Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି-ଭିଜିଲ୍ ଆପ୍
ଆଜିର ଖବର

ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି-ଭିଜିଲ୍ ଆପ୍

March 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ସି-ଭିଜିଲ ଆପ୍ ଲୋକଙ୍କ ହାତରେ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି। ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍‌ ରେ ଆଜି ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯% ରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୧୦୦ ମିନିଟ୍ ମଧ୍ୟରେ ପ୍ରାୟ ୮୯% ଅଭିଯୋଗର ସମାଧାନ ହୋଇଛି। ଦ୍ରୁତ ବେଗ ଏବଂ ସ୍ୱଚ୍ଛତା ହେଉଛି ସିଭିଜିଲ ଆପ୍‌ ର ମୂଳଦୁଆ।

ବେଆଇନ ହୋର୍ଡିଂ ଏବଂ ବ୍ୟାନର ବିରୋଧରେ ୫୮,୫୦୦ରୁ ଅଧିକ ଅଭିଯୋଗ (ସମୁଦାୟ ୭୩%) ଆସିଛି। ୧୪୦୦ରୁ ଅଧିକ ଅଭିଯୋଗ ଟଙ୍କା, ଉପହାର ଏବଂ ମଦ ବଣ୍ଟନ ସମ୍ବନ୍ଧୀୟ ରହିଛି । ପାଖାପାଖି ୩% ଅଭିଯୋଗ (୨୪୫୪) ସମ୍ପତ୍ତି ନଷ୍ଟ କରିବା ସମ୍ବନ୍ଧୀୟ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ଧମକ ଦେବା ପାଇଁ ଆସିଥିବା ୫୩୫ଟି ଅଭିଯୋଗ ମଧ୍ୟରୁ ୫୨୯ଟିର ସମାଧାନ ହୋଇସାରିଛି। ନିଷିଦ୍ଧ ଅବଧିରେ ମାଇକ ଯୋଗେ ପ୍ରଚାର ପାଇଁ ୧୦ ଅଭିଯୋଗ ଆସିଛି ।

ସିଭିଜିଲ୍ ଆପ୍ ନିର୍ବାଚନୀ ତଦାରଖ ଏବଂ ପ୍ରଚାର ବିଶୃଙ୍ଖଳା ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଏବଂ ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ ବଣ୍ଟନ ବିଷୟରେ ଜଣାଇବା ପାଇଁ ଏହି ଆପ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।

ସିଭିଜିଲ୍ ହେଉଛି ଉପଭୋକ୍ତା-ଅନୁକୂଳ ଏବଂ ପରିଚାଳନା କରିବାକୁ ସହଜ ଆପ୍ଲିକେସନ୍, ଯାହା ସଚେତନ ନାଗରିକମାନଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ, ରିଟର୍ଣ୍ଣିଂ ଅଫିସର ଏବଂ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସହିତ ସଂଯୋଗ କରେ । ଏହି ଆପ୍ ବ୍ୟବହାର କରି ନାଗରିକମାନେ କିଛି ମିନିଟ୍ ମଧ୍ୟରେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନଯାଇ ରାଜନୈତିକ ଅସଦାଚରଣ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିପାରିବେ। ସିଭିଜିଲ୍ ଆପ୍ ରେ ଅଭିଯୋଗ ପଠାଯିବା ମାତ୍ରେ ଅଭିଯୋଗକାରୀଙ୍କୁ ଏକ ୟୁନିକ୍ ଆଇଡି ମିଳିବ, ଯାହା ଜରିଆରେ ବ୍ୟକ୍ତି ଜଣକ ନିଜ ମୋବାଇଲରେ ଅଭିଯୋଗ ଟ୍ରାକ୍ କରିପାରିବେ।

ଏକାସାଙ୍ଗରେ କାର୍ଯ୍ୟ କରୁଥିବା କାରକଗୁଡ଼ିକର ଏକ ତ୍ରିକୋଣ ସିଭିଜିଲକୁ ସଫଳ କରିଥାଏ । ଉପଭୋକ୍ତାମାନେ ରିୟଲ ଟାଇମରେ ଅଡିଓ, ଫଟୋ କିମ୍ବା ଭିଡିଓ ସଂଗ୍ରହ କରନ୍ତି ଏବଂ ଅଭିଯୋଗର ସମୟବଦ୍ଧ ପ୍ରତିକ୍ରିୟା ପାଇଁ ‘‘୧୦୦ ମିନିଟ୍‌’’ କାଉଣ୍ଟଡାଉନ୍ ସୁନିଶ୍ଚିତ କରାଯାଏ। ଆଚରଣ ବିଧି ଉଲ୍ଲଂଘନ ବିଷୟରେ ଜଣାଇବା ପାଇଁ ଉପଭୋକ୍ତା ସିଭିଜିଲରେ ସେମାନଙ୍କ କ୍ୟାମେରା ଅନ୍ କରିବା ମାତ୍ରେ ଏହି ଆପ୍ ସ୍ୱତଃସ୍ପୃତ ଭାବରେ ଏକ ଜିଓ-ଟ୍ୟାଗିଂ ଫିଚର୍ ସକ୍ଷମ କରିଥାଏ। ଏହାର ଅର୍ଥ ହେଉଛି ଫ୍ଲାଇଂ ସ୍କ୍ୱାଡ୍ ରିପୋର୍ଟ ହୋଇଥିବା ଉଲ୍ଲଂଘନର ସଠିକ ସ୍ଥାନ ଜାଣିପାରିବ ଏବଂ ନାଗରିକଙ୍କ ଦ୍ୱାରା ନିଆଯାଇଥିବା ଫଟୋକୁ ଅଦାଲତରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ନାଗରିକମାନେ ବେନାମୀ ଭାବେ ମଧ୍ୟ ଅଭିଯୋଗ ଜଣାଇପାରିବେ।

ପ୍ରଯୁକ୍ତିର ଉପଯୋଗ କରିବା ଏବଂ ଭୋଟର ଏବଂ ରାଜନୈତିକ ଦଳଗୁଡ଼ିକର ସୁବିଧା ପାଇଁ ଆୟୋଗ ଦ୍ୱାରା ନିର୍ମିତ ଆପ୍ ଗୁଡ଼ିକ ମଧ୍ୟରୁ ଏହି ଆପ୍ ଅନ୍ୟତମ ।

eci election 2024 Lok Sabha Election
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.