Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟାଙ୍ଗି ପାଣି ପାଇପ୍ ଲୁଟ୍ ଘଟଣା: ଏମବିଏ ଡିଗ୍ରୀ ଧାରୀ ଡକାୟତ ବାହାରିଲେ ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ
ଅପରାଧ

ଟାଙ୍ଗି ପାଣି ପାଇପ୍ ଲୁଟ୍ ଘଟଣା: ଏମବିଏ ଡିଗ୍ରୀ ଧାରୀ ଡକାୟତ ବାହାରିଲେ ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗି: ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଟାଙ୍ଗି ପୋଲିସକୁ ବଡ ସଫଳତା ମିଳିଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଡକାୟତ ଦଳକୁ ଗିରଫ କରିବା ସହ ପାଣିପାଇପ ଉଦ୍ଧାର କରିଛି ପୋଲିସ। ଏଥିସହ କାଗଜପତ୍ର ଏବଂ ଅନେକ ସାମଗ୍ରୀ ଜବତ କରାଯାଇଛି।

ତେବେ ଏହି ଡକାୟତ ଦଳର ମାଷ୍ଟର ମାଇଣ୍ଡ ଜଣେ ଏମବିଏ ଡିଗ୍ରୀ ଧାରୀ ବୋଲି ଜଣା ପଡିଛି। ତାର ନାମ ସତ୍ୟକାମ ଚିଦାନନ୍ଦ ମହାନ୍ତି। ଘର କଟକ ଜଗତପୁର ବୋଲି ଜଣା ପଡିଛି। ଏମବିଏ  ଡିଗ୍ରୀ ଧାରୀ ଜଣକ କୋଲକାତାର ରଶ୍ମି ମେଟାଲିକ ଲିମିଟେଡ଼ର ଓଡ଼ିଶା ଶାଖା ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାର ତଦନ୍ତ ବେଳେ ଜଣା ପଡିଛି।

ଏହା ସହ ପୁରୀ ଜିଲ୍ଲାର ନିମାପଡା ବାମଦେଇପୁର ଗ୍ରାମରୁ ୪୦ ଟି ଚୋରା ପାଣି ପାଇପ୍ ଜବତ କରିଛି ଟାଙ୍ଗି ପୋଲିସ। ଏହି ସମୟରେ ଗୋଟିଏ ମାରୁତି ଡିଜାୟାର କାର୍, ୨ ଟି ରବର ଷ୍ଟାମ୍ପ, ୧୦ଟି ବନ୍ଦ ଲଫାପା, ଗୋଟିଏ ଟ୍ରାନସପୋର୍ଟ ସଂସ୍ଥାର କାଗଜ ପତ୍ର, ୫ ଟା  ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରାଯାଇଛି।

ଗିରଫ ଡକାୟତଙ୍କ ମାଷ୍ଟର ମାଇଣ୍ଡ ସତ୍ୟକାମ ଚିଦାନନ୍ଦ ମହାନ୍ତି ହୋଇଥିବା ବେଳେ ଶୁସାନ୍ତ କୁମାର ମହାରଣା, ଘର ପୁରୀ ଜିଲ୍ଲାର କଣ୍ଠପୁରର ହୋଇଥିବା ସୂଚନା ମିଳିଛି। ବିରେନ୍ କୁମାର ମହାନ୍ତି, ଘର ହାସିନ୍ ପୁର ଜିଲ୍ଲା ପୁରୀ,  ଶ୍ରୀନିବାସ ମହାରଣା, ସୁର୍ଯ୍ୟକାନ୍ତ ମହାରଣା ଉଭୟଙ୍କ ଘର ପୁରୀ ଜିଲ୍ଲାର କଣାସ ବ୍ଲକ ଜଳିଆ ପଡା ବୋଲି ସୂଚନା ମିଳିଛି। ଟାଙ୍ଗୀ ଥାନା କେଶ୍ ନଂ ୨୦୭ /୨୨ ମାମଲା ରୁଜୁ କରାଯାଇଛି।

ଗତ ୨ ଦିନ ତଳେ ଟାଙ୍ଗୀ କଲେଜ୍ ପଡିଆରୁ ଓ ଦୀକ୍ଷିତପଡା ଗ୍ରାମରୁ ପାଣି ପାଇପ୍ ଲୁଟ୍ ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ପାଇଁ ମୋଟା ଲୁହାର ପାଇପ୍ ବ୍ୟବହାର କରାଯାଉଛି। ଯାହାକୁ ଚୋରି କରିନେଇଥିଲେ ଏହି ଲୁଟେରା ମାନେ। ଆଜିକୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଟାଙ୍ଗୀ ଥାନାରେ ବାଲୁଗାଁ  ଏସଡିପିଓ ମାନସ ରଞ୍ଜନ ବାରିକ ପ୍ରେସ୍ ମିଟ୍ କରି ଡକାୟତି ଘଟଣାର ଖୁଲାସା କରିଛନ୍ତି। ତତ ସହିତ ମୁଖ୍ୟ ଆସାମୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ପାଖାପାଖି ୩ ଲକ୍ଷ ଟଙ୍କାକୁ ପୋଲିସ ବ୍ଲକ କରିଥିବା ଜଣାପଡିଛି।

ଟାଙ୍ଗି ମାଷ୍ଟରମାଇଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026
Latest News

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.