Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ସ୍ୱତନ୍ତ୍ର ଟିମ୍, ବଜେଟର ଦାୟିତ୍ୱ ସେମାନଙ୍କ କାନ୍ଧରେ
ଜାତୀୟ ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ସ୍ୱତନ୍ତ୍ର ଟିମ୍, ବଜେଟର ଦାୟିତ୍ୱ ସେମାନଙ୍କ କାନ୍ଧରେ

January 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଫେବ୍ରୁଆରି ପହିଲାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀଙ୍କ ଏହି ଷଷ୍ଠ ବଜେଟକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି। ବଜେଟ ଟିମରେ ଅନେକ ବରିଷ୍ଠ ଅଧିକାରୀ ଓ ଅର୍ଥନୀତିଜ୍ଞ ରହିଛନ୍ତି। ଆଜି ଆମେ ଆପଣଙ୍କୁ ନିର୍ମଳା ସୀତାରମଣଙ୍କ କୋର ବଜେଟ ଟିମ୍ ସହ ପରିଚିତ କରାଇବାକୁ ଯାଉଛୁ। ଏହି ଅନ୍ତରୀଣ ବଜେଟର କମାଣ୍ଡ ଏହି ସ୍ୱତନ୍ତ୍ର ଲୋକଙ୍କ ହାତରେ ରହିବ।

ନିର୍ମଳା ସୀତାରମଣ

ସୀତାରମଣ ଭାରତର ଇତିହାସରେ କ୍ରମାଗତ ଷଷ୍ଠ ବଜେଟ ଉପସ୍ଥାପନ କରିବାରେ ଦ୍ୱିତୀୟ ଅର୍ଥମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ମୋରାରଜୀ ଦେଶାଇ ମଧ୍ୟ ୫ଟି ପୂର୍ଣ୍ଣାଙ୍ଗ ଓ ୧ଟି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଫେବ୍ରୁଆରି ପହିଲାରେ ସେ ମନମୋହନ ସିଂହ, ଅରୁଣ ଜେଟଲୀ, ପି ଚିଦାମ୍ବରମ ଓ ଯଶବନ୍ତ ସିହ୍ନାଙ୍କୁ ପଛରେ ପକାଇଦେବେ। ସମସ୍ତଙ୍କୁ କ୍ରମାଗତ ୫ଟି ବଜେଟ ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାର ଯୁବବର୍ଗ, ମହିଳା, କୃଷକ ଏବଂ ଗରିବଙ୍କ ଉପରେ ଧ୍ୟାନ ଦେଉଛନ୍ତି। ଫଳରେ ଅନ୍ତରୀଣ ବଜେଟରେ ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ସୃଷ୍ଟି ହୋଇଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରୁ ଅର୍ଥନୀତି ଅଧ୍ୟୟନ କରିଥିବା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଓ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ତୁଲାଇଥିଲେ।

ଟିଭି ସୋମନାଥନ

ଟିଭି ସୋମନାଥନ ହେଉଛନ୍ତି ଅର୍ଥ ମନ୍ତ୍ରାଳୟର ସବୁଠାରୁ ବରିଷ୍ଠ ସଚିବ । ସୋମନାଥନ ଅର୍ଥ ସଚିବ ଅଛନ୍ତି । ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସୋମନାଥନ ଏପ୍ରିଲ ୨୦୧୫ରୁ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ । ଅର୍ଥ ସଚିବ ଅର୍ଥନୀତିରେ ପିଏଚଡି କରିଛନ୍ତି । ଅର୍ଥନୀତି ଉପରେ ତାଙ୍କର ୮୦ରୁ ଅଧିକ ଗବେଷଣା ପତ୍ର ଓ ପ୍ରବନ୍ଧ ପ୍ରକାଶିତ ହୋଇଛି । ସେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଅଜୟ ସେଠ

କର୍ଣ୍ଣାଟକ କ୍ୟାଡରର ୧୯୮୭ ବ୍ୟାଚ ଆଇଏଏସ ଅଧିକାରୀ ଅଜୟ ସେଠ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଛନ୍ତି । ଗତବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକରେ ସେ ଚର୍ଚ୍ଚାକୁ ଆସିଥିଲେ । ସେଠ ଭାରତର ପ୍ରଥମ ସାବରେନ୍ ଗ୍ରୀନ୍ ବଣ୍ଡ ଜାରି କରିବା ଏବଂ ଭିତ୍ତିଭୂମି ଅର୍ଥ ସଚିବାଳୟ ଗଠନର ନେତୃତ୍ୱ ମଧ୍ୟ ନେଇଥିଲେ ।

ତୁହିନ କାନ୍ତ ପାଣ୍ଡେ

ଏୟାର ଇଣ୍ଡିଆର ଘରୋଇକରଣ ଏବଂ ଏଲଆଇସିର ଆଇପିଓ ପାଇଁ ନିବେଶ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍)ର ସଚିବ ତୁହିନ କାନ୍ତ ପାଣ୍ଡେ ନିଜର ଭୂମିକା ପାଇଁ ଜଣାଶୁଣା । ପାଣ୍ଡେ ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ର ଅଧିକାରୀ ।
ସଞ୍ଜୟ ମାଲହୋତ୍ରା

ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚର ଅଧିକାରୀ ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ରାଜସ୍ୱ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଆର୍ଥିକ ସେବା ବିଭାଗର ମୁଖ୍ୟ ଥିଲେ । ବଜେଟ ପ୍ରକ୍ରିୟାରେ ମାଲହୋତ୍ରା ଟିକସ ରାଜସ୍ୱ ବୃଦ୍ଧି ପାଇଁ ଦାୟୀ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ ଅଭିଭାଷଣର ପାର୍ଟ ବି ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି ।

ବିବେକ ଯୋଶୀ

ବଜେଟ ଉପରେ ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଗୋଷ୍ଠୀର ନୂଆ ସଦସ୍ୟଭାବେ ବିବେକ ଯୋଶୀଙ୍କୁ ଗଣନା କରାଯାଏ । ସେ ନଭେମ୍ବର, ୨୦୨୨ରେ ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବରେ ଯୋଗ ଦେଇଥିଲେ । ହରିୟାଣା କ୍ୟାଡରର ୧୯୮୯ ବ୍ୟାଚର ଅଧିକାରୀ ଯୋଶୀ ଜେନେଭା ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ବିବେକ ଯୋଶୀ ପୂର୍ବରୁ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଥିଲେ । ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ବୀମା କମ୍ପାନୀ ଏବଂ ନ୍ୟାସନାଲ ପେନସନ ସିଷ୍ଟମ ଭଳି କ୍ଷେତ୍ର ଯୋଶୀଙ୍କ ପାଇଁ ଦାୟୀ ରହିବେ ।

ଭି ଅନନ୍ତ ନାଗେଶ୍ୱରନ

ଭି ଅନନ୍ତ ନାଗେଶ୍ୱରନ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅଟନ୍ତି । ସେ ଜଣେ ଲେଖକ ଓ ଶିକ୍ଷକ ଭାବରେ ମଧ୍ୟ ଜଣାଶୁଣା । ଅର୍ଥନୀତି ଉପରେ ସେ ସୀତାରମଣଙ୍କ ଅନ୍ୟତମ ଘନିଷ୍ଠ ପରାମର୍ଶଦାତା । ସେ ଭାରତୀୟ ଅର୍ଥନୀତି ଉପରେ ବୈଶ୍ୱିକ ଅସ୍ଥିରତାର ପ୍ରଭାବ ଉପରେ ମଧ୍ୟ ନଜର ରଖିଛନ୍ତି । ଅଜୟ ସେଠଙ୍କ ସହ ଜି-୨୦ ବୈଠକରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନାଗେଶ୍ୱରନ ଆଇଆଇଏମ ଅହମ୍ମଦାବାଦରୁ ଏମବିଏ କରିଛନ୍ତି । ସେ ୟୁମାସ୍ ଆମହର୍ଷ୍ଟସ୍ଥିତ ଇସେନବର୍ଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ତେବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଜାରି କରିଥାନ୍ତି । ତେବେ ଅନ୍ତରୀଣ ବଜେଟ ଯୋଗୁଁ ଏଥର ତାହା ହେବ ନାହିଁ ।

BUDGET-2024 nirmala sitharaman
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.