ସାଂସଦ ନବନୀତ ରାଣାଙ୍କ ଘରେ ଚୋରି, ସେବକଙ୍କ ବିରୋଧରେ ଏଫଆଇଆର ରୁଜୁ

Published: May 15, 2024, 11:33 am IST

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଲୋକସଭା ସାଂସଦ ତଥା ଅମ୍ରାବତୀରୁ ଲୋକସଭା ପ୍ରାର୍ଥୀ ନବନୀତ ରାଣାଙ୍କ ଘରେ ଚୋରି ଅଭିଯୋଗ ହୋଇଛି। ନବନୀତ ରାଣାଙ୍କ ସ୍ୱାମୀ ରବି ରାଣା ଏନେଇ ସେବକ ଅର୍ଜୁନ ମୁଖିଆଙ୍କ ବିରୋଧରେ ଖାର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅର୍ଜୁନ ମୁଖିଆ ବିହାରର ବାସିନ୍ଦା ଏବଂ ମୁମ୍ବାଇର ଖାରସ୍ଥିତ ଫ୍ଲାଟରୁ ୨ ଲକ୍ଷ ଟଙ୍କା ନଗଦ ଚୋରି କରିବା ପରେ ଫେରାର ହୋଇଯାଇଥିବା ରବି ଅଭୋଯୋଗ କରିଛନ୍ତି।

ନବନୀତ ରାଣାଙ୍କ ସ୍ୱାମୀ ରବି ରାଣାଙ୍କ ବ୍ୟକ୍ତିଗତ ସହାୟକ ସନ୍ଦୀପ ସାସେଙ୍କ ଅଭିଯୋଗ ଅନୁଯାୟୀ, ଘରର ଖର୍ଚ୍ଚ ପାଇଁ ରବି ରାଣା ଟଙ୍କା ଦେଇଥା’ନ୍ତି, ଯାହା ତାଙ୍କ ଫ୍ଲାଟର ଶୋଇବା ଘରେ ଥିବା ଏକ ଆଲମାରୀରେ ରଖାଯାଇଥାଏ। ଏହି ଆଲମାରୀର ଚାବି ପାଖରେ ଥିବା ଏକ ହ୍ୟାଙ୍ଗରରେ ରଖାଯାଇଛି। ଫେବୃଆରୀରେ ରବି ରାଣା ଘର ଖର୍ଚ୍ଚ ପାଇଁ ସେସେଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ, ଯାହାକୁ ସେସ୍ ଶୋଇବା ଘର ଆଲମାରୀରେ ରଖିଥିଲେ।

Related posts