Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ଆଜିର ଖବର

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଚଳିତ ବର୍ଷ ଖୋର୍ଦ୍ଧା ସହରରେ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜେ ବାଜା ଏବଂ ଲାଇଟ୍ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ପୌର ପରିଷଦ ଟାଉନ୍ ହଲ୍ ଠାରେ ଅନୁଷ୍ଠୀତ ପ୍ରସ୍ତୁତି ବୈଠକରେ ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି ଉତ୍ସବକୁ ପାରମ୍ପାରିକ ବାଜା ଓ ସୁପ୍ରିମ କୋର୍ଟର ନିୟମାନୁସାରେ ନିର୍ଦ୍ଧାରିତ ୬୦ ଡେସିବଲ୍ ମଧ୍ୟରେ ବଜାଇ ଖୋର୍ଦ୍ଧାର ଏହି ଗଣ ପର୍ବ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ସମସ୍ତ ପୂଜା କମିଟି ଓ ସହର ବାସୀଙ୍କ ସହଯୋଗ କାମନା କରାଯାଇଛି। ଖୋର୍ଦ୍ଧା ବିଧାୟକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ କହିଲେ ଯେ, ଖୋରଧା ଆମର ପବିତ୍ର ପାଇକ ମାଟି। ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ିକୁ ସମସ୍ତ ପୂଜା କମିଟି ଗୁଡିକ ଶାନ୍ତି, ମୈତ୍ରୀ ଓ ଭାଇଚାରା ସହ ବୈଠକରେ ଅନୁଷ୍ଠିତ ନିଷ୍ପତି ଅନୁଯାୟୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରି ପୂଜା ଓ ଭଶାଣିକୁ ସମାପନ କରିବା ପାଇଁ ଶ୍ରୀଯୁକ୍ତ ଜଗଦ୍ଦେବ ସମସ୍ତ ପୂଜା କମିଟି ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।

ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିବରଣୀ ପାଠ କରିଥିଲେ। ଆସନ୍ତା ଅକ୍ଟୋବର ୧୭ ତାରିଖରେ ଷଷ୍ଠୀ ଏବଂ ୨୧ ତାରିଖରେ ଦଶମୀ ପଡୁଥିବାରୁ ଉକ୍ତ ସମୟରେ ମାଙ୍କ ସମସ୍ତ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇ ଅକ୍ଟୋବର ୨୨ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।

ସେହିପରି ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନଭେମ୍ବର ୧ ତାରିଖରେ ଭସାଣୀ ଅନୁଷ୍ଠିତ ହେବ। କେବଳ ଦୁର୍ଗା ପୂଜା ମାଛ ମାର୍କେଟ ତଳସାହି ଭସାଣୀ ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପୂଜାରେ ଅଶ୍ଳିଳ ନୃତ୍ୟ, ଡି ଜେ ବାଦ୍ୟକୁ ବ୍ୟାନ କରାଯାଇଛି।

ସେହିପରି ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା, ସ୍ଵାସ୍ଥ୍ୟ ସେବା ଏବଂ ଅଗ୍ନିଶମ ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଗା ପୂଜା ନିମନ୍ତେ ମେଢ଼ କମିଟି ମାନଙ୍କୁ ସେବା ପ୍ରଦାନ ପାଈଁ ସିଙ୍ଗଲ ୱିଣ୍ଡୋ ୧୨ ଓ ୧୩ ଅକ୍ଟୋବର ରଖାଯାଇଛି ଏବଂ ଗଜଲକ୍ଷ୍ମୀ ପୂଜା ପାଇଁ ଅକ୍ଟୋବର ୨୨ ଓ ୨୩ ତାରିଖ ରଖାଯାଇଛି।

ଡି ଜେ ଗାଡ଼ି ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଭସାଣୀ ଅପରାହ୍ନ ୫ ଘଟିକାରୁ ରାତ୍ର ୧୦ ଘଟିକା ମଧ୍ୟରେ ସାରିବାକୁ ସମସ୍ତ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି। ଭସାଣୀ ଶୋଭାଯାତ୍ରାରେ ଯିବା ପାଇଁ ମେଢ଼ ଗୁଡ଼ିକ ଭସାଣୀ ପଡିଆରେ ପ୍ରଥମ ଆଗମନ କ୍ରମାନ୍ୱୟରେ ଭସାଣୀ ଶୋଭାଯାତ୍ରାରେ ଯିବା ପାଇଁ ପୋଲିସ୍ ପ୍ରଶାସନ ତରଫରୁ ଟିକେଟ ବ୍ୟବସ୍ଥା କରାଯାଇଛି। ମେଢ଼ ବିସର୍ଜନ ପାଇଁ ଅସ୍ଥାୟୀ ବିସର୍ଜନ ପୁଷ୍କରିଣୀ ନିର୍ମାଣ କରିବାକୁ ସ୍ଥିର ହୋଇଛି।

୧୪ ଓ ୧୫ ଅକ୍ଟୋବରରେ ମେଢ ଯିବା ରାସ୍ତା ସଫା କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରେଷ୍ଠ ମେଢ଼ କମିଟି ଚୟନ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାହୀ ଅଧିକାରୀ, ତହସିଲଦାର, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ତ୍ୱରଣ ଗୁଡ଼ିକ ପାଞ୍ଚ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା କରିବାକୁ ସମସ୍ତ ମେଢ଼ କମିଟିଙ୍କୁ ପରାମର୍ଶ ଦିଆଯାଇଛି। ଉଭୟ ଭସାଣୀ ଉପଲକ୍ଷେ ସହର ସମସ୍ତ ଦୋକାନ ବନ୍ଦ ରଖିବାକୁ ବଣିକ ସଂଘକୁ ପରାମର୍ଶ ଦିଆଯାଇଛି। ଟ୍ରାଫିକ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ କୁହାଯାଇଛି।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ବିଭାଷ ପାଣିଗ୍ରାହୀ, ଡେପୁଟୀ କଲେକ୍ଟର ରଞ୍ଜନ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ (ପୌର ପରିଷଦ) କାବେରୀ ମୁଦୁଲି, ଅତିରିକ୍ତ ତହସିଲଦାର ପଙ୍କଜା ବାସିନୀ ଭଞ୍ଜ, ଏ ଡି ଏମ ଓ, ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ, ଖୋରଧା ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ ମେଢ଼ କମିଟି କର୍ମ କର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାର୍ବଣ ଋତୁ ସମ୍ପୂର୍ଣ୍ଣ ନିଷିଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026
Latest News

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.