ଜିଲ୍ଲା ପ୍ରଶାସନ ତରଫରୁ ପୋଷଣ ସମ୍ପର୍କିତ କ୍ଷେତ୍ରୀୟ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

Published: Jul 13, 2024, 8:52 am IST

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ କାମ କରୁଥିବା ସମସ୍ତ ପ୍ରାନ୍ତୀୟ ତଥା କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ପାଇଁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିରର ଦ୍ୱିତୀୟ ଦିନର ଆୟୋଜନ କରାଯାଇ ଥିଲା। ଏହି ତାଲିମ ଶିବିର ରେ ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ ପୋଷଣର ସମସ୍ତ ସଂଯୋଜକ, ସମସ୍ତ ସୁପରଭାଇଜାର, ମିସନ ଶକ୍ତି ତଥା ମମତା ର ସମସ୍ତ ସଂଯୋଜକ ଯୋଗ ଦେଇଥିଲେ।

ଏହି ତାଲିମ ସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଶୀତାଂଶୁ ସିଂହ, ୟୁନିସେଫ ର ରିସର୍ଚର ଶ୍ରୀ ବିନାୟକ ଆଦି ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ,ଜିଲ୍ଲା ସଂଯୋଜିକା(ପୋଷଣ) ଅଭିଲିପ୍ଶା ବେହେରା ଏବଂ ଜିଲ୍ଲା ସଂଯୋଜକ (ମମତା) ସୁରଥ ଚନ୍ଦ୍ର ବିଶ୍ଵାଳ ତାଲିମକୁ ପ୍ରାକ୍ଟିକଲ୍ ସେସନ୍ ଦ୍ଵାରା ସୃଢୁଡ଼ କରାଇଥିଲେ।

ଏହି ତାଲିମ ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ ପୋଷଣର ସମସ୍ତ ସଂଯୋଜକ, ସମସ୍ତ ସୁପରଭାଇଜାର, ମିସନ ଶକ୍ତି ତଥା ମମତା ର ସମସ୍ତ ସଂଯୋଜକକୁ ସଠିକ୍ ଭାବେ ଓଜନ ଉଚ୍ଚତା ପିଲା ମାନଙ୍କର ନିଆ ଯିବ ଏବଂ ପୋଷଣ ଟ୍ରାକର ମାଧ୍ଯମରେ ପିଲା ର ସ୍ଥିତି ସମ୍ବନ୍ଧରେ ଜାଣି ସେହି ପିଲାଙ୍କୁ ସଠିକ୍ ସମୟ ଉପଯୁକ୍ତ ପୋଷଣ ଏବଂ ଚିକିତ୍ସ ଦିଆ ହେବ ସେହି ସମ୍ବନ୍ଧ ରେ ସୂଚନା ଦିଆ ଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ସଂଯୋଜିକା ପୋଷଣ, ଅଭିଲିପ୍ଶା ବେହେରା କାରଜ୍ୟକ୍ରମ କୁ ପରିଚାଳନା କରିଥିଲେ।

ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଏବଂ ଅନ୍ୟମାନଙ୍କ ମଧ୍ୟରେ ସ୍ଵାତୀ ତନ୍ମୟା ମିଶ୍ର, ଲକି ବଳିଆରସିଂହ, ନିରଞ୍ଜନ ମଲ୍ଲିକ, ପୁଷ୍ପା, ଶୁଭସ୍ମୀତା, ଜାନକୀ, ସଂଗୀତା ସନ୍ତୋଷ, ଚନ୍ଦନ, ଦେବ, ରେଣୁ ତଥା ଏବଂ ଜିଲ୍ଲା ସୁରକ୍ଷା ଅଧିକାରୀ ଗୁରୁବରୀ ସିଂହ କାର୍ଯ୍ୟକ୍ରମକୁ ସମ୍ପାଦନା କରିବାରେ ସହଯୋଗ କରିଥିଲେ।

Related posts