Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଦ୍ମ ପୁରସ୍କାର- ୨୦୨୫ ପାଇଁ ନାମାଙ୍କନ ଆରମ୍ଭ
ଆଜିର ଖବର

ପଦ୍ମ ପୁରସ୍କାର- ୨୦୨୫ ପାଇଁ ନାମାଙ୍କନ ଆରମ୍ଭ

May 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମ ପୁରସ୍କାର
ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ, ୨୦୨୫ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୫ ପାଇଁ ମେ ୧ ତାରିଖଠାରୁ ଅନଲାଇନ୍ ନାମାଙ୍କନ/ ସୁପାରିସ ଆରମ୍ଭ ହୋଇଛି। ପଦ୍ମପୁରସ୍କାର ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦୨୪ ସେପ୍ଟେମ୍ବର ୧୫  ରହିଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in)ରେ ପଦ୍ମ ପୁରସ୍କାରପାଇଁ ନାମାଙ୍କନ /ସୁପାରିସ ଅନଲାଇନରେ ଗ୍ରହଣ କରାଯିବ।

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାରଗୁଡିକ ମଧ୍ୟରୁ ଅନ୍ୟତମ। ୧୯୫୪ ମସିହାରେ ପ୍ରତିଷ୍ଠିତ ଏହିପୁରସ୍କାର ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ।  କଳା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଜନବ୍ୟାପାର, ଲୋକ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଭାଗରେଉଲ୍ଲେଖନୀୟ ଓ ଅସାଧାରଣ ସଫଳତା /ସେବା ପାଇଁ ଏହି ପୁରସ୍କାର ପ୍ରଦାନକରାଯାଇଥାଏ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହିପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି। ଡାକ୍ତର ଓ ବୈଜ୍ଞାନିକଙ୍କ ବ୍ୟତୀତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାରପାଇବାକୁ ଯୋଗ୍ୟ ହୋଇ ନଥାନ୍ତି।

ପଦ୍ମ ପୁରସ୍କାରକୁ ‘ପିପୁଲ୍ସ ପଦ୍ମ’ ରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ସମସ୍ତ ନାଗରିକଙ୍କୁ ସ୍ୱୟଂ ନାମାଙ୍କନ ସମେତ ନାମାଙ୍କନ/ ସୁପାରିସକରିବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ମହିଳା, ସମାଜର ଦୁର୍ବଳ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଓ ସମାଜ ପାଇଁ ନିଃସ୍ୱାର୍ଥପର ସେବାକରୁଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ପାଇଁ ମିଳିତ ପ୍ରୟାସକରାଯାଇପାରିବ।

ନାମାଙ୍କନ /ସୁପାରିସ ଗୁଡ଼ିକରେ ଉପରୋକ୍ତ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ରହିବା ଉଚିତ, ଯେଉଁଥିରେ ବର୍ଣ୍ଣନାତ୍ମକ ଭାବେଏକ ଉଦ୍ଧୃତି (ସର୍ବାଧିକ ୮୦୦ ଶବ୍ଦ) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ, ଯାହା ନିଜ ନିଜକ୍ଷେତ୍ର/ ଶୃଙ୍ଖଳାରେ ସୁପାରିସ କରାଯାଇଥିବା ବ୍ୟକ୍ତିଙ୍କ ଉଲ୍ଲେଖନୀୟ ଏବଂଅସାଧାରଣ ଉପଲବ୍ଧି /ସେବାକୁ ସ୍ପଷ୍ଟ ଭାବରେ ଦର୍ଶାଇଥାଏ।

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.