Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭିନ୍ନ ଢଙ୍ଗରେ ଅସନ୍ତୋଷ ଜାହିର କଲେ ସରକାରୀ ହାଇସ୍କୁଲର ଏନପିଏସ ଶିକ୍ଷକ ଶିକ୍ଷୟିତ୍ରୀ
ଆଞ୍ଚଳିକ

ଭିନ୍ନ ଢଙ୍ଗରେ ଅସନ୍ତୋଷ ଜାହିର କଲେ ସରକାରୀ ହାଇସ୍କୁଲର ଏନପିଏସ ଶିକ୍ଷକ ଶିକ୍ଷୟିତ୍ରୀ

March 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଏକ ଭିନ୍ନ ପ୍ରକାରର ପ୍ରତିବାଦ କରିଛନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଏନପିଏସ ଶିକ୍ଷକ ଶିକ୍ଷୟିତ୍ରୀ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏହି ଶିକ୍ଷକ ମାନଙ୍କର ଅସନ୍ତୋଷର ସ୍ୱର। ଯାହା ସୂଚନା ଅଛି, ସରକାର ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ-୨୦୨୨ରୁ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପେକ୍ଷା କଲେ ଏବଂ ତାଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ଗଣନା କଲେନାହିଁ କି ୬ଟି ନୋସନାଲ ଇଂକ୍ରିମେଣ୍ଟ ମଧ୍ୟ ପ୍ରଦାନ କଲେନାହିଁ।

ସରକାର ଶିକ୍ଷକ ମାନଙ୍କୁ ବିଭାଜନ କରି କିଛି ଶିକ୍ଷକଙ୍କୁ ୬ବର୍ଷ ଚୁକ୍ତି ଅବଧିକୁ ଗଣନା କଲେ ଏବଂ ୬ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କଲେ। କିଛି ଶିକ୍ଷକଙ୍କୁ ଗୋଟିଏ, ଦୁଇଟି ଇଂକ୍ରିମେଣ୍ଟ ଦେଇ ଅନ୍ୟ କିଛି କନିଷ୍ଠ ଶିକ୍ଷକଙ୍କ ସହ ସମାନ କଲେ। କିନ୍ତୁ ୨୦୦୪ ରୁ ୨୦୦୯ ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କଲେ। ବହୁବାର ଆନ୍ଦୋଳନ ସହିତ ଦାବି ପତ୍ର ସରକାରଙ୍କୁ ଦିଆଯାଇଥିବା ସ୍ଥଳେ ସରକାର କିଛି ଶୁଣିଲେ ନାହିଁ। ଏବେ ନିକଟରେ ପ୍ରାଥମିକ ଶିକ୍ଷକ ମାନଙ୍କର ଏବଂ ଅନ୍ୟ କେତେକ ବିଭାଗର କ୍ୟାଡର ପୁର୍ନଗଠନ ସରକାର କଲେ, କିନ୍ତୁ ମାଧ୍ୟମିକ ଶିକ୍ଷକ ମାନଙ୍କର କ୍ୟାଡର ପୁର୍ନଗଠନ ସରକାର କରିବା ପାଇଁ ଭୁଲିଗଲେ।

ସରକାର ବର୍ତ୍ତମାନ ବିଭିନ୍ନ କର୍ମଚାରୀ ମାନଙ୍କର ଦାବିକୁ ଗୁରୁତ୍ୱ ଦେଇ ପୂରଣ କରୁଛନ୍ତି। କିନ୍ତୁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କର କୌଣସି ଦାବି ସରକାର ପୂରଣ କରିନାହାନ୍ତି। ୫ ଟି ଯେତେବେଳେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ ହେଲା ସର୍ବ ପ୍ରଥମେ ସରକାର ଏହି ସରକାରୀ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ କରିଥିବା ବେଳେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାର କିପରି ଅଣଦେଖା କଲେ ବୋଲି ଏହି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନ କରିବା ସହ ସେମାନେ ଏବଂ ତାଙ୍କ ପରିବାର ସରକାରଙ୍କ ଉପରେ ଖୁସି ନାହାନ୍ତି ବୋଲି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ସରକାର କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯାହା ଅଭିଯୋଗ କରୁଛନ୍ତି ସେମାନଙ୍କର ଗୋଟିଏ ବି ଦାବି ପୂରଣ ହୋଇନାହିଁ।

ସରକାରୀ ହାଇସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.