Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଇଲା ଏବଂ ଲିଗନାଇଟି ଖଣିର ପ୍ରସ୍ତ ପାଇଁ ବାର୍ଷିକ ଗ୍ରେଡ୍ ଘୋଷଣା
ଜାତୀୟ ଖବର

କୋଇଲା ଏବଂ ଲିଗନାଇଟି ଖଣିର ପ୍ରସ୍ତ ପାଇଁ ବାର୍ଷିକ ଗ୍ରେଡ୍ ଘୋଷଣା

April 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଶକ୍ତି ଚାହିଦା ନିରବଚ୍ଛିନ୍ନ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଏବଂ କୋଇଲା ଭାରତର ଶକ୍ତି ସୁରକ୍ଷା ଏବଂ ଅର୍ଥ ବ୍ୟବସ୍ଥାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏଥି ସହିତ ଦେଶରେ ବ୍ୟାବସାୟିକ ଶକ୍ତିର ପ୍ରାଥମିକ ସ୍ରୋତ ମଧ୍ୟ ଜାରି ରହିଛି। ଏହି ବିଶ୍ୱସନୀୟ ଏବଂ ସ୍ଥିର ଶକ୍ତି, ଆମଦାନି ସୁନିଶ୍ଚିତ କରିଆସୁଛି ଯାହା ଔଦ୍ୟୋଗିକ ବିକାଶକୁ ଜାରି ରଖିବା, ସହରୀକରଣକୁ ଶକ୍ତି ଯୋଗାଣ ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛି।

କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା କାର୍ଯ୍ୟାଳୟ, କୋଇଲା ନିୟନ୍ତ୍ରକ ସଂଗଠନ ( ସିସିଓ) କୋଇଲାର ନମୁନା ନିମନ୍ତେ ପ୍ରକ୍ରିୟା ଏବଂ ମାନକ ନିର୍ଦ୍ଧାରଣ କରିଥାଏ । କୋଇଲାର ଶ୍ରେଣୀ, ଗ୍ରେଡ୍ ଶୁଦ୍ଧତା ସୁନିଶ୍ଚିତ କରିବା ନିମନ୍ତେ କୋଇଲା ଖଣିମାନଙ୍କର ନିରୀକ୍ଷଣ କରେ ତଥା କୋଲିଆରୀ ନିୟନ୍ତ୍ରଣ ନିୟମ, ୨୦୦୪ (୨୦୨୧ରେ କରାଯାଇଥିବା ସଂଶୋଧନ) ଅଧୀନରେ ଗୋଟିଏ କୋଲିଆରୀରେ ଖନନ କରାଯାଇଥିବା କୋଇଲାର ପ୍ରସ୍ତର କୋଇଲାର ଗ୍ରେଡ୍ ଘୋଷଣା କରିବା ସହିତ ଏହାର ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଥାଏ। କେନ୍ଦ୍ରୀୟ ସରକାରୀ କ୍ଷେତ୍ର, ରାଜ୍ୟ ସରକାର ତଥା ଘରୋଇ କ୍ଷେତ୍ରର କୋଇଲା ଏବଂ ଲିଗନାଇଟ୍ ଖଣିର କୋଇଲା ପ୍ରସ୍ତର ଗୁଣବତ୍ତା-ଡାଟାର ଉପଲବ୍ଧ ନିର୍ଣ୍ଣୟ କରିବା ସକାଶେ ପ୍ରକ୍ରିୟା ହେଉଛି ସର୍ବୋତ୍ତମ ଓ ସର୍ବୋଚ୍ଚ ବ୍ୟବସ୍ଥା।

କୋଇଲା ନିୟନ୍ତ୍ରକ ସଂଗଠନ (ସିସିଓ), ଯାହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଧାନବାଦ, ରାଞ୍ଚି, ବିଳାସପୁର, ନାଗପୁର, ସମ୍ବଲପୁର ଏବଂ କୋଠାଗୁଡ଼େମଠାରେ ରହିଛି, ଏହିସବୁ କାର୍ଯ୍ୟାଳୟମାନଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ନିମନ୍ତେ ରାଜ୍ୟର କେନ୍ଦ୍ର ସରକାରଙ୍କ କ୍ଷେତ୍ରର ସଂସ୍ଥା, ରାଜ୍ୟ ସରକାର ତଥା ଘରୋଇ କ୍ଷେତ୍ରର କୋଇଲା ଏବଂ ଲିଗନାଇଟ ଖଣିମାନଙ୍କର କୋଇଲାର ନମୁନା ସଂଗ୍ରହ ଏବଂ ଏହାର ବିଶ୍ଳେଷଣ କରିବା କାର୍ଯ୍ୟ ସମ୍ପାଦନ କରିଛି।

ଏହି ବାର୍ଷିକ ନମୁନାକରଣ କାର୍ଯ୍ୟ ସିପିଏୟୁ (୩୩୧), ରାଜ୍ୟ ସରକାର (୬୯) ଏବଂ ଘରୋଇ କ୍ଷେତ୍ର (୨୭)କୁ ମିଶାଇ ମୋଟ ୪୨୭ ଗୋଟି ଖଣିରେ ସମ୍ପାଦନ କରାଯାଇଛି। ଗ୍ରେଡର ଶୁଦ୍ଧତା ସୁନିଶ୍ଚିତ କରିବା ନିମନ୍ତେ, ପ୍ରାପ୍ତ ନମୁନାଗୁଡ଼ିକୁ ଦୁଇଟି ଭିନ୍ନ ଭିନ୍ନ ପ୍ରୟୋଗଶାଳାରେ ବିଶ୍ଳେଷଣ କରାଯାଇଛି।

ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଖଣିମାନଙ୍କର କୋଇଲା ପରସ୍ତର ବାର୍ଷିକ ଗ୍ରେଡ଼ିଂର ଘୋଷଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ସାରିଛି। ସରକାରୀ କ୍ଷେତ୍ର, ରାଜ୍ୟ ସରକାର ତଥା ଘରୋଇ କ୍ଷେତ୍ରର ସମସ୍ତ କୋଇଲା ଏବଂ ଲିଗନାଇଟ ଖଣିର ପରସ୍ତର ଘୋଷିତ ଗ୍ରେଡ୍ ୦୧.୦୪.୨୦୨୪ ତାରିଖ ଠାରୁ କାର୍ଯ୍ୟକାରୀ ହେବ।

କୋଇଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026
Latest News

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.