Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ
ଆଜିର ଖବର

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ

November 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ
ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ

ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଙ୍ଗ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ୩୩୫୮ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ୨୭୫୬ ଜଣ ଅଗ୍ନିବୀର (୧୪୨ ଜଣ ମହିଳା ଅଗ୍ନିବୀର) ରହିଥିବା ବେଳେ ୨୮୬ ଜଣ ନୌସେନା ଡାକ୍ତରୀ ସହାୟକ ଓ ୩୧୬ ଜଣ ତଟରକ୍ଷି ନାବିକ ଦୀର୍ଘ ୧୬ ସପ୍ତାହ ଧରି ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ବୀର ଯୋଦ୍ଧା ଭାବେ ଯୋଗ ଦେଇଛନ୍ତି।

ଉକ୍ତ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ନାଭାଲ ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ପିଭିଏସଏମ, ଏଭିଏସଏମ, ଭିଏସଏମ ନିରୀକ୍ଷଣ କରିଥିବା ବେଳେ ଭାଇସ ଆଡମିରାଲ ସମୀର ସକସେନା ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ ଦକ୍ଷିଣ ନୌସେନା ଅଧିକାରୀ ପରିଚାଳନା କରିଥିଲେ। ଅନୁଷ୍ଠିତ ପାସିଙ୍ଗ ଆଉଟ୍ ସମାରୋହରେ ସମସ୍ତ ତାଲିମପ୍ରାପ୍ତ ଅଗ୍ନିବୀର ପ୍ୟାରେଡ଼ ଗ୍ରାଉଣ୍ଡରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ।

ଉକ୍ତ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ, ପୂର୍ବତନ ନୌସେନା ଅଧିକାରୀ, ଅଗ୍ନିବୀରଙ୍କ ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶକ୍ତି ଏବଂ ସଂମ୍ମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ମୂଲ୍ୟବୋଧ, କାର୍ଯ୍ୟ ଦକ୍ଷତା ଏବଂ ସାହାସକୁ ଅଗ୍ନିବୀର ମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଆଇଏନ୍ଏସ୍ ଚିଲିକା କମାଣ୍ଡିଂ-ଇନ୍-ମୁଖ୍ୟ କମୋଡୋର ବି ଦୀପକ ଅନିଲଙ୍କ ଉପସ୍ଥିତିରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଅଗ୍ନିବିର ଭାବେ ଏସଏସଆର ନଚିକେତା ସାନସାମ୍, ଏମଆର ଅରବାଜ ଅମିନ, ଶ୍ରେଷ୍ଠ ମହିଳା ଅଗ୍ନିବିର ଏସଏସଆର ଦୀକ୍ଷା, ନାବିକ (ଜିଡି) ଅମର ଶକ୍ତି, ନାବିକ (ଡିବି) ଅର୍ପିତ ସାଙ୍ଗୱାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

ଅଗ୍ନିବୀର ପାସିଂ ଆଉଟ ଆଇଏନଏସ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋଫଲମାଳା ୫ମ ଖଣ୍ଡ ଉତ୍ସର୍ଗୀକୃତ

November 14, 2026

ଗଞ୍ଜାମ ଜିଲ୍ଲାରେ ଦୁଇ ଦିନିଆ ସରକାରୀ ଛୁଟି ବାତିଲ

November 14, 2026

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 14, 2026

ନଭେମ୍ବର ୧୪ ତାରିଖ: ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

November 14, 2026
Latest News

ଦିବଙ୍ଗତ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋଫଲମାଳା ୫ମ ଖଣ୍ଡ ଉତ୍ସର୍ଗୀକୃତ

November 14, 2026

ଗଞ୍ଜାମ ଜିଲ୍ଲାରେ ଦୁଇ ଦିନିଆ ସରକାରୀ ଛୁଟି ବାତିଲ

November 14, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ

November 14, 2026

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 14, 2026

ନଭେମ୍ବର ୧୪ ତାରିଖ: ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.