Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ। ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କ ର ଅଧିକାର ସେ ଜମିରେ ନ ଥିଲା। ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି।

ଆଜି ଅପରାହ୍ନରେ ହାଭେଳି ପଡ଼ିଆରେ ଖୋର୍ଦ୍ଧା ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକ ଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧା କୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ଇଛା ଶକ୍ତି ଦ୍ଵାରା ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ।

ଖୋର୍ଦ୍ଧା ଜିଲ୍ଲା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ବିଜ୍ଞାନ ମାନ୍ୟବର ମନ୍ତ୍ରୀ ପ୍ରଯୁକ୍ତି ବିଦ୍ୟା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ଅଶୋକ ଚନ୍ଦ୍ର ପଣ୍ଡା/ମାନ୍ୟବର ବିଧାୟକ ବେଗୁନିଆ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ,ନିଜ ଜାଗାରେ ରହି ମଧ୍ୟ ନିଜର ବୋଲି କହିପାରୁ ନ ଥିବା ଲୋକଙ୍କ ଅଧିକାର କୁ ସରକାର ସିକିମ ପଟ୍ଟା ମାଧ୍ୟମରେ ଯୋଗାଇ ଦେଇଛନ୍ତି ଯାହା ଏକ ଗର୍ବ ଓ ଗୌରବ ର କଥା। ୬୦ ବର୍ଷ ଧରି ଶଙ୍କା ଓ ଦ୍ୱନ୍ଦ ରେ ଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଉପହାର ବୋଲି କହିଥିଲେ।

ଜିଲ୍ଲାପାଳ ଚଞ୍ଚଳ ରାଣା ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ୧୩ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ଆଜି ୧୦୫୩ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି ବୋଲି କହିଥିଲେ। ଏହି ସମାରୋହରେ ୫ଜଣଙ୍କୁ ପ୍ରତିକାତ୍ମକ ଭାବେ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ହିତାଧିକାରୀ ଜଟଣୀ ତହସିଲର ସୌଭାଗିନି ଦାସ କହିଲେ ଯେ ସଂଶୟରେ ଥିବା ଆମ ମାନଙ୍କୁ ଜମି ମାଲିକ ବନାଇ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ସମ୍ମାନ ଦେଇଛନ୍ତି। ଆମ ପର ପିଢ଼ି ପାଇଁ ଏହା ଏକ ସୁରକ୍ଷିତ ଅଧିକାର ବୋଲି କହି ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ, ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ତହସିଲ ରୁ ଆସିଥିବା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ଜମି ପଟ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.