Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା
ରାଜ୍ୟ ଖବର

ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

August 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

ଭୁବନେଶ୍ୱର : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି। ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ ଅବସ୍ଥାରେ ସମ୍ମମ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ତେବେ ତାଙ୍କର ଅବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେଙ୍କ ଅଧୀନକୁ ଅଣାଯାଇ ଏନ୍‌ଆଇସିୟୁ ରେ ଭର୍ତି କରାଯାଇଥିଲା।

ବାଳିକାଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରୀ ଟିମ୍ ତା’ର ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଏହାକୁ ଲିଭର ଡାଏଲିସିସ ମଧ୍ୟ କୁହାଯାଇଥାଏ। ଏହି କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ନଥିବାରୁ ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବାକୁ ନିଷ୍ପତି ନିଆଯାଇଥିଲା ବୋଲି ଏହି ଚିକିତ୍ସା ପ୍ରକ୍ରିୟାର ନେତୃତ୍ୱ ନେଇଥିବା ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲଟାଂଟ ଡାକ୍ତର ଗଦାଧର ପଣ୍ଡା କହିଛନ୍ତି।

ଏଭଳି ସମସ୍ୟା କ୍ଷେତ୍ରରେ ରୋଗୀର ମୃତ୍ୟୁ ହାର ପ୍ରାୟ ୯୦ ପ୍ରତିଶତ ହୋଇଥାଏ ବୋଲି ଡାକ୍ତର ଦେ କହିଛନ୍ତି । ସମ୍ମମ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ଭିତ୍ ଭୂୟାଁ ଏହାକୁ ଏକ ଜଟିଳ ପ୍ରକ୍ରିୟା କହିଥିଲା ବେଳେ ବାଳିକାଟିର ଜୀବନ ପ୍ରତି ବିପଦ ଥିଲା ବୋଲି କହିଛନ୍ତି। ସେହିପରି ପ୍ଲାଜ୍‌ମା ଏକ୍ସଚେଞ୍ଜ ଏକ ଜଟିଳ ପ୍ରକ୍ରିୟା ବୋଲି ଡାକ୍ତର ସିଂହ ସୂଚନା ଦେଇଥିଲେ।

ପ୍ଲାଜ୍‌ମା ଏକ୍ସଚେଞ୍ଜର ୪ଟି ପର୍ଯ୍ୟାୟ ଚିକିତ୍ସା ପରେ ବାଳିକାଟି ଧୀରେଧୀରେ ସୁସ୍ଥ ହୋଇଥିଲା ଏବଂ ତା’ର ଯକୃତ ମଧ୍ୟ ଠିକ୍ ଭାବେ କାମ କରିବା ଆରମ୍ଭ କରିଥିଲା। ସୁସ୍ଥ ହେବା ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ବର୍ତମାନ ସେ ଖାଦ୍ୟ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହୋଇପାରୁଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ନିଜ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସମ୍ମମ୍‌ର ଚିକିତ୍ସା ପଦ୍ଧତି ଓ ଚିକିତ୍ସକଙ୍କୁ କୃତଜ୍ଞତା ଜଣାଇଛନ୍ତି ବାଳିକାଟିର ବାପା ମହମ୍ମଦ ନସିମ୍। ଅସୁସ୍ଥ ଝିଅକୁ ଧରି ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିଲା। ସମ୍ମମ୍‌ରେ ଡାକ୍ତରମାନଙ୍କ ଦ୍ୱାରା ବାଳିକାଟିର ପ୍ରକୃତ ରୋଗ ନିରୂପଣ କରାଯିବା ସହ ଉତମ ଚିକିତ୍ସା ପଦ୍ଧତି ଯୋଗୁଁ ହିଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା ବୋଲି ନସିମ୍ କହିଛନ୍ତି।

sum hospital sum ultimate SUM Ultimate Medicare ସମ ଅଲଟିମେଟ ମେଡ଼ିକେଆର ସମ ହସପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026
Latest News

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026

ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.