Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଲାଗୁ ହେଲା ସିଏଏ: ଜାଣନ୍ତୁ ଏହାର ସକାରାତ୍ମକ ଦିଗ
ଜାତୀୟ ଖବର

ଦେଶରେ ଲାଗୁ ହେଲା ସିଏଏ: ଜାଣନ୍ତୁ ଏହାର ସକାରାତ୍ମକ ଦିଗ

March 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
WE SUPPORT CAA

ନାଗରିକତା (ସଂଶୋଧନ) ଆଇନ (ସିଏଏ) – 2019 ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ 31 ଡିସେମ୍ବର, 2014ରେ କିମ୍ବା ତା’ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଆବେଦନ କରିବାର ଯୋଗ୍ୟତା ହାସଲ ଅବଧିକୁ 11ରୁ 5 ବର୍ଷକୁ ହ୍ରାସ କରିଛି। ପଡ଼ୋଶୀ ଦେଶରେ ଧର୍ମ ଆଧାରରେ ପୀଡ଼ିତ ଏଭଳି ଲୋକଙ୍କ ପ୍ରତି ଉଦାର ବ୍ୟବହାର ଦେଖାଇବା ପାଇଁ ଏହି ଆଇନ ଉଦ୍ଦିଷ୍ଟ। ଏହା ସ୍ୱାଧୀନତା ପରେ ଅନ୍ୟ ଧର୍ମର ଭାରତୀୟ ନାଗରିକଙ୍କ ଭଳି ଭାରତୀୟ ମୁସଲିମ୍‌ମାନେ ସ୍ୱାଧୀନ ଭାବେ ଉପଭୋଗ କରୁଥିବା ଅଧିକାର ଏବଂ ସେମାନଙ୍କୁ ମିଳୁଥିବା ସୁଯୋଗକୁ କୌଣସି ପ୍ରକାରରେ ହାନି ପହଞ୍ଚାଇବ ନାହିଁ।

ଭାରତରେ ରହୁଥିବା ମୁସଲିମଙ୍କ ପାଇଁ ଏହି ଆଇନରେ କୌଣସି ଚିନ୍ତାଜନକ ବିଷୟ ରହିଛି?

ଭାରତୀୟ ମୁସଲମାନ୍‌ମାନେ ଚିନ୍ତିତ ହେବା ଅନାବଶ୍ୟକ କାରଣ ଏହି ଆଇନରେ ସେମାନଙ୍କ ନାଗରିକତାକୁ ପ୍ରଭାବିତ କରିବା ଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ନିଜର ହିନ୍ଦୁ ସମକକ୍ଷଙ୍କ ଭଳି ସମାନ ଅଧିକାର ଉପଭୋଗ କରୁଥିବା 18 କୋଟି ଭାରତୀୟ ମୁସଲିମଙ୍କର ନାଗରିକତା ଆଇନ ସହ କୌଣସି ସମ୍ପର୍କ ନାହିଁ । ଏହି ଆଇନ ଲାଗୁ ହେବା ପରେ କୌଣସି ଭାରତୀୟ ନାଗରିକଙ୍କୁ ନିଜ ନାଗରିକତା ପ୍ରମାଣିତ କରିବା ଲାଗି କୌଣସି କାଗଜପତ୍ର ଦେଖାଇବାକୁ କୁହାଯିବ ନାହିଁ।

ଏହି ଆଇନରେ ବେଆଇନ ପ୍ରବାସୀ ମୁସଲିମ୍‌ମାନଙ୍କୁ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ନିର୍ବାସନ କରିବା ଲାଗି କୌଣସି ବ୍ୟବସ୍ଥା କିମ୍ବା ରାଜିନାମା ରହିଛି କି?

ଏସବୁ ଦେଶକୁ ପ୍ରବାସୀମାନଙ୍କୁ ନିର୍ବାସନ କରିବା ଲାଗି ଏହି ଦେଶଗୁଡ଼ିକ ସହିତ ଭାରତର କୌଣସି ରାଜିନାମା କିମ୍ବା ଚୁକ୍ତି ହୋଇନାହିଁ । ଏହି ନାଗରିକତା ଆଇନ ବେଆଇନ ପ୍ରବାସୀଙ୍କ ନିର୍ବାସନ ସହ ଜଡ଼ିତ ନୁହେଁ, ତେଣୁ ସିଏଏ ମୁସଲିମ୍‌ ସଂଖ୍ୟାଲଘୁଙ୍କ ବିରୋଧୀ ବୋଲି ମୁସଲିମ୍‌ ଓ ଛାତ୍ରଛାତ୍ରୀଙ୍କ ସମେତ କିଛି ଲୋକଙ୍କର ଏକ ନିର୍ଦ୍ଦିଷ୍ଟ ବର୍ଗ ଯେଉଁ ଚିନ୍ତା କରୁଛନ୍ତି ତାହା ଅମୂଳକ।

କେଉଁମାନେ ବେଆଇନ ପ୍ରବାସୀ?

ନାଗରିକତା ଆଇନ, 1955 ଭଳି, ସିଏଏ ଆଇନ ଯେକୌଣସି ବେଆଇନ ପ୍ରବାସୀଙ୍କୁ ଜଣେ ବିଦେଶୀ ଭାବେ ପରିଭାଷିତ କରିଥାଏ ଯିଏକି ବିନା ଦସ୍ତାବିଜରେ ଭାରତରେ ପ୍ରବେଶ କରିଛନ୍ତି।

ଇସଲାମ୍‌ର ଭାବମୂର୍ତ୍ତି ଉପରେ ଏହି ଆଇନର କିଭଳି ପ୍ରଭାବ ପଡ଼ିବ?

ଏହି ତିନୋଟି ମୁସ୍‌ଲିମ୍‌ ଦେଶରେ ସଂଖ୍ୟଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର କାରଣରୁ ସାରା ବିଶ୍ୱରେ ଇସଲାମ୍‌ର ଭାବମୂର୍ତ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେବେ ଇସଲାମ ଏକ ଶାନ୍ତିପୂର୍ଣ୍ଣ ଧର୍ମ ହୋଇଥିବାରୁ କେବେ ବି ଧାର୍ମିକ ଆଧାରରେ ଘୃଣା/ହିଂସା/ଉତ୍ପୀଡ଼ନକୁ ପ୍ରୋତ୍ସାହନ ଦେଇନଥାଏ। ଅତ୍ୟାଚାର ପ୍ରତି ସମ୍ବେଦନଶୀଳତା ଓ କ୍ଷତିପୂରଣକୁ ଦର୍ଶାଉଥିବା ଏହି ଆଇନ ଧାର୍ମିକ ଅତ୍ୟାଚାର ନାମରେ ଇସଲାମର ଭାବମୂର୍ତ୍ତିକୁ ଖରାପ ହେବାରୁ ସୁରକ୍ଷା ଦେଇଥାଏ।

ମୁସଲମାନମାନଙ୍କ ପାଇଁ ଭାରତୀୟ ନାଗରିକତା ପାଇବାରେ କୌଣସି ପ୍ରତିବନ୍ଧକ ଅଛି କି?

ନା ଆଦୌ ନାହିଁ। ନାଗରିକତା ଆଇନର ଧାରା ୬ ଭାରତର ନାଗରିକତା ପ୍ରାପ୍ତ କରିବା ସହ ଜଡ଼ିତ, ଏହାର ନିୟମ ଅନୁଯାୟୀ ବିଶ୍ୱର ଯେକୌଣସି ସ୍ଥାନରୁ ଭାରତୀୟ ନାଗରିକତା ପାଇବା ପାଇଁ ଚାହୁଁଥିବା ମୁସଲମାନମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ସଂଶୋଧନର ଆବଶ୍ୟକତା କ‘ଣ?

ଏହି ତିନୋଟି ଦେଶର ନିର୍ଯାତିତ ସଂଖ୍ୟାଲଘୁଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ଆଇନ ସେମାନଙ୍କୁ ଭାରତର ସର୍ବଦା ଉଦାର ସଂସ୍କୃତି ଅନୁଯାୟୀ ସେମାନଙ୍କ ସୁଖୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତୀୟ ନାଗରିକତା ପାଇବାର ସୁଯୋଗ ଦେଇଥାଏ। ନାଗରିକତା ବ୍ୟବସ୍ଥାକୁ ଅନୁକୂଳ କରିବା ଏବଂ ବେଆଇନ ପ୍ରବାସୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଆଇନର ଆବଶ୍ୟକତା ରହିଥିଲା।

ସରକାରଙ୍କ ପୂର୍ବ ପଦକ୍ଷେପଗୁଡ଼ିକ କ‘ଣ?

୨୦୧୬ରେ କେନ୍ଦ୍ର ସରକାର ଏହି ତିନି ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ରହିବା ପାଇଁ ଦୀର୍ଘମିଆଦୀ ଭିସା ଦେବାକୁ ଯୋଗ୍ୟ କରିଥିଲେ।

ଅନ୍ୟ କୌଣସି ଦେଶରୁ ଆସିଥିବା ମୁସଲମାନ ପ୍ରବାସୀଙ୍କ ପାଇଁ କୌଣସି ପ୍ରତିବନ୍ଧକ ଅଛି କି?

ସିଏଏ ନାଗରିକତା ଆଇନକୁ ବାତିଲ କରେ ନାହିଁ। ତେଣୁ ଅନ୍ୟ ଯେକୌଣସି ଦେଶରୁ ଆସିଥିବା ମୁସଲମାନ ପ୍ରବାସୀଙ୍କ ସମେତ ଯେ କେହି ବ୍ୟକ୍ତି ଭାରତୀୟ ନାଗରିକ ହେବାକୁ ଚାହୁଁଥିଲେ ପ୍ରଚଳିତ ଆଇନ ଅନୁଯାୟୀ ଏଥିପାଇଁ ଆବେଦନ କରିପାରିବେ। ଇସଲାମର ନିଜସ୍ୱ ସଂସ୍କରଣକୁ ଆପଣାଇବା କାରଣରୁ ଏହି ତିନୋଟି ଦେଶରେ ନିର୍ଯାତିତ ହୋଇଥିବା ଯେକୌଣସି ମୁସଲିମ୍‌ମାନଙ୍କୁ ବର୍ତ୍ତମାନର ଆଇନ ଅଧୀନରେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ଏହି ଆଇନ କୌଣସି ପ୍ରକାରରେ ଅଟକାଇ ନଥାଏ।

ସିଏଏ
Share. Facebook Twitter LinkedIn Email WhatsApp Copy Link

Related Posts

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Latest News

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.