ଆଇପିଏଲ ୨୦୨୪: ହାଇଦ୍ରାବାଦକୁ ୭୮ ରନରେ ହରାଇଲା ଚେନ୍ନାଇ

Published: Apr 29, 2024, 8:30 am IST

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଛି। CSK ର ବିଜୟର ସବୁଠାରୁ ବଡ ହିରୋମାନେ ହେଲେ ରିତୁରାଜ ଗାଇକ୍ଵାଡ ଏବଂ ତୁଷାର ଦେଶପାଣ୍ଡେ। ଗାଇକ୍ଵାଡ ୯୮ ରନର ଇନିଂସ ଖେଳିଥିବା ବେଳେ ଦେଶପାଣ୍ଡେ ୪ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ହାଇଦ୍ରାବାଦ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୨୧୨ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଥିଲା।
ଜବାବରେ SRH ଦଳର ବ୍ୟାଟିଂ ପ୍ରଥମରୁ ଆଦୌ ଭଲ ନଥିଲା। କାରଣ ସ୍କୋର ୪୦ ରନ୍ ମଧ୍ୟରେ ହାଇଦ୍ରାବାଦ ତିନିଟି ୱିକେଟ୍ ହରାଇଥିଲା।

ସେହିଭଳି ୧୦୯ ମଧ୍ୟରେ SRH ର ୫ ୱିକେଟ୍ ର ପତନ ଘଟିଥିଲା। ଏହିସମୟରେ ଦଳକୁ ୩୦ ବଲରେ ୧୦୪ ରନ୍ ଆବଶ୍ୟକ ଥିଲା। ୧୬ ତମ ଓଭରରେ ହେନ୍ରିଚ୍ କ୍ଲାସେନ୍ ଏବଂ ପରବର୍ତ୍ତୀ ଓଭରରେ ଅବଦୁଲ ସମାଦଙ୍କ ୱିକେଟ୍ ଖସିଯିବା ମାତ୍ରେ ହାଇଦ୍ରାବାଦର ବିଜୟର ସମସ୍ତ ଆଶା ଶେଷ ହୋଇଯାଇଥିଲା। ଶେଷ ୨ ଓଭରରେ ୮୫ ରନର ଆବଶ୍ୟକ ଥିଲା, ଯାହା ହାଇଦ୍ରାବାଦ ପାଇଁ ଅସମ୍ଭବ ଥିଲା। ୧୯ ତମ ଓଭରେରେ ମୁସ୍ତାଫିଜୁର ରେହମାନ ୨ ଟି ୱିକେଟ ନେଇ ହାଇଦ୍ରାବାଦକୁ ୧୩୪ ରନରେ ଅଲଆଉଟ କରିଥିଲେ। ଏହିପରି ହାଇଦ୍ରାବାଦ ୭୮ ରନରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା।

Related posts