Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେୟର ନିର୍ବାଚନ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, କହିଲେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି
ଜାତୀୟ ଖବର

ମେୟର ନିର୍ବାଚନ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, କହିଲେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି

February 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେୟର ନିର୍ବାଚନ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, କହିଲେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଚଣ୍ଡିଗଡ ମେୟର ନିର୍ବାଚନ ନେଇ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଏହି ନିର୍ବାଚନରେ ଗଣତନ୍ତ୍ରର ହତ୍ୟା କରାଯାଇଛି। ଚଣ୍ଡିଗଡ ମେୟର ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭୋଟ ଫିକ୍ସିଂ ଅଭିଯୋଗ ହୋଇଥିଲା। ଯାହାର ଶୁଣାଣି କରି ଆଜି କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି।

ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ସୁନାକର ଆପ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଆପ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ସେମାନେ କିପରି ହାରିଲେ ବୋଲି ତନାଘନା କରିଥିଲେ।

ପରେ ଜଣାପଡିଥିଲା ଯେ, ଏହି ଭୋଟ ବେଳେ କାଉନସିଲରଙ୍କ ୮ଟି  ଭୋଟ ନାକଚ ହୋଇଯାଇଛି। ଏହା ଭୋଟ ଫିକ୍ସି ବୋଲି ଆପ କାଉନସିଲର ଦାବୀ କରି ଘେରାଉ କଲେ। ପରେ ଏହି ପକ୍ରିୟାକୁ ରେକର୍ଡ ହେଉଥିବା ଭିଡିଓ ଯାଞ୍ଚ କରାଯାଇଥିଲା। ସେଥିରେ ଦେଖାଯାଇଥିଲା ଯେ, ପ୍ରିଜାଇଡିଂ ଅଫିସର ବାଲଟ ପେପରେ ଦସ୍ତଖତ କରିବା ବଦଳରେ ତା ଉପରେ ଗାରାଗାରି କରୁଛନ୍ତି।

ଏହାକୁ ନେଇ ସେଠାରେ ଆପ ସଦସ୍ୟ ତୁମ୍ବିତୋଫାନ କରିଥିଲେ ମଧ୍ୟ ପ୍ରିଜାଇଡିଂ ଅଫିସର ବିଜେପି ପ୍ରାର୍ଥୀଙ୍କୁ ମେୟର ବୋଲି ଘୋଷଣା କରିଥିଲେ। ଏହାପରେ ମାମଲା କୋର୍ଟକୁ ଯିବା ପରେ ବିଚାରପତି ଭିଡିଓ ଯାଞ୍ଚ କରିଥିଲେ। ଏଥିରେ ପରିଲକ୍ଷିତ ହୋଇଥିଲା ଯେ, ପ୍ରିଜାଇଡିଂ ଅଫିସର ଅନୀଲ ମନୀଷ ବାଲଟ ଉପରେ ଗାରାଗାରି କରି ତାହାକୁ ନାକଚ କରି ଦେଇଛନ୍ତି।

ଏହି ଭିଡିଓ ଦେଖିବା ପରେ ସୁପ୍ରିମ କୋର୍ଟ କ୍ଷୁବ୍ଧ ହେବା ସହିତ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଥିଲେ। ନିର୍ବାଚନରେ କଣ ଏପରି କରାଯାଏ କି ବୋଲି ପ୍ରଶ୍ନ କରିଥିଲେ। ସେ ପ୍ରିଜାଇଡିଂ ଅଫିସର ବିରୋଧରେ କ୍ରିମିନାଲ କେସ କରାଯିବ ଉଚିତ ବୋଲି କୋର୍ଟ ରୋକଠୋକ ଶୁଣାଇ ଦେଇଥିଲେ।

ଏଥିସହିତ କୋର୍ଟ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ବାଲଟ ପେପର ସୁରକ୍ଷିତ ଭାବେ ରଖିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ। ସେଠାକାର ପୋଲିସକୁ ନିର୍ଦ୍ଦେଶ ଦେଇ ଏହା ନିଶ୍ଚିତ କରାନ୍ତୁ। ଫେବୃୟାରୀ 12 ତାରିଖ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ତାହାର ସୁରକ୍ଷା ତଦାରଖ କରନ୍ତୁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମେୟର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଧାନର ଏମଏସପି ବୃଦ୍ଧି

May 14, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.