Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଉରକେଲାରେ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ
ଜାତୀୟ ଖବର

ରାଉରକେଲାରେ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

May 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଉରକେଲାରେ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

ରାଉରକେଲା, ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଟାର୍ଗେଟ କରିଥିଲେ । କାର‌୍ୟକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚାରୋଟି ପର୍ଯ୍ୟାୟରେ ଏନଡିଏ ୨୭୦ ଟି ଆସନ ଅତିକ୍ରମ କରି ୪୦୦ ଆଡ଼କୁ ଗତି କରୁଛି। ଏଥର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ସହିତ ଓଡିଶାରେ ମଧ୍ୟ ବିଜେପି ସରକାର ଗଠନ ହେବାକୁ ଯାଉଛି। ଏଥର ଓଡିଶାରେ ଡବଲ ପରିବର୍ତ୍ତନ ହେବାକୁ ଯାଉଛି, ଲୋକସଭାରେ ୧୫ ରୁ ଅଧିକ ସାଂସଦ ଏବଂ ବିଧାନସଭାରେ ୭୫ ରୁ ଅଧିକ ଆସନ ସହ ଓଡ଼ିଶା ଗେରୁଆମୟ ହେବାକୁ ଯାଉଛି।

ଶ୍ରୀ ଶାହା କହିଛନ୍ତି ଯେ କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ ୭୦ ବର୍ଷ ଧରି ଅଟକାଇ ରଖିଥିଲା। କିନ୍ତୁ ଦେଶର ଲୋକମାନେ ଦ୍ୱିତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ଏବଂ ୫ ବର୍ଷ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମିରେ ଭୁମି ପୂଜନ ବେଲା ଓ ଭବ୍ୟ ରାମ ମନ୍ଦିର ମଧ୍ୟ ନିର୍ମାଣ ହୋଇ ଗଲା। ଯେତେବେଳେ ସାରା ଦେଶ ରାମ ଉତ୍ସବ ପାଳନ କରୁଥିଲା ସେତେବେଳେ ବିଜୁ ଜନତା ଦଳର ସରକାର ରାମ ଉତ୍ସବ ପାଳନ କରିବାକୁ ରୋକୁଥିଲା । ରାମ ଉତ୍ସବ ପାଳନ କରିବାରୁ ରୋକୁ ଥିବା ଦଳକୁ ଓଡିଶାର ଜନସାଧାରଣ ଭୋଟ ଦେବେ ନାହିଁ। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହନ୍ତି ଯେ ରାଜସ୍ଥାନ ଓ ଓଡିଶାର ଲୋକ ମାନଙ୍କର କାଶ୍ମୀର ସହ କଣ ଦେବା ନେବା ଅଛି । ଖଡଗେ ସାହେବ ଜାଣନ୍ତି ନାହିଁ, ରାଉରକେଲାର ପିଲା – ପିଲା ସମସ୍ତେ କାଶ୍ମୀର ପାଇଁ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରୁ ଦେଶର ଘା’ ପାଲଟିଥିବା ଧାରା ୩୭୦କୁ ହଟାଇ ଦେଶରୁ ଆତଙ୍କବାଦକୁ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାର କାର‌୍ୟ୍ୟ କରିଛନ୍ତି। ଏହି ନିର୍ବାଚନ ଓଡ଼ିଆ ଭାଷା, ସଂସ୍କୃତି ଓ ଗୌରବକୁ ପୁନର୍ସ୍ଥାପିତ କରିବାର ନିର୍ବାଚନ ଅଟେ। ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଝିଅଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି, ଯେତେବେଳେ କି କଂଗ୍ରେସ କେବେ ବି କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନାହିଁ।

କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ଆୟୋଜିତ ଜି-୨୦ରେ ସାରା ବିଶ୍ୱରୁ ଆସିଥିବା ନେତାଙ୍କ ପାଇଁ ସଜାଯାଇଥିବା ସ୍ୱାଗତ ସ୍ଥାନରେ ଓଡ଼ିଶାର କୋଣାର୍କର ସୂର‌୍ୟ୍ୟମନ୍ଦିରର ଚିତ୍ର ଲଗାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଫଟୋକୁ ଲଗାଇ ଓଡ଼ିଶାକୁ ପୂରା ବିଶ୍ୱରେ ପ୍ରସିଦ୍ଧ କରିବାର କାର‌୍ୟ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ପାଇଁ ମୁଦ୍ରା ଓ ଡାକ ଟିକେଟ ବି ଜାରି କରିଛନ୍ତି। ବିଜେଡି ସରକାର ଓଡ଼ିଶାର ଗୌରବକୁ ପ୍ରତିଦିନ ଅପାମନ କରୁଛି। ବିଜେଡି ସରକାର ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ପର‌୍ୟ୍ୟଟନ ସ୍ଥଳ ବନାଇବା ନାମରେ ଏହାର ଅପମାନ କରୁଛି ।

ଓଡ଼ିଶାର ଲୋକେ ଓ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ଆଜି ରତ୍ନଭଣ୍ଡାର ଚାବି ରହସ୍ୟ ଜାଣିବାକୁ ଚାହୁଁଛନ୍ତି। ନବୀନ ବାବୁ କୁହନ୍ତୁ, ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଅଛି ଏବଂ ନକଲି ଚାବି କିଏ ବନାଇଛି ? ନକଲି ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ? ତଦନ୍ତ କମିଶନର ରିପୋର୍ଟ ନବୀନ ସରକାର କେବେ ସାର୍ବଜନୀନ କରିବେ? ବିଜେପି ସରକାର ଗଠନ ହେବାର ମାସକ ମଧ୍ୟରେ ରତ୍ନଭଣ୍ଡାରର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଦିଆଯିବ।

ଶ୍ରୀ ଶାହ କହିଛନ୍ତି ଯେ, ଏହା ୨୫ ବର୍ଷ ଓଡ଼ିଶାର ବିକାଶର ‘ଲାଷ୍ଟ ଇୟର’ ଅଟେ। ଏହି ୨୫ ବର୍ଷ ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲିଦେଇଛି। ପଶ୍ଚିମ ଅଂଚଳ ସହିତ ଓଡ଼ିଶା ସରକାର ବୈମାତୃକ ବ୍ୟବହାର କରିଛନ୍ତି। ଆଜି ବି ରାଜ୍ୟର ୨୭ଲକ୍ଷ ପରିବାର ନିକଟରେ ପକ୍କା ଘର ନାହିଁ, ୨୬ ଲକ୍ଷ ଲୋକଙ୍କ ଘରେ ନଳ ଯୋଗେ ଜଳ ନାହିଁ, ୬୪୧୨ ଗାଁକୁ ପକ୍କା ରାସ୍ତା ନାହିଁ, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ୍ ଅଟେ। ଓଡ଼ିଶାର ଲୋକେ ବିଜେପିର ସରକାର ଗଠନ କଲେ ଏହି ପରିବାରକୁ ପକ୍କା ଘର ମିଳିବ, ନଳ ଯୋଗେ ଜଳ ମିଳିବ, ପକ୍କା ସଡକ ନିର୍ମାଣ ହେବ ଏବଂ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ସରକାର କିଣିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଗରିବଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ପାଇଁ ୫ଲକ୍ଷ ଯାଏ ସ୍ୱାସ୍ଥ୍ୟ ବୀମା ଦେଉଛନ୍ତି। ଓଡ଼ିଶାର ଲୋକେ ବିଜେପିର ସରକାର ଗଠନ କଲେ ୩ମାସରେ ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ଖର୍ଚ୍ଚ ଦେବାର କାମ ବିଜେପି ସରକାର କରିବ। ଓଡ଼ିଶାରେ ନବୀନ ବାବୁଙ୍କ ସରକାର ବ୍ୟାଗ ସରକାର ଅଟେ, କାରଣ ଯେତେବେଳେ ଆଦରଣୀୟ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ୫ କିଲୋ ଶସ୍ୟ ଦେଉଛନ୍ତି ନବୀନ ବାବୁ ଏହାକୁ ନିଜର ବ୍ୟାଗରେ ଦେଇ ଗରିବଙ୍କୁ ଦେଉଛନ୍ତି। ନବୀନ ବାବୁ ବ୍ୟାଗକୁ ଖିଆଯାଏନି, ଶସ୍ୟ ତ ଶ୍ରୀ ନରେନ୍ଦ୍ର ମୋଦି ଦେଉଛନ୍ତି। ଯଦି ସାମାନ୍ୟ ଲଜ୍ଜା ଅଛି ତେବେ ବ୍ୟାଗ ବଦଳରେ ୨ କିଲୋ ଚାଉଳ ଦିଅନ୍ତୁ, ଗରିବଙ୍କର ମଙ୍ଗଳ ହେବ।

AmitShahInOdisha ଅମିତ ଶାହ ଓଡିଶା ପ୍ରଚାରରେ ଅମିତ ଶାହ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.