Categories
ଆଞ୍ଚଳିକ

ଟାଙ୍ଗିରେ ଏକ ଦୁଃଖଦାୟକ ଦୁର୍ଘଟଣା, ସିମେଣ୍ଟ ଖୁଣ୍ଟକୁ ଅଟୋ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ନିକଟରେ ଏକ ଅଟୋ ରିକ୍ସା ଏକ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେବା ପରେ ତାହା ଭାଙ୍ଗି ଚୁରମାର ହୋଇଯାଇଛି। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋ ଚାଳକର ମୃତ ହୋଇଛି। ଚାଳକଙ୍କ ନାମ ବିପ୍ଲବ ହାଲଦାର, ବୟସ 40 ବର୍ଷ ଏବଂ ତାଙ୍କ ଘର ଝାଟି ନୂଆଗାଁ ରେ ବୋଲି ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଅପରାହ୍ନ 4 ଟା ସମୟରେ ଝାଟି ନୂଆଗାଁ ର ବିପ୍ଳବ ହାଲଦାର ନିଜ ଅଟୋ ରିକ୍ସା କାମ ସାରି ଘରକୁ ଖାଇବା ପାଇଁ ଫେରିଥିଲେ। ଘରେ ପତ୍ନୀ କୁ ଭାତ ଖାଇବା ପାଇଁ ମାଗିବା ସହ ହାତ ମୁହଁ ଧୋଇବା ପାଇଁ ବାଡ଼ି ପଟକୁ ଯାଇଥିଲେ।
ହଠାତ ଏକ ଫୋନ କଲ ଆସିବାରୁ ବିପ୍ଳବ ଅଟୋ ରିକ୍ସା ନେଇ ଘର ଠାରୁ କିଛି ଦୂର ଯାଇଥିବା ବେଳେ ଅଟୋ ରିକ୍ସା ଟି ଜଣେ ବ୍ୟକ୍ତିଙ୍କର ଦାଣ୍ଡ ଦୁଆରେ ଲାଗିଥିବା ସିମେଣ୍ଟ ଖୁଣ୍ଟ ସହ ଧକ୍କା ହୋଇଥିଲା।

ଫଳରେ ସିମେଣ୍ଟ ଖୁଣ୍ଟ ଟି ଭାଙ୍ଗି ରୁଜି ଚୂରମାର ହୋଇ ଚାଳକ ବିପ୍ଳବ ଙ୍କ ଛାତି ଉପରେ ପଡ଼ି ଯାଇଥିଲା। ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ବିପ୍ଳବଙ୍କୁ ସିମେଣ୍ଟ ଖୁଣ୍ଟ ତଳୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରିଥିଲେଷ ସେଠାରେ ଡାକ୍ତର ବିପ୍ଳବକୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ଏହାର ତଦନ୍ତ କରୁଛି।

Categories
ଆଞ୍ଚଳିକ

ବୋହୁକୁ ହତ୍ୟା ଅଭିଯୋଗରେ ଫେରାର ଥିବା ତିନି ସଂପର୍କୀୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ଖୋର୍ଦ୍ଧା: ଟାଙ୍ଗୀ ଥାନା ତେନ୍ତୁଳିଆ ପଡାରେ ଗତ ସେପ୍ଟେମ୍ବର ମାସ 26 ତାରିଖରେ ବୋହୂକୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗରେ ଶଶୂର ଗୁରୁବାରୀ ନାୟକ, ଶାଶୁ ସବିତା ନାୟକ ଓ ଯା କଳ୍ପନା ନାୟକଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ।

ଟାଙ୍ଗୀ ଥାନା ହାଟବରଡ଼ି ଗ୍ରାମର ସଂଯୁକ୍ତା ଦଳାଇ ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ଗ୍ରାମର ଗୌତମ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ କିଛିମାସ ପରେ ସଂଯୁକ୍ତା  ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟଚାର। ଶେଷରେ ସଂଯୁକ୍ତାଙ୍କୁ ତଣ୍ଟି ଚିପି ମାରି ଦେଇଥିବାର ଅଭିଯୋଗ ହୋଇଛି। ସେତେବେଳଙ୍କୁ ସଂଯୁକ୍ତାଙ୍କର କୋଳରେ 15 ଦିନର ଏକ ଶିଶୁପୁତ୍ର ରହିଛି।

ଖବର ପାଇ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରିବା ସହିତ ତଦନ୍ତ କରି ସ୍ୱାମୀ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନଠାରୁ ଶାଶୁ ଶଶୁର ଓ ଯା ଫେରାର ହୋଇ ଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗି ପାଣି ପାଇପ୍ ଲୁଟ୍ ଘଟଣା: ଏମବିଏ ଡିଗ୍ରୀ ଧାରୀ ଡକାୟତ ବାହାରିଲେ ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ

ସୀତାରାମ ଅଗ୍ରୱାଲ

ଟାଙ୍ଗି: ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଟାଙ୍ଗି ପୋଲିସକୁ ବଡ ସଫଳତା ମିଳିଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଡକାୟତ ଦଳକୁ ଗିରଫ କରିବା ସହ ପାଣିପାଇପ ଉଦ୍ଧାର କରିଛି ପୋଲିସ। ଏଥିସହ କାଗଜପତ୍ର ଏବଂ ଅନେକ ସାମଗ୍ରୀ ଜବତ କରାଯାଇଛି।

ତେବେ ଏହି ଡକାୟତ ଦଳର ମାଷ୍ଟର ମାଇଣ୍ଡ ଜଣେ ଏମବିଏ ଡିଗ୍ରୀ ଧାରୀ ବୋଲି ଜଣା ପଡିଛି। ତାର ନାମ ସତ୍ୟକାମ ଚିଦାନନ୍ଦ ମହାନ୍ତି। ଘର କଟକ ଜଗତପୁର ବୋଲି ଜଣା ପଡିଛି। ଏମବିଏ  ଡିଗ୍ରୀ ଧାରୀ ଜଣକ କୋଲକାତାର ରଶ୍ମି ମେଟାଲିକ ଲିମିଟେଡ଼ର ଓଡ଼ିଶା ଶାଖା ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାର ତଦନ୍ତ ବେଳେ ଜଣା ପଡିଛି।

ଏହା ସହ ପୁରୀ ଜିଲ୍ଲାର ନିମାପଡା ବାମଦେଇପୁର ଗ୍ରାମରୁ ୪୦ ଟି ଚୋରା ପାଣି ପାଇପ୍ ଜବତ କରିଛି ଟାଙ୍ଗି ପୋଲିସ। ଏହି ସମୟରେ ଗୋଟିଏ ମାରୁତି ଡିଜାୟାର କାର୍, ୨ ଟି ରବର ଷ୍ଟାମ୍ପ, ୧୦ଟି ବନ୍ଦ ଲଫାପା, ଗୋଟିଏ ଟ୍ରାନସପୋର୍ଟ ସଂସ୍ଥାର କାଗଜ ପତ୍ର, ୫ ଟା  ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରାଯାଇଛି।

ଗିରଫ ଡକାୟତଙ୍କ ମାଷ୍ଟର ମାଇଣ୍ଡ ସତ୍ୟକାମ ଚିଦାନନ୍ଦ ମହାନ୍ତି ହୋଇଥିବା ବେଳେ ଶୁସାନ୍ତ କୁମାର ମହାରଣା, ଘର ପୁରୀ ଜିଲ୍ଲାର କଣ୍ଠପୁରର ହୋଇଥିବା ସୂଚନା ମିଳିଛି। ବିରେନ୍ କୁମାର ମହାନ୍ତି, ଘର ହାସିନ୍ ପୁର ଜିଲ୍ଲା ପୁରୀ,  ଶ୍ରୀନିବାସ ମହାରଣା, ସୁର୍ଯ୍ୟକାନ୍ତ ମହାରଣା ଉଭୟଙ୍କ ଘର ପୁରୀ ଜିଲ୍ଲାର କଣାସ ବ୍ଲକ ଜଳିଆ ପଡା ବୋଲି ସୂଚନା ମିଳିଛି। ଟାଙ୍ଗୀ ଥାନା କେଶ୍ ନଂ ୨୦୭ /୨୨ ମାମଲା ରୁଜୁ କରାଯାଇଛି।

ଗତ ୨ ଦିନ ତଳେ ଟାଙ୍ଗୀ କଲେଜ୍ ପଡିଆରୁ ଓ ଦୀକ୍ଷିତପଡା ଗ୍ରାମରୁ ପାଣି ପାଇପ୍ ଲୁଟ୍ ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ପାଇଁ ମୋଟା ଲୁହାର ପାଇପ୍ ବ୍ୟବହାର କରାଯାଉଛି। ଯାହାକୁ ଚୋରି କରିନେଇଥିଲେ ଏହି ଲୁଟେରା ମାନେ। ଆଜିକୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଟାଙ୍ଗୀ ଥାନାରେ ବାଲୁଗାଁ  ଏସଡିପିଓ ମାନସ ରଞ୍ଜନ ବାରିକ ପ୍ରେସ୍ ମିଟ୍ କରି ଡକାୟତି ଘଟଣାର ଖୁଲାସା କରିଛନ୍ତି। ତତ ସହିତ ମୁଖ୍ୟ ଆସାମୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ପାଖାପାଖି ୩ ଲକ୍ଷ ଟଙ୍କାକୁ ପୋଲିସ ବ୍ଲକ କରିଥିବା ଜଣାପଡିଛି।