Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସରକାରଙ୍କ ନିକଟରେ ଚିକିତ୍ସା ଭତ୍ତା ଦାବି କଲା ବାଣପୁର ବାଲୁଗାଁ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ
ଆଜିର ଖବର

ରାଜ୍ୟସରକାରଙ୍କ ନିକଟରେ ଚିକିତ୍ସା ଭତ୍ତା ଦାବି କଲା ବାଣପୁର ବାଲୁଗାଁ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ

March 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଦୀର୍ଘ ଅଠର ବର୍ଷ ଧରି ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ଦେବାକୁ ଦାବୀ ହୋଇ ଆସୁଅଛି। ବିଭିନ୍ନ ସମୟରେ ଅର୍ଥ ବିଭାଗର ମନ୍ତ୍ରୀ ଓ ବିଭିନ୍ନ ଅଧୁକାରୀଙ୍କ ସହ ଉକ୍ତ ବିଷୟରେ ଆଲୋଚନା ହୋଇଛି। କିନ୍ତୁ ରାଜ୍ୟ ସରାକର ଏହାକୁ ମଂଜୁର କରୁନାହାନ୍ତି। ରାଜ୍ୟର ସାଢେ ତିନିଲକ୍ଷ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଆଉ ଅବହେଳା ନ କରିବାକୁ ଦାବୀ କରିଛି ବାଣପୁର ବାଲୁଗାଁ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ। ଏ ବିଷୟରେ ମଧ୍ୟ ଭିକେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ସମୟରେ ତାଙ୍କର ଅବଗତ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି।

ଉକ୍ତ ସଙ୍ଘର କାର୍ଯ୍ୟକରି ସଭାପତି ଶରତ ଚନ୍ଦ୍ର ବେଦମତା ଓ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ଏକ ବିବୃତ୍ତିରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଏକ ହଜାର ଟଙ୍କା ମିଳୁଛି। ସେହିପରି କର୍ଣ୍ଣାଟକ ରାଜ୍ୟ ସରକାର ଦୁଇ ହଜାର ଟଙ୍କା, ବିହାର, ଛତିଶଗଡ଼, ଗୋଆ, ହରିୟାନା, ପଞ୍ଜାବ, ଝାଡ଼ଖଣ୍ଡ ଏକ ହାଜର ଟଙ୍କା ମେଘାଳୟ ୭୦୦ଟଙ୍କା, ଆସାମ, ତେଲେଙ୍ଗାନା ସରକାର ୬୦୦ଟଙ୍କା, ଅରୁଣାଞ୍ଚଳ ପ୍ରଦେଶ, ଆନ୍ଧ୍ର, କେରଳ, ମିଜୋରାମ, ତ୍ରିପୁରା ୫୦୦ ଟଙ୍କା, ନାଗାଲାଣ୍ଡ ୪୦୦ ଟଙ୍କା, ହିମାଞ୍ଚଳ ପ୍ରଦେଶ ୩୫୦ଟଙ୍କା, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ପଶ୍ଚିମବଙ୍ଗ ୩୦୦ଟଙ୍କା ଲେଖାଏଁ ଦିଆଯାଉଛି।

୨୦୦୬ମସିହାରୁ ଓଡ଼ିଶାରେ କେବଳ ବିଚାର ବିଭାଗୀୟ କର୍ମଚାରୀଙ୍କୁ ୧୫୦୦ ଟଙ୍କା ସ୍ୱାସ୍ଥ୍ୟବୀମା ଦିଆଯାଉଥିବା ବେଳେ ଅନ୍ୟ କର୍ମଚାରୀ ମାନଙ୍କୁ ଦିଆଯାଉନାହିଁ। ସଭାପତି ଶ୍ରୀଯୁକ୍ତ ବେଦମତା ଓ ସମ୍ପାଦକ ଶ୍ରୀଯୁକ୍ତ ସ୍ୱାଇଁ ଅବସର କର୍ମଚାରୀ ମାନଙ୍କ ଭୁବନେଶ୍ୱର ସାଧାରଣ ସଭାରେ ଉପସ୍ଥିତ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦାବୀ କରିଥିବା ବେଳେ ଏହାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ପୁନଶ୍ଚ ସରକାର ଆମର ଦାବୀକୁ ଗ୍ରହଣ କରିବାକୁ ସଙ୍ଘ ଦାବୀ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026

କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

January 27, 2026
Latest News

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27, 2026

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.