Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭରେ ୧୧.୭ ପ୍ରତିଶତ ବୃଦ୍ଧି
ଜାତୀୟ ଖବର

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭରେ ୧୧.୭ ପ୍ରତିଶତ ବୃଦ୍ଧି

July 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର / ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସର ନେଟ ଲାଭ ଗତ ବର୍ଷ ସମାନ ଅବଧି ତୁଳନାରେ ପ୍ରାୟ ୧୧.୭ ପ୍ରତିଶତ ବୃଦ୍ଧି ସହିତ ୫୬୯୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଅପ୍ରେଲ ରୁ ଜୁନ ୨୦୨୪ ଯାଏଁ ରହିଥିବା ପ୍ରଥମ ତ୍ରୟମାସରେ ଜିଓ ୮୦ ଲକ୍ଷ ଉପଭୋକ୍ତା ଯୋଡିବା ସହିତ ଜୁନ ଶେଷ ସୁଦ୍ଧା ଦେଶରେ ଜିଓ ନେଟୱାର୍କରେ ମୋଟ ଗ୍ରାହକ ସଂଖ୍ୟା ୪୮.୯୭ କୋଟି ରହିଥିବା ଜଣାପଡିଛି। ଜିଓ ଏୟାରଫାଇବର ଏହି ତ୍ରୟମାସରେ ସର୍ବାଧିକ ୧୧ ଲକ୍ଷ ଉପଭୋକ୍ତା ଯୋଡ଼ିଛି। ଜିଓର ଗ୍ରାହକ ପିଛା ପ୍ରତିମାସ ରାଜସ୍ବ ୧୮୧.୭ ଟଙ୍କା ରହିଛି । ଦେଶରେ ୧୩ କୋଟି ୫ଜି ଉପଭୋକ୍ତା ଜିଓର ମୋଟ ଓୟାରଲେସ ଡାଟା ଟ୍ରାଫିକର ୩୧ ପ୍ରତିଶତ ବ୍ୟବହାର କରିଥିବା ବେଳେ ଚୀନ ପରେ ବିଶ୍ୱର ସର୍ବବୃହତ ୫ଜି ଅପରେଟର ହୋଇଛି ଜିଓ।

ଏହି ତ୍ରୟମାସରେ ଜିଓର ମୋଟ ଡାଟା ଟ୍ରାଫିକ ୩୨.୮ ପ୍ରତିଶତ ବୃଦ୍ଧି ସହ ୪୪.୧ ବିଲିଅନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ଗତବର୍ଷ ସମାନ ସମୟ ତୁଳନାରେ ୬ ପ୍ରତିଶତ ବୃଦ୍ଧି ପାଇ ୧.୪୨ ଟ୍ରିଲିଅନ ମିନିଟ ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ସେହିଭଳି ଆଜି ଘୋଷଣା ହୋଇଥିବା ରିଲାଏନ୍ସ ରିଟେଲ ର ପ୍ରଥମ ତ୍ରୟମାସ ଆର୍ଥିକ ଫଳାଫଳ ଅନୁସାରେ ରିଲାଏନ୍ସ ରିଟେଲ ର ମୋଟ ଆୟ ଗତବର୍ଷ ସମାନ ସମୟ ତୁଳନାରେ ୮.୧ ପ୍ରତିଶତ ବୃଦ୍ଧି ସହିତ ୭୫୬୧୫ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୩୩୧ ନୂଆ ଷ୍ଟୋର ଖୋଲିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ଜୁନ ଶେଷ ସୁଦ୍ଧା ୧୮୯୧୮ ରେ ପହଞ୍ଚିଛି।

ଅନ୍ୟପକ୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ମୋଟ ରାଜସ୍ବ ଗତବର୍ଷ ସମାନ ସମୟ ତୁଳନାରେ ୧୧.୫ ପ୍ରତିଶତ ବୃଦ୍ଧି ସହିତ ୨୫୭୮୨୩ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ମୋଟ ନେଟ ଲାଭ ୧୭୪୪୮ କୋଟି ଟଙ୍କା ରହିଛି।

ଜିଓ ପ୍ଲାଟଫର୍ମସ ଡିଜିଟାଲ ସେବା ନେଟ ଲାଭ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026
Latest News

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.