ୍କ ବିଦାୟ ସେହି ଦଳକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁର୍ବଳ କରିବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

ଏଥିପାଇଁ ବିଜେପି ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂହ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଷ୍ଟ୍ରୀୟ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ସାଧାରଣ ସମ୍ପାଦକ (ସଂଗଠନ) ବି ଏଲ ସନ୍ତୋଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ ସାମିଲ ହେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସ୍କ୍ରିନିଂ ଓ ନିଷ୍ପତ୍ତି ନିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସମାଲୋଚକ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜକୁ ଉପସ୍ଥାପନ କରି ଆସୁଛନ୍ତି । ମୋଦିଙ୍କ ନୀତିର ପ୍ରମୁଖ ବିରୋଧୀ ଚେହେରାଭାବେ ଉଭା ହେବା ପରେ ବିଜେପିର ରଣନୀତି ମଧ୍ୟ ରାହୁଲଙ୍କୁ ରାଜନୈତିକଭାବେ ଦୁର୍ବଳ କରିବା ଏବଂ ତାଙ୍କ ଦଳରେ ତାଙ୍କର ପ୍ରଭାବକୁ ଦୁର୍ବଳ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି । ଗତ କିଛିବର୍ଷ ମଧ୍ୟରେ ବିଜେପି ରାହୁଲଙ୍କ ଟିମରୁ ଅନେକ ଯୁବ ନେତାଙ୍କୁ ସାମିଲ କରି ସେମାନଙ୍କୁ ପ୍ରମୁଖ ପଦବୀରେ ପୁରସ୍କୃତ କରିସାରିଛି । ସେମାନଙ୍କ ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରରେ ପୂର୍ତ୍ତ ମନ୍ତ୍ରୀ ଜିତିନ ପ୍ରସାଦ ଏବଂ ବିଜେପିରେ ପଦ ଅପେକ୍ଷାରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ ପିଏନ୍ ସିଂହ ରହିଛନ୍ତି ।

ସଚିନ ପାଇଲଟ ଏବଂ ମିଲିନ୍ଦ ଦେଓରାଙ୍କୁ ମଧ୍ୟ ସାମିଲ କରିବା ପାଇଁ ବିଜେପି ପକ୍ଷରୁ କିଛି ପ୍ରୟାସ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା, ଯଦିଓ ଦେଓରା ଶେଷରେ ଗତ ରବିବାର ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି । କଂଗ୍ରେସ ନେତୃତ୍ୱ ପାଇଲଟଙ୍କୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଏବଂ ତାଙ୍କୁ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ସାଧାରଣ ସମ୍ପାଦକ ପଦରେ ପଦୋନ୍ନତି ଦେଇଛନ୍ତି । କଂଗ୍ରେସରୁ ନେତାମାନେ ବିଦାୟ ନେଲେ ରାହୁଲ ଗାନ୍ଧିଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ଏହା ତାଙ୍କ ବିଫଳତା ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

କଂଗ୍ରେସର ଅନେକ ପ୍ରମୁଖ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କରିଛି, ଯେଉଁଥିରେ ବର୍ତ୍ତମାନର ଅନେକ ମୁଖ୍ୟମନ୍ତ୍ରୀ- ହିମନ୍ତ ବିଶ୍ୱ ଶର୍ମା (ଆସାମ), ଏନ୍ ବିରେନ୍ ସିଂହ (ମଣିପୁର) ଏବଂ ପେମା ଖାଣ୍ଡୁ (ଅରୁଣାଚଳ ପ୍ରଦେଶ) ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ – ଯଥା ନାରାୟଣ ରାଣେ (ମହାରାଷ୍ଟ୍ର), କ୍ୟାପଟେନ୍ ଅମରିନ୍ଦର ସିଂହ (ପଞ୍ଜାବ), ବିଜୟ ବହୁଗୁଣା (ଉତ୍ତରାଖଣ୍ଡ), ଏସ୍ ଏମ୍ କ୍ରିଷ୍ଣା (କର୍ଣ୍ଣାଟକ) ଏବଂ ଦିଗମ୍ବର କାମତ (ଗୋଆ) ଏବେ ବିଜେପିରେ ଅଛନ୍ତି ।

ଏହାବ୍ୟତୀତ ବିଜେପି କେରଳରେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜର ସମର୍ଥନ ଭିତ୍ତି ବିସ୍ତାର କରିବା ପାଇଁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ ଦଳ ଏହି ସମ୍ପ୍ରଦାୟର କିଛି ପ୍ରମୁଖ ଚେହେରାଙ୍କୁ ସାମିଲ କରିଛି, ଯେଉଁଥିରେ କେଜେ ଆଲଫୋନ୍ସ (ଯିଏ କି କେନ୍ଦ୍ରମନ୍ତ୍ରୀ ହୋଇଥିଲେ), ଟମ୍ ଭାଡକନ ଏବଂ କଂଗ୍ରେସର ବରିଷ୍ଠ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ସାମିଲ ହୋଇଛନ୍ତି ।

ବିଜେପି ସୂତ୍ରରୁ ପ୍ରକାଶ ଯେ ଏହାର ନେତାମାନେ ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ ଏବଂ ରାଜସ୍ଥାନରେ କଂଗ୍ରେସ ଶିବିରରେ ଅନେକ ସମ୍ଭାବ୍ୟ ସାମିଲଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେପିର ଜଣେ ନେତା କହିଛନ୍ତି, କେହି କେହି ଚଳିତ ମାସରେ ହିଁ ବିଜେପିରେ ଯୋଗ ଦେବେ ଏବଂ ଆଉ କିଛି ନିର୍ବାଚନ ପାଖେଇ ଆସିବା ସମୟରେ ଯୋଗଦେବେ ।
ବର୍ତ୍ତମାନ ସୁଦ୍ଧା କୌଣସି ବିରୋଧୀ ଦଳର ନେତାଙ୍କୁ ଦଳରେ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ । କିନ୍ତୁ କିଛି ଅନୁଗାମୀଙ୍କୁ ଆଣିବାକୁ ପଡ଼ିବ- ଏବଂ ତାଙ୍କ ବିଦାୟ ତାଙ୍କ ପୂର୍ବ ସଂଗଠନକୁ ଦୁର୍ବଳ କରିବା ସହିତ ବିଜେପି ସପକ୍ଷରେ ଆଭିମୁଖ୍ୟ ସୃଷ୍ଟି କରିବ ।

ସେଭଳି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ କିରଣ କୁମାର ରେଡ୍ଡୀଙ୍କ ଗତ ବର୍ଷର ବିଜେପିରେ ସାମିଲ ହୋଇଥିବା ଉଦାହରଣ ଦେଇ କହିଛନ୍ତି ଯେ, ରାଜ୍ୟରେ ତାଙ୍କର ବିଶେଷ ପ୍ରଭାବ ନ ଥିଲା କିନ୍ତୁ ରେଡ୍ଡୀ ସମ୍ପ୍ରଦାୟର ଅନ୍ୟମାନଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଉତ୍ସାହିତ କରିପାରନ୍ତି ।

BJP election 2024 lokasabha election NDA
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

August 18, 2026

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026
Latest News

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026

“ମତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ”: “ବନ୍ଦେ ମାତରମ୍” ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବୃତ୍ତି

August 18, 2026

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.