Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇପିଏଲ ୨୦୨୪: ହାଇଦ୍ରାବାଦକୁ ୭୮ ରନରେ ହରାଇଲା ଚେନ୍ନାଇ
ଜାତୀୟ ଖବର

ଆଇପିଏଲ ୨୦୨୪: ହାଇଦ୍ରାବାଦକୁ ୭୮ ରନରେ ହରାଇଲା ଚେନ୍ନାଇ

April 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଛି। CSK ର ବିଜୟର ସବୁଠାରୁ ବଡ ହିରୋମାନେ ହେଲେ ରିତୁରାଜ ଗାଇକ୍ଵାଡ ଏବଂ ତୁଷାର ଦେଶପାଣ୍ଡେ। ଗାଇକ୍ଵାଡ ୯୮ ରନର ଇନିଂସ ଖେଳିଥିବା ବେଳେ ଦେଶପାଣ୍ଡେ ୪ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ହାଇଦ୍ରାବାଦ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୨୧୨ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଥିଲା।
ଜବାବରେ SRH ଦଳର ବ୍ୟାଟିଂ ପ୍ରଥମରୁ ଆଦୌ ଭଲ ନଥିଲା। କାରଣ ସ୍କୋର ୪୦ ରନ୍ ମଧ୍ୟରେ ହାଇଦ୍ରାବାଦ ତିନିଟି ୱିକେଟ୍ ହରାଇଥିଲା।

ସେହିଭଳି ୧୦୯ ମଧ୍ୟରେ SRH ର ୫ ୱିକେଟ୍ ର ପତନ ଘଟିଥିଲା। ଏହିସମୟରେ ଦଳକୁ ୩୦ ବଲରେ ୧୦୪ ରନ୍ ଆବଶ୍ୟକ ଥିଲା। ୧୬ ତମ ଓଭରରେ ହେନ୍ରିଚ୍ କ୍ଲାସେନ୍ ଏବଂ ପରବର୍ତ୍ତୀ ଓଭରରେ ଅବଦୁଲ ସମାଦଙ୍କ ୱିକେଟ୍ ଖସିଯିବା ମାତ୍ରେ ହାଇଦ୍ରାବାଦର ବିଜୟର ସମସ୍ତ ଆଶା ଶେଷ ହୋଇଯାଇଥିଲା। ଶେଷ ୨ ଓଭରରେ ୮୫ ରନର ଆବଶ୍ୟକ ଥିଲା, ଯାହା ହାଇଦ୍ରାବାଦ ପାଇଁ ଅସମ୍ଭବ ଥିଲା। ୧୯ ତମ ଓଭରେରେ ମୁସ୍ତାଫିଜୁର ରେହମାନ ୨ ଟି ୱିକେଟ ନେଇ ହାଇଦ୍ରାବାଦକୁ ୧୩୪ ରନରେ ଅଲଆଉଟ କରିଥିଲେ। ଏହିପରି ହାଇଦ୍ରାବାଦ ୭୮ ରନରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା।

chennai super kings INDIAN PREMIER LEAGUE ipl IPL-2024 SRH Vs CSK
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.