Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶିଳ୍ପ କ୍ଷେତ୍ରରେ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟ ଖବର

ଶିଳ୍ପ କ୍ଷେତ୍ରରେ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

July 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରି ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ପାଇଁ  ଓ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ବ୍ୟାପକ ସୁଯୋଗ ରହିଛି। ଧାତୁ ଓ ଖଣିଭିତ୍ତିକ ଶିଳ୍ପ ସହିତ ବନ୍ଦରଭିତ୍ତିକ ଶିଳ୍ପ ଓ ଆଧୁନିକ ଯୁଗର ଶିଳ୍ପ ପ୍ରତିଷ୍ଠା ଦିଗରେ   ଗୁରୁତ୍ବ  ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶିଳ୍ପ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଓଡିଶା ଉପରେ ସ୍ବତନ୍ତ୍ର ଫୋକସ ରହିଛି। ଆଗାମୀ ୨୫ ବର୍ଷରେ ଓଡିଶା ଦେଶର ବିକାଶର ଦ୍ବାର ହେବ ବୋଲି ସେ କହିଛନ୍ତି। ତେଣୁ  ଶିଳ୍ପାୟନ ପାଇଁ ଯାହା ଭିତ୍ତିଭୂମି ବିକାଶ ଆବଶ୍ୟକ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ଓଡିଶାରେ ଅଧିକ ସଂଖ୍ୟାରେ ଶ୍ରମଭିତ୍ତିକ ଶିଳ୍ପ  ପ୍ରତିଷ୍ଠା ହେଲେ, ସ୍ଥାନୀୟ ଯୁବକଯୁବତୀମାନେ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ।

MSME କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଯଥା- ମୁଦ୍ରା, ସ୍ବ-ନିଧି ଓ ବିଶ୍ବକର୍ମା ପରି ଯୋଜନାର ସୁଯୋଗ ଯେପରି ନୂତନ ଉଦ୍ୟାଗୀମାନେ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଏବଂ MSME ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ MSME ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025
Latest News

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.