Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଂଶଗ୍ରହଣ
ଅନ୍ତରାଷ୍ଟ୍ରୀୟ

ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଂଶଗ୍ରହଣ

June 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଟାଲିର ଅପୁଲିଆଠାରେ ଆଜି ଆୟୋଜିତ ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ କରିଛନ୍ତି। ଏହି ଗୋଷ୍ଠୀର ୫୦ତମ ବାର୍ଷିିକୀ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ମାନବ ଇତିହାସରେ ସବୁଠାରୁ ବୃହତ୍ ଗଣତନ୍ତ୍ରରେ ପୁନଃ- ନିର୍ବାଚିତ ହେବାପରେ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସି ସେ ଖୁବ୍ ଆନନ୍ଦିତ। ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଯୁକ୍ତିର ସଫଳତା ସକାଶେ ଏହାର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବା ଆବଶ୍ୟକ। ତା’ହେଲେ ସେଥିରୁ ଆବଶ୍ୟକ ସଫଳତା ମିଳିପାରିବ। ଏହି ପରିପ୍ରେକ୍ଷୀରେ, ସେ ଜନ ସେବା ବିତରଣରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାର କାହାଣୀ ସେ ଉପସ୍ଥିତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ।

ଭାରତର କୃତ୍ରିମ ପ୍ରଜ୍ଞା ମିଶନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ‘ସମସ୍ତଙ୍କ ପାଇଁ କୃତ୍ରିମ ପ୍ରଜ୍ଞା’ନାମକରଣ କରାଯାଇଛି । ଏହି ପ୍ରଯୁକ୍ତି ସମସ୍ତଙ୍କ ପାଇଁ ପ୍ରଗତି ଏବଂ ସମସ୍ତଙ୍କ ନିମନ୍ତେ ମଙ୍ଗଳକର ହେବା ଉଚିତ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ ଏହି ବ୍ୟାପକ ଉଦ୍ଦେଶ୍ୟିକାକୁ ସ୍ମରଣ ରଖି, ଭାରତ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ବୈଶ୍ୱିକ ସହଭାଗୀତାର ସ୍ଥାପୟିତା ସଦସ୍ୟ ଭାବରେ ଭାରତ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ପ୍ରୋତ୍ସାହିତ କରିଆସୁଛି ।

ଏ ସମ୍ପର୍କରେ ନିଜର ବିସ୍ତୃତ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଶକ୍ତି ପର୍ଯ୍ୟାନ୍ତର ମାର୍ଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହାର ଉପଲବ୍ଧତା, ସହଜଲବ୍ଧତା ,ଏବଂ ସୁଲଭ ମୂଲ୍ୟ ଓ ଗ୍ରହଣୀୟତା ଆଧାରରେ ହିଁ ସେହିସବୁ କାର୍ଯ୍ୟକ୍ରମଗୁଡ଼ିକ ଆଧାରିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୭୦ ମସିହା ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତର ‘ଲାଇଫ୍‌’ (ପରିବେଶ ପାଇଁ ଜୀବନଶୈଳୀ) କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ବିଶ୍ୱ ସମୁଦାୟକୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ଏବଂ ଏଥି ନିମନ୍ତେ ବିଶ୍ୱ ପରିବେଶ ଦିବସ ବୃକ୍ଷରୋପଣ ଅଭିଯାନରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି । ଏଥିରେ ‘ପ୍ଲାଣ୍ଟ୍ ଫର୍ ମଦର’ (ଏକ୍ ପେଢ଼୍ ମାଁ’କେ ନାମ୍‌’) ପାଇଁ ଆହ୍ୱାନ ଜଣାଯାଇଛି । ଏହା ଏକ ଗଣ ଆନ୍ଦୋଳନ ଯେଉଁଥିରେ ବ୍ୟକ୍ତିଗତ ଛିଟା ସହିତ ବୈଶ୍ୱିକ ଦାୟିତ୍ୱବୋଧ ରହିଛି ।

ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ଉଦ୍‌ବେଗ ପ୍ରତି ଗୁରୁତ୍ୱ ଆରୋପ କରାଯିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି ଏବଂ ବିଶେଷ କରି ଆଫ୍ରିକା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି । ଏହି ଅବସରରେ ସେ ସ୍ମରଣ କରାଇ ଦେଇଛନ୍ତି ଯେ ଭାରତ ପାଇଁ ଏହା ଗୌରବର କଥା ଯେ ଆଫ୍ରିକୀୟ ସଂଘକୁ ଭାରତର ଜି-୭ ଅଧ୍ୟକ୍ଷତା ଅବଧିରେ ସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ।

ଜି- ୭ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.