ଅଭିଯୋଗ ଶୁଣାଣୀରେ ମିଳିଲାନି ପ୍ରବେଶ ଅନୁମତି, ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କଲେ ସାମ୍ବାଦିକ

Published: Jul 9, 2024, 7:13 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ ସଭା ଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଖୋଦ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସାମ୍ବାଦିକଙ୍କୁ ଅଭିଯୋଗ ଶୁଣାଣୀରେ ବସିପାରିବେ ନାହିଁ ବୋଲି ରୋକ ଠୋକ ମନା କରିବା ଏବଂ ସଭା ସମାପ୍ତ ପରେ ସାମ୍ବାଦିକ ମାନେ ଅଭିଯୋଗ ଶୁଣାଣୀରେ ବସିପାରିବେ ବୋଲି କହିବା ଭଳି ମନ୍ତବ୍ୟ ଦେବା ବେଶ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ସମ୍ବଲପୁର ଜିଲ୍ଲାପାଳ ଅଗ୍ରୱାଲ ଯୁଗ୍ମ ଅଭିଯୋଗ ଶୁଣାଣି ଶେଷ ହେବା ସମୟରେ ଆପଣ ମାନଙ୍କୁ କିଏ ଅନୁମତି ଦେଲା ଯେ ଆପଣ ମାନେ ସଭାରେ ବସିଲେ। ଏହି ସଭା କେବଳ ଅଫିସର ମାନଙ୍କ ସଭା ବୋଲି କହିଥିଲେ। ଆପଣ ମାନଙ୍କୁ କିଏ ଡାକିଛି ଯେ ସଭାରେ ବସିଲେ ବୋଲି ଜିଲ୍ଲାପାଳ କହିବାରୁ ସାମ୍ବାଦିକ ମାନଙ୍କୁ ପ୍ରଶାସନ ତରଫରୁ ଚିଠି ହୋଇଛି, ସେଥିପାଇଁ ଆମେ ଆସିଛୁ ବୋଲି ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ପ୍ରକାଶ କରିଥିଲେ। ତଥାପି ଜିଲ୍ଲାପାଳ ନାଚାର ଥିଲେ। ଓଲଟା ଆପଣମାନେ ସମୟକୁ ନଷ୍ଟ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ସଭା ଶେଷରେ ସାମ୍ବାଦିକ ମାନେ ଯେତେବେଳେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେଇଥିଲେ ସେଇ ସମୟରେ ଜିଲ୍ଲାପାଳ କହିଥିଲେ ଯେ, ସାମ୍ବାଦିକ ମାନେ ଅଭିଯୋଗ ଶୁଣାଣିରେ ରହିପାରିବେ ଏବଂ ପ୍ରଶାସନ ସହ ସୁସମ୍ପର୍କ ରଖିବେ ବୋଲି ପ୍ରକାଶ କରିଥିଲେ।

ଜିଲ୍ଲାପାଳଙ୍କ ସାମ୍ବାଦିକ ପ୍ରତି ଏଭଳି ମନ୍ତବ୍ୟରେ ସାମ୍ବାଦିକମାନେ ଘୋର ନିନ୍ଦା କରିଛନ୍ତି।

Related posts