Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗିରେ ଏକ ଦୁଃଖଦାୟକ ଦୁର୍ଘଟଣା, ସିମେଣ୍ଟ ଖୁଣ୍ଟକୁ ଅଟୋ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ
ଆଞ୍ଚଳିକ

ଟାଙ୍ଗିରେ ଏକ ଦୁଃଖଦାୟକ ଦୁର୍ଘଟଣା, ସିମେଣ୍ଟ ଖୁଣ୍ଟକୁ ଅଟୋ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ

January 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ନିକଟରେ ଏକ ଅଟୋ ରିକ୍ସା ଏକ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେବା ପରେ ତାହା ଭାଙ୍ଗି ଚୁରମାର ହୋଇଯାଇଛି। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋ ଚାଳକର ମୃତ ହୋଇଛି। ଚାଳକଙ୍କ ନାମ ବିପ୍ଲବ ହାଲଦାର, ବୟସ 40 ବର୍ଷ ଏବଂ ତାଙ୍କ ଘର ଝାଟି ନୂଆଗାଁ ରେ ବୋଲି ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଅପରାହ୍ନ 4 ଟା ସମୟରେ ଝାଟି ନୂଆଗାଁ ର ବିପ୍ଳବ ହାଲଦାର ନିଜ ଅଟୋ ରିକ୍ସା କାମ ସାରି ଘରକୁ ଖାଇବା ପାଇଁ ଫେରିଥିଲେ। ଘରେ ପତ୍ନୀ କୁ ଭାତ ଖାଇବା ପାଇଁ ମାଗିବା ସହ ହାତ ମୁହଁ ଧୋଇବା ପାଇଁ ବାଡ଼ି ପଟକୁ ଯାଇଥିଲେ।
ହଠାତ ଏକ ଫୋନ କଲ ଆସିବାରୁ ବିପ୍ଳବ ଅଟୋ ରିକ୍ସା ନେଇ ଘର ଠାରୁ କିଛି ଦୂର ଯାଇଥିବା ବେଳେ ଅଟୋ ରିକ୍ସା ଟି ଜଣେ ବ୍ୟକ୍ତିଙ୍କର ଦାଣ୍ଡ ଦୁଆରେ ଲାଗିଥିବା ସିମେଣ୍ଟ ଖୁଣ୍ଟ ସହ ଧକ୍କା ହୋଇଥିଲା।

ଫଳରେ ସିମେଣ୍ଟ ଖୁଣ୍ଟ ଟି ଭାଙ୍ଗି ରୁଜି ଚୂରମାର ହୋଇ ଚାଳକ ବିପ୍ଳବ ଙ୍କ ଛାତି ଉପରେ ପଡ଼ି ଯାଇଥିଲା। ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ବିପ୍ଳବଙ୍କୁ ସିମେଣ୍ଟ ଖୁଣ୍ଟ ତଳୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରିଥିଲେଷ ସେଠାରେ ଡାକ୍ତର ବିପ୍ଳବକୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ଏହାର ତଦନ୍ତ କରୁଛି।

ଟାଙ୍ଗି
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.