Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ

ଖୋର୍ଦ୍ଧା: ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ। ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କ ର ଅଧିକାର ସେ ଜମିରେ ନ ଥିଲା। ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି।

ଆଜି ଅପରାହ୍ନରେ ହାଭେଳି ପଡ଼ିଆରେ ଖୋର୍ଦ୍ଧା ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକ ଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧା କୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ଇଛା ଶକ୍ତି ଦ୍ଵାରା ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ।

ଖୋର୍ଦ୍ଧା ଜିଲ୍ଲା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ବିଜ୍ଞାନ ମାନ୍ୟବର ମନ୍ତ୍ରୀ ପ୍ରଯୁକ୍ତି ବିଦ୍ୟା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ଅଶୋକ ଚନ୍ଦ୍ର ପଣ୍ଡା/ମାନ୍ୟବର ବିଧାୟକ ବେଗୁନିଆ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ,ନିଜ ଜାଗାରେ ରହି ମଧ୍ୟ ନିଜର ବୋଲି କହିପାରୁ ନ ଥିବା ଲୋକଙ୍କ ଅଧିକାର କୁ ସରକାର ସିକିମ ପଟ୍ଟା ମାଧ୍ୟମରେ ଯୋଗାଇ ଦେଇଛନ୍ତି ଯାହା ଏକ ଗର୍ବ ଓ ଗୌରବ ର କଥା। ୬୦ ବର୍ଷ ଧରି ଶଙ୍କା ଓ ଦ୍ୱନ୍ଦ ରେ ଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଉପହାର ବୋଲି କହିଥିଲେ।

ଜିଲ୍ଲାପାଳ ଚଞ୍ଚଳ ରାଣା ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ୧୩ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ଆଜି ୧୦୫୩ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି ବୋଲି କହିଥିଲେ। ଏହି ସମାରୋହରେ ୫ଜଣଙ୍କୁ ପ୍ରତିକାତ୍ମକ ଭାବେ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ହିତାଧିକାରୀ ଜଟଣୀ ତହସିଲର ସୌଭାଗିନି ଦାସ କହିଲେ ଯେ ସଂଶୟରେ ଥିବା ଆମ ମାନଙ୍କୁ ଜମି ମାଲିକ ବନାଇ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ସମ୍ମାନ ଦେଇଛନ୍ତି। ଆମ ପର ପିଢ଼ି ପାଇଁ ଏହା ଏକ ସୁରକ୍ଷିତ ଅଧିକାର ବୋଲି କହି ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ, ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ତହସିଲ ରୁ ଆସିଥିବା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା। ଏ ସମସ୍ୟା ସଂପର୍କରେ ଜନସାଧାରଣ ୫-ଟି ସଚିବଙ୍କୁ ଜଣାଇଥିଲେ। ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ, ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ।

ସେହିପରି ଭୁବନେଶ୍ୱର ତହସିଲରେ ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪୩ଟି ମାମଲା ଚାଲିଛି। ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର Task Force ଦ୍ୱାରା ନିର୍ଦ୍ଧାରିତ SOP ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜିଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ସମୟ ବଦ୍ଧ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଓ ବିଜେପି ବସ୍ତିବାସିନ୍ଦାଙ୍କ ଥଇଥାନ ବିରୋଧୀ: ଓଡ଼ିଶା ବସ୍ତି ସଂଘର୍ଷ ସମିତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି ୭୦ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି ଓ କଂଗ୍ରେସ ଘୋର ବିରୋଧ କରୁଥିବାରୁ ଏହାକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ ସାହୁ ତୀବ୍ର ବିରୋଧ କରିଛନ୍ତି।

ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଉପରେ ହୀନ ଟିପ୍ପଣୀ ଦେଇଛନ୍ତି ତାହା ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି ଏକ ଉପହାସ ସଦୃଶ। ଜମି ପଟ୍ଟା ଯୋଗାଇ ଦେବା ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରି ଆସୁଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି।

କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ଗୋଟିଏ ପଟେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ ପଦକ୍ଷେପ ନେଉଥିବା ବେଳେ ବିଜେପି ଓ କଂଗ୍ରେସ ତାହାକୁ ବିରୋଧ କରିବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି। ଆଗକୁ ବସ୍ତିବିରୋଧୀ ଏହି ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀଯୁକ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଗଡିଲା ରାଜସ୍ଵ ରଥ: ହିତାଧିକାରୀଙ୍କୁ ବଣ୍ଟାଗଲା ଜମି ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲା ବାଣପୁର ତହସିଲ ପକ୍ଷରୁ ଆଜି ରାଜସ୍ବ ରଥ ଗଡ଼ିଛି। ତହସିଲଦାର ମନ୍ମଥ ବେହେରାଙ୍କ ତତ୍ତ୍ୱାବଧାନରେ ବାଣପୁର ଏନଏସିରୁ ଏହାର ଶୁଭାରମ୍ଭ ହୋଇଛି। ଆଜି ସମୁଦାୟ ୨୦ ଟି ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ ସରିଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା।

ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ ଏବଂ ତହସିଲ କର୍ମଚାରୀ ସୋମନାଥ ବେହେରା, ସିଧସ୍ତି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଶାସମଲ ଓ ବୀରେନ୍ଦ୍ର ପଣ୍ଡା ଆଦି ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁଆଁରମୁଣ୍ଡା ତହସିଲରେ ଦୁର୍ନୀତି ହେଉଥିବା ଅଭିଯୋଗ: ଜମି ପଟ୍ଟା ପାଇଁ ଲୋକେ ଦେଉଛନ୍ତି ଟଙ୍କା

ସୁନ୍ଦରଗଡ: ରାଜ୍ୟ ସରକାର ରାଜସ୍ୱ ସେବା କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ବିବିଧ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଅନଲାଇନ ଯୋଗେ ଖଜଣା ପୈଠ ଠାରୁ ଅନେକ ଗୁଡିଏ ଜନହିତକର ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ଅନଲାଇନ ସେବା କିପରି ସଠିକ୍ ଭାବେ କାର୍ଯ୍ୟ କରିବ ସେଥି ପ୍ରତି ଅଧିକ ଯତ୍ନବାନ୍ ହେବା ସାଙ୍ଗକୁ ଏହା କିପରି ଜନସାଧରଣଙ୍କୁ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟିରେ ରଖି ଅନେକ ସମୟରେ ସମୀକ୍ଷା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ କେତେକ ସ୍ଥଳେ ଏହା ମଧ୍ୟ ଦେଖା ଯାଉଛି ଯେ, ବାରମ୍ବାର ସମୀକ୍ଷା କଲେ ମଧ୍ୟ କେତେ ତହସିଲରେ ଅନଲାଇନ ସେବା ସମ୍ପୂର୍ଣ୍ଣ ଫେଲ୍ ମାରିଲା ଭଳି ଜଣାପଡ଼ୁଛି।

ଏହାର ସ୍ପଷ୍ଟ ଉଦାହରଣ ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲରେ ଦେଖିବାକୁ ମିଳିଛି। କର୍ମଚାରୀମାନଙ୍କର କମ୍ପ୍ୟୁଟର ଜ୍ଞାନର ଅଭାବ ହେଉ କିମ୍ବା କାର୍ଯ୍ୟ କରିବାରେ ଆନ୍ତରିକତା ଅଭାବ ଯୋଗୁଁ ସେଠାରେ ଅନଲାଇନ ସେବା ଫେଲ ମାରିଲା ଭଳି ଜଣାପଡ଼ୁଛି।

ଯଦ୍ୱାରା ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା କେତେକ ଅମିନ ଫିଲ୍ଡ କାର୍ଯ୍ୟ କରିବା ପରିବର୍ତ୍ତେ ଅଫିସ୍ ରେ ରହି କର୍ମଚାରୀଙ୍କ କାମ କରୁଥିବାର ଦୃଷ୍ଟି ଗୋଚର ହେଉଛି। ଏହାସହିତ ଲୋକେ ନିଜ ଜମି ପଟ୍ଟା ପାଇଁ ତହସିଲ୍ ବାରଣ୍ଡା ଦୋୖଡି ଦୋୖଡି ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି।

ବାରମ୍ବାର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ନୂତନ ରେଜିଷ୍ଟ୍ରେସନ୍ ନିୟମ ଅନୁସାରେ ଜଣେ ବ୍ୟକ୍ତି ଜମି ପଞ୍ଜୀକୃତ ହେବା ଦିନ ଠାରୁ ସାତ ଦିନ ମଧ୍ୟରେ ପଟ୍ଟା ପାଇବାର ବ୍ୟବସ୍ଥା ରହିଛି। କିନ୍ତୁ କାର୍ଯ୍ୟାଳୟର କେତେକ କର୍ମଚାରୀ ମାନେ କିଛି ଦଲାଲ୍ ଙ୍କୁ ହାତକରି ମୋଟା ଅଙ୍କର ଅର୍ଥ ଆଦାୟ କରି ପଟ୍ଟା ପ୍ରଦାନ କରୁଥିବା ଅଭିଯୋଗ ହେଉଛି।

ଯଦି କେହି ଦାବି ମୁତାବକ ଅର୍ଥ ଦେଉନାହାନ୍ତି ତେବେ ତାଙ୍କୁ କାଗଜ ପତ୍ରର ବାହାନା ଦଖାଇ ହଇରାଣ କରୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ତହସିଲର ଅନେକ କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ପରସ୍ପର ଉପରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ପରିଲକ୍ଷିତ ହେଉଛି।

କାର୍ଯ୍ୟାଳୟରେ କେତେକ କର୍ମଚାରୀ ଦୀର୍ଘଦିନ ହେଲା ଅନ୍ୟତ୍ର ବଦଳି ନ ହୋଇ ଏକ ପ୍ରକାର ଏକଛତ୍ରବାଦ ଶାସନ କଲା ଭଳି କୁହାଯାଉଛି। ତେଣୁ ଜିଲ୍ଲାପାଳ ଏହାକୁ ଅତି ଗମ୍ଭୀରତା ସହ ନେଇ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି।