ମନ କୀ ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Published: Jul 19, 2024, 9:51 pm IST

ନୂଆଦିଲ୍ଲୀ: ୨୮ ଜୁଲାଇ ୨୦୨୪ରେ ପ୍ରସାରଣ ହେବାକୁ ଥିବା ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି।

ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ି ସାମୂହିକ ପ୍ରଚେଷ୍ଟା ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି। MyGov ଏବଂ NaMo App ରେ ମତାମତ ସେୟାର କରି ନଥିବା ବ୍ୟକ୍ତିମାନଙ୍କୁ ଏବେ ମତାମତ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି;

“ଚଳିତ ମାସ ୨୮ ତାରିଖ ରବିବାର ପ୍ରସାରଣ ହେବାକୁ ଥିବା # MannKiBaat କାର୍ଯ୍ୟକ୍ରମ ପାଇଁ ମୁଁ ଅନେକ ମତାମତ ପାଉଛି। ଆମ ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ିଙ୍କ ସାମୂହିକ ପ୍ରଚେଷ୍ଟା ଦେଖି ଖୁସି ଲାଗୁଛି । ଆପଣମାନେ ଆପଣଙ୍କ ମତାମତ MyGov କିମ୍ବା NaMo App ରେ ପୋଷ୍ଟ କରିପାରିବେ କିମ୍ବା ଆପଣଙ୍କ ବାର୍ତ୍ତା 1800-11-7800 ରେ ରେକର୍ଡ କରିପାରିବେ।

Related posts