ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଅର୍ଥମନ୍ତ୍ରୀ: ଜାଣନ୍ତୁ କଣ କହିଲେ ନିର୍ମଳା ସିତାରମଣ

Published: Jul 27, 2024, 3:19 pm IST

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା NITI ଆୟୋଗ ବୈଠକରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଉଠି ଚାଲି ଯାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବୈଠକରେ ମାତ୍ର ୫ ମିନିଟ୍ କହିବାକୁ ଅନୁମତି ଦିଆଯାଇଥିଲା ଏବଂ ମୋର ମାଇକ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମାଇକ ବନ୍ଦ କରିବା ଅଭିଯୋଗ ଭୁଲ ଅଟେ।

ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ NITI ଆୟୋଗ ବୈଠକରେ ଯୋଗ ଦେଇଥିଲେ। ଆମେ ସମସ୍ତେ ତାଙ୍କ କଥା ଶୁଣିଥିଲୁ। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ସମୟ ଦିଆଯାଇଥିଲା ଏବଂ ଏହା ପ୍ରତ୍ୟେକ ଟେବୁଲ ସମ୍ମୁଖରେ ଥିବା ପରଦାରେ ପ୍ରଦର୍ଶିତ ହୋଇଥିଲା। ସେ ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ, ତାଙ୍କର ମାଇକ ବନ୍ଦ କରିଦିଆଯାଇଥିଲା। ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଉଚିତ ସମୟ ଦିଆଯାଇଥିଲା।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଇକ୍ ବନ୍ଦ ହୋଇଯାଇଥିବା ଦାବି କରିଛନ୍ତି, ଯାହା ସତ୍ୟ ନୁହେଁ। ମିଥ୍ୟା ଉପରେ ଆଧାରିତ ଏକ କାହାଣୀ ସୃଷ୍ଟି କରିବା ପରିବର୍ତ୍ତେ, ସେ ଏହା ପଛରେ କ’ଣ ସତ୍ୟ ଅଛି, ତାହା କହିବା ଉଚିତ୍।

Related posts