Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଂଗଦାନକୁ ପ୍ରୋତ୍ସାହନ ଦେଉଛି ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର

ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବନ। ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି।

ନିକଟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା କେଉଁଝର ଅଂଚଳର ୫୦ ବର୍ଷୀୟା ମହିଳା ସଂଯୁକ୍ତା ପାତ୍ରଙ୍କର ମୃତ୍ୟୁ ହେବା ପରେ ତାଙ୍କର ୩ଟି ଅଂଗ ପରିବାର ପକ୍ଷରୁ ଦାନ କରାଯାଇଛି। ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ଗୁରୁତର ଅବସ୍ଥାରେ ଗତ ଏପ୍ରିଲ ୧୨ ତାରିଖରେ ସଂଯୁକ୍ତା ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ନ୍ୟୁରୋ ସର୍ଜରୀ ବିଭାଗ ଅଧିନରେ ନ୍ୟୁରୋ ସର୍ଜନ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂ ଏବଂ ତାଙ୍କ ଟିମ୍ ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାର କରିଥିଲେ।

ନ୍ୟୁରୋ ସର୍ଜରୀ ଆଇସିୟୁ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସେ ଚିକିତ୍ସାରତ ଥିଲେ। ତେବେ ରୋଗୀ ଜଣକ ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ହିଁ ତାଙ୍କର ଅବସ୍ଥା ଅତ୍ୟନ୍ତ ଜଟିଳ ଥିଲା ଏବଂ ୧୫ ତାରିଖରେ ସେ ବ୍ରେନ୍‌ଡେଡ୍ ହୋଇଯାଇଥିଲେ।

ସେ ବ୍ରେନ୍ ଡେଡ୍ ହେବା ପରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ୍ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅଂଗଦାନର ମହାନତା ଉପରେ ଅବଗତ କରାଇଥିଲେ। ପରିବାର ବର୍ଗ ଏହି ମହାନ କାର୍ଯ୍ୟ ନିମନ୍ତେ ସମ୍ମତି ପ୍ରଦାନ କରି ସଂଯୁକ୍ତାଙ୍କର ଦୁଇଟି ବୃକକ୍ ଓ ଯକୃତକୁ ଦାନ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ।

ଷ୍ଟେଟ୍ ଅର୍ବାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିବା ପରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।

ସଂଯୁକ୍ତାଙ୍କର ଗୋଟିଏ ବୃକକ୍ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସାଧୀନ ଥିôବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟିକୁ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲରେ ଗୁରୁତର ଥିବା ଜଣେ ରୋଗୀଙ୍କ ଶରୀରରେ ଅନ୍ୟଟି ପ୍ରତ୍ୟାରୋପଣ କରାଯାଇଛି। ସେହିପରି ଯକୃତକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ତିନି ଜଣ ରୋଗୀ ମୃତ ସଂଯୁକ୍ତାଙ୍କର ଅଂଗଦାନ ଫଳରେ ନୂତନ ଜୀବନ ପାଇଛନ୍ତି।

ମୃତ୍ୟ ପରେ ବି ସଂଯୁକ୍ତାଙ୍କ ଏପରି ମହାନ କାର୍ଯ୍ୟ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବାର ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହିତ ପରିବାରବର୍ଗଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି।

ଅଂଗଦାନ ଭଳି ମହତ୍ କାର୍ଯ୍ୟ ଜରିଆରେ ଅନେକ ମୂଲ୍ୟବାନ ଜୀବନ ବଂଚାଇବାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ଗତ ୨୦୨୨ ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ସ୍କୁଲ୍‌ରେ ପଢ଼ୁଥିବା ଜଣେ ବାଳିକା ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଗୁରତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ଶରୀରର ଦୁଇଟି କିଡ୍‌ନୀକୁ କଢ଼ା ଯାଇ ଅଂଗଦାନ ପ୍ରକ୍ରିୟାରେ ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ସେହିପରି ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ବର୍ଷ ଜୁନ୍ ମାସରେ ବ୍ରେନ୍ ଡେଡ୍ ହୋଇଯାଇଥିବା ପ୍ରସେନ୍‌ଜିତ ମହାନ୍ତିଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ଭଳି ଏକାଧିକ ଅଂଗ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଓ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ୯ ମାସର ବ୍ୟବଧାନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସମ୍ମମ୍‌ରେ ଜଣେ ବ୍ରେନ୍ ଡେଡ୍ ରୋଗୀ କୃଷ୍ଣ ଚନ୍ଦ୍ର ମହାଭୋଇଙ୍କ ଶରୀରରୁ ଯକୃତ ଓ ହୃତ୍‌ପିଣ୍ଡକୁ ମୁମ୍ବାଇ ଓ କୋଲକାତାରେ ଚିକିତ୍ସାଧିନ ଥିବା ଦୁଇ ଜଣ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିଲା।

ଏହି ଭଳି ଭାବରେ ସମ୍ ଓ ସମ୍ମମ୍ ମଣିଷର ଜୀବନ ରକ୍ଷା ନିମନ୍ତେ ଅଂଗଦାନ ପ୍ରକ୍ରିୟାକୁ ଅଧିକ ମାତ୍ରାରେ ପ୍ରୋତ୍ସାହନ ଦେବାରେ ପ୍ରୟାସ ଜାରି ରଖିଛିନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍।

ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) ପ୍ରକ୍ରିୟାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଜନ୍ମ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରସବ ସମୟ ପୂର୍ବରୁ ମାତ୍ର ୨୮ ସପ୍ତାହ ପରେ ଏକ ସଂଗେ ୩ଟି ସନ୍ତାନ ଅପରିପକ୍ୱ ଭାବେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ଏହି ଶିଶୁମାନଙ୍କ ମଧ୍ୟରୁ ଦୁଇ ଶିଶୁଙ୍କର ଓଜନ ୧ କେଜି ଅନ୍ୟ ଶିଶୁର ଓଜନ ୮୦୦ ଗ୍ରାମ ଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା।

ତେଣୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ର ନବଜାତ ଶିଶୁ ବିଭାଗର ଏନ୍‌ଆଇସିୟୁରେ ଭର୍ତି କରାଯାଇ ସମସ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ କହିଛନ୍ତି।

ଦୀର୍ଘ ସମୟ ଧରି ଇନ୍‌ଭେସିଭ୍ ଭେଂଟିଲେସନ୍ ଏବଂ ପ୍ରାୟ ୩ମାସ ଧରି ନନ୍ – ଇନ୍‌ଭେସିଭ୍ ଭେଂଟିଲେଟରରେ ଶିଶୁମାନଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା। ସମସ୍ତ ଚିକିତ୍ସା ଓ ପ୍ରଚେଷ୍ଟା ଦ୍ୱାରା ଏହି ୩ ଶିଶୁଙ୍କୁ ବଂଚାଇ ରଖିବା ସକ୍ଷମ ହୋଇପାରିଲା ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଶିଶୁର ଚିକିତ୍ସା ଓ ଯତ୍ନ କରିବାରେ ଡାକ୍ତର ନନ୍ଦଙ୍କ ସମେତ ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ଏସ୍ ମନିଷା ସକ୍ରିୟ ଭାବେ ଜଡିତ ଥିଲେ। ଏନ୍‌ଆଇସିୟୁର ସମସ୍ତ ନର୍ସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିକିତ୍ସା କ୍ଷେତ୍ରରେ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି।

ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଟିଏସ୍‌ଆଇ ଓଡ଼ିଶା ଶାଖାର ୧୨ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର କିମ୍ କହିଛନ୍ତି ଯେ କୋଭିଡ ମହାମାରୀର ପରିସ୍ଥିତି ଟେଲିମେଡିସିନ୍‌କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡିଛି। ଯଦିଓ ଏ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି ତଥାପି ଏହାର ସମାଧାନ କିପରି କରାଯାଇପାରିବ ସେ ଦିଗରେ ଆମେ ସଚେତନ ହେବା ଆବଶ୍ୟକ। ତେବେ ଏ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଅନେକ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଡାକ୍ତର କିମ୍ କହିଛନ୍ତି ଯେ ସେମାନେ ଯେଉଁ ସ୍ମାର୍ଟଫୋନ୍ ହାତରେ ଧରିଛନ୍ତି ତାହାର ଅନ୍ୟ ବ୍ୟବହାର ନ କରି ସମାଜର ହିତ ପାଇଁ କାର୍ଯ୍ୟରେ ଲଗାନ୍ତୁ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡ଼ିଶା ସରକାର ଟେଲିମେଡିସିନ୍ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ଏ ଦିଗରେ ସମସ୍ତ ସହଯୋଗ କରିବ। ଗ୍ରାମାଂଚଳରେ ଟେଲିମେଡିସିନ୍‌ର ଅନେକ ଆବଶ୍ୟକତା ରହିଛି ବୋଲି କହିବା ସହ କୋଭିଡ ସମୟରେ ଟେଲିମେଡିସିନ୍ ଅନେକ ଜୀବନ ବଂଚାଇ ପାରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଟିଏସ୍‌ଆଇ ଓଡ଼ିଶା ଶାଖାର ସଭାପତି ଡାକ୍ତର ରାମନାଥ ମିଶ୍ର ମେଡିକାଲ୍ କଲେଜ ଗୁଡ଼ିକରେ ଚିକିତ୍ସା ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଟେଲିମେଡିସିନ୍‌ର ଅନେକ ଗୁରୁତ୍ୱ ରହିଛି ବୋଲି କହିଥିଲେ। ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ଅଧିକ ବିସ୍ତୃତ କରିବା ନିମନ୍ତେ ଟେଲିମେଡିସିନ୍ ହିଁ ଭବିଷ୍ୟତର ବିକଳ୍ପ ବୋଲି କହିବା ସହ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ଫ୍ୟାକଲ୍ଟିଙ୍କର ସଂଖ୍ୟା ବଢ଼ିପାରୁ ନାହିଁ। ତେଣୁ ଏ କ୍ଷେତ୍ରରେ ଟେଲିମେଡିସିନ୍ ଅନେକ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଟେଲିମେଡିସିନ୍ ନେଟ୍‌ୱାର୍କ ନିମନ୍ତେ ଉପଦେଷ୍ଟା ତଥା ଏହି ସମ୍ମିଳନୀର ସଂଯୋଜକ ଡକ୍ଟର ବିଶ୍ୱ ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ୨୦୦୧ ମସିହାରୁ ଓଡ଼ିଶାରେ ଟେଲିମେଡିସିନ୍‌ର ପ୍ରଚଳନ ଆରମ୍ଭ ହୋଇଥିବା କହିଥିଲେ। ବର୍ତ୍ତମାନ ଏହା ପ୍ରାୟ ସମସ୍ତ ସରକାରୀ ମେଡିକାଲ୍ କଲେଜ ସହ ଯୋଡି ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିକ୍ଷାନୁଷ୍ଠାନର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ସମ୍ମିଳନୀର ସଂଯୋଜକ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି।

ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍‌ଜିଆଲ ଆନ୍‌ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ କହିଛନ୍ତି।

ରୋଗୀଟି ଖୁବ୍ କମ୍ ବୟସର ଥିବା ବେଳେ ଖୋଲା ଅସ୍ତ୍ରୋପଚାର ଦ୍ୱାରା ତା’ର ମୁହଁରେ ଦାଗ ରହିବା ସହ ବିକୃତ ହେବାର ମଧ୍ୟ ସମ୍ଭାବନା ରହିଥିଲା। ତେଣୁ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକିୟା ମାଧ୍ୟମରେ ମିନିମାଲି ଇନ୍‌ଭେସିଭ ଟେକ୍ନିକ୍ ଦ୍ୱାରା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି।

ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିଲା ବେଳେ ଏହାର ପର ଦିନ ଠାରୁ ହିଁ ବିନା ସମସ୍ୟାରେ ସେ ତା’ର ଦୈନନ୍ଦିନ କାର୍ଯ୍ୟ କରିପାରୁଛି ବୋଲି ପ୍ରଫେସର ରାଉତ କହିବା ସହ ତା’ର ପରିବାର ବର୍ଗ ଖୁବ୍ ଖୁସି ଅଛନ୍ତି ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ପ୍ରଫେସର ରାଉତଙ୍କ ବ୍ୟତୀତ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ବିବେକାନନ୍ଦ ଆଚାର୍ଯ୍ୟ ଏବଂ ସିନିୟର ରେସିଡେଂଟ ଡାକ୍ତର ସୁବ୍ରତ ଚନ୍ଦନ ପ୍ରଧାନ ଓ ଡାକ୍ତର ରାକେଶ ଗିରି ସାମିଲ ଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର)ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ଵର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ତଥା ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଉତ୍ତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସ୍ଥାପିତ ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଂଚିବା ପରେ ଫଳକ ଉନ୍ମୋଚନ ସହ କ୍ୟାମ୍ପସ୍ ପରିସରରେ ବୃକ୍ଷ ରୋପଣ କରିଥିଲେ ଓ ଆନୁଷ୍ଠାନିକ ଭାବେ ହସ୍ପିଟାଲ୍‌ଟିକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (Dr) ମନୋଜରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ଅବସରରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତିକ ପାଣ୍ଡିଆନ୍ ମଂଚରେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାସଂଦ ମାନସ ମଙ୍ଗରାଜ ଏବଂ ସୋଆର ଉପସଭାପତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ।

ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ୍ ଠାରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ।

ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ।

୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଦୀର୍ଘ ୧୯ ବର୍ଷ ହେବ ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି। ଏହି ହସ୍ପିଟାଲ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଡାକ୍ତରୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଂଟ ସୃଷ୍ଟି କରିଛି।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି।

ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ସମ୍ ଅଲ୍ଟିମେଟ ମେଡିକେୟାର ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ମଧ୍ୟ ଆରମ୍ଭ କରାଯାଇଛି। ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ। ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନ ଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା। ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।

ଆଜି ଏହି ନୂତନ ହସ୍ପିଟାଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ କ୍ୟାମ୍ପସ୍ ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଏସ୍‌ଏଚ୍‌ଏମ୍ ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସିଇଓ  ସୁନୀଲ ଦାସ, ଜଏଂଟ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଅଫିସର୍ ଅନ୍ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି, ଚିଫ୍ ଭିଜିଲାନ୍ସ ଅଫିସର୍ ଯୁଗଳ ଦାସ, ଲିଗାଲ୍ ଆଫେୟାସ୍ ର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସାହୁ, କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗ ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ, ଚାଟାର୍ଡ ଆକାଉଂଟାଟ ସରୋଜ କାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବରିଷ୍ଠ ଡାକ୍ତର ପ୍ରଫେସର ସମୀର ସାହୁ, ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ପ୍ରଫେସର ସୁରେନ୍ ଦାଶ, ପ୍ରଫେସର ଈଶ୍ୱର ଚନ୍ଦ୍ର ବେହେରା, ପ୍ରଫେସର ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର, ପ୍ରଫେସର ଜେ.ଏନ୍ ସେନାପତି, ନର୍ସିଂ ସୁପରିଟେଣ୍ଡେଂଟ ମୀନତି ମିଶ୍ର, ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନୀ ପଣ୍ଡା, ବାୟୋ ମେଡିକାଲ୍ ଇଂଜିନିୟରିଂ ବିଭାଗ ମୁଖ୍ୟ ଇଂ ମନୋରମା ପରିଡା, କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ଦାସ ଓ ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସଙ୍କ ସମତେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଢ଼ ମାସର ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର: ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ। ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା। ଚିକିତ୍ସା ପାଇଁ କେତେକ ହସ୍ପିଟାଲ୍ ବୁଲିବା ପରେ ମାତ୍ର ୫୨ ଦିନର ଶିଶୁଟିକୁ ଧରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ ତା’ର ପିତାମାତା।

ସମ୍‌ରେ ଭର୍ତ୍ତି କରିବା ସମୟରେ ଶିଶୁଟି ବହୁତ ଅସୁସ୍ଥ ଥିଲା ଏବଂ ତା’ର ଓଜନ ମାତ୍ର ୬୬୦ ଗ୍ରାମ୍ ଥିଲା। ଏଭଳି ଅବସ୍ଥାରେ ଥିବା ଶିଶୁଟିକୁ ତୁରନ୍ତ ନବଜାତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରିଥିଲେ ସମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ଡାକ୍ତରମାନେ। ଅନେକ ଦିନ ପର୍ଯ୍ୟନ୍ତ ଶିଶୁ କନ୍ୟାଟି ଭେଂଟିଲେଟର ସପୋର୍ଟରେ ରହିବା ସହ ପରବର୍ତ୍ତୀ ସମୟରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ତାକୁ ନନ୍ ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ସପୋର୍ଟରେ ରଖାଯାଇ ଶ୍ୱାସକ୍ରିୟା ପରିଚାଳନା କରାଯାଇଥିଲା। ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ଶିଶୁ କନ୍ୟାଟି ରହିଥିଲା।

ଏନଆଇସିୟୁର ସମସ୍ତ ଡାକ୍ତର ଏବଂ ନର୍ସ ଶିଶୁର ଚିକିତ୍ସା କରିଥିଲେ। ଶିଶୁଟିର ଉତ୍ତମ ଚିକିତ୍ସା ନିମନ୍ତେ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନିତ ପାଣିଗ୍ରାହୀ, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର କଲ୍‌ପିତା ସାହୁ, ଡାକ୍ତର ମନୀଷା, ଡାକ୍ତର ସୀତିକାନ୍ତ ନାୟକ ଜଡ଼ିତ ଥିଲେ।

ଶିଶୁଟି ସୁସ୍ଥ ହେବା ପରେ ତା’ର ବାପାମା ଅତ୍ୟନ୍ତ ଆନନ୍ଦିତ ହେବା ସହ ସମ୍‌ର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଶିଶୁର ଚିକିତ୍ସାର ପରିଚାଳନା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର ସମସ୍ତ ପ୍ରଚେଷ୍ଟା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି। ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଏହା ପ୍ରଦାନ କରାଯାଇଛି।

ଆଜି ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ତଥା ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଅତୁଲ କୁମାର ଗୋଏଲ ଏହି ଉପକରଣ ଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କୁ ହସ୍ପିଟାଲ୍‌ ପରିସରରେ ଏହା ପ୍ରଦାନ କରିଥିଲେ।
ଶ୍ରୀ ଗୋଏଲ୍ ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଏ. ଉଦୟ ଭାସ୍କର ରେଡ୍ଡି ଓ ଭୁବନେଶ୍ୱର ସର୍କଲ ହେଡ଼ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ହସ୍ପିଟାଲର ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚାର୍ଟଡ ଆକାଉନ୍‌ଟାଂଟ ସରୋଜ କୁମାର ସାମଲ, ସିଟିଭିଏସ୍ ବିଭାଗୀୟ ମୁଖ୍ୟ ଡ. ଦେବାଶିଷ ସାହୁ, ଆନେସଥେସିଓଲୋଜିଷ୍ଟ ଡ. ସୁଶାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆଶ୍ଚର୍ଯ୍ୟ ଭାବେ ଗୋଇଠିରେ ବଢୁଥିଲା ଛୋଟିଆ ହାଡ, ସମ୍ ହସପିଟାଲରେ ହେଲା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍।

ଜଟଣୀ ଅଂଚଳର ଜନୈକା ୬୯ ବର୍ଷୀୟା ମହିଳା ସୁଶିଳା ସାହୁ ଦୀର୍ଘ ଦିନ ଧରି ତାଙ୍କ ବାମ ପାଖ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ଅନେକ ଡାକ୍ତରଖାନାରେ ପରାମର୍ଶ କରି ବିଫଳ ହେଲା ପରେ ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଅଗଷ୍ଟ ୪ ତାରିଖରେ ଭର୍ତି ହୋଇଥିଲେ। ବିଭାଗୀୟ ମୂଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାସ ତାଙ୍କୁ ଚିକିତ୍ସା କରିଥିଲେ।

ବିଭିନ୍ନ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଗୋଇଠିରେ ଏକ ଛୋଟ ହାଡ଼ ବଢ଼ି ଉଠିଛି। ଯେଉଁ କାରଣରୁ ପାଦଟି ଫୁଲିବା ସହ ମହିଳା ଜଣକ ଚାଲିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ଏପରି ଅବସ୍ଥାରେ ଥିବା ହାଡ଼ଟିକୁ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଜଟିଳ ମଧ୍ୟ ଥିଲା।

ତେବେ ପ୍ରଫେସର ଡାକ୍ତର ଦାସଙ୍କ ନେତୃତ୍ୱରେ ଡାକ୍ତର ତପନ ଦାଶ ଓ ନିଶ୍ଚେତକ ବିଭାଗର ଡାକ୍ତର ଏସ୍‌. ପାଣିଗ୍ରାହୀ ପ୍ରମୁଖ ଏକ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳ ଏଣ୍ଡୋସ୍କୋପିକ କଲ୍‌କାନିଓପ୍ଲାଷ୍ଟି ପ୍ରଣାଳୀରେ ରୋଗୀର ସଫଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ମାତ୍ର ଦୁଇଟି ଛୋଟଛୋଟ ଛିଦ୍ର ମାଧ୍ୟମରେ ବର୍ଦ୍ଧିତ ହାଡ଼ଟିକୁ ବାହାର କରିବା ସମ୍ଭବ ହୋଇଥିଲା।

ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସୂଚନା ଯୋଗ୍ୟ ଏହି ପଦ୍ଧତିର ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ। ଏହି ଅସ୍ତ୍ରୋପଚାର ନିମନ୍ତେ ଖୁବ୍ କମ୍ ସମୟ ଲାଗୁଥିବା ବେଳେ ଏହା ସ୍ୱଳ୍ପ ଖର୍ଚ୍ଚରେ ହୋଇପାରୁଛି ଓ ରୋଗୀକୁୁ କମ୍ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଛି। ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରଣାଳୀକୁ ଆହୁରି ବ୍ୟାପକ କରାଯିବ ବୋଲି ହସ୍ପିଟାଲ୍‌ର ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ, ଜାଣନ୍ତୁ କେଉଁଠି ହେଲା ପରୀକ୍ଷା

ଭୁବନେଶ୍ବର, ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ କରାଯାଇଛି। ଭୁବନେଶ୍ବରର ସମ୍ ହସ୍ପିଟାଲ ସହ ଦେଶର 12ଟି ସ୍ଥାନରେ କୋଭାକ୍ସିନ ପରୀକ୍ଷଣ ହୋଇଛି। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କଠାରେ ମାନବ ପରୀକ୍ଷା କରାଯାଇଛି। ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓ ଏହି ସୂଚନା ଦେଇଛନ୍ତି। କରୋନା ପ୍ରତିଷେଧକ ପାଇଁ ଏହି ଟୀକା ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌ ହସପିଟାଲ୍‌ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକ୍‌ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି ।

ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଂଟର (ଆର୍‌ଏମ୍‌ଆର୍‌ସି) ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିବା ବେଳେ, ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ଭ୍ୟାକସିନ୍ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗ ପ୍ରଫେସର ଡଃ ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସୋମବାର ଭ୍ୟାକସିନ୍ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡଃ ରାଓ କହିଛନ୍ତି । ଏହି ବହୁ ପ୍ରତିକ୍ଷୀତ ଭ୍ୟାକସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବେଳେ ଶୁଭାରମ୍ଭ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲ ୟୁନିଟ୍ ଓଡିଶାର ଏକମାତ୍ର କେନ୍ଦ୍ର ଭାବେ ସମ୍ ହସ୍ପିଟାଲ୍‌ରେ ତାର କାର୍ଯ୍ୟ ଆରମ୍ଭ କରିଛି ।

ଏହି କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡଃ ରାଓ କହିଛନ୍ତି ଯେ ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟୀକାର ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟ୍ ଟି କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ । ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ଏହି କାର୍ଯ୍ୟରେ ଗୁଣବତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ ।

ଡ୍ରଗସ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ଏବଂ ସେଂଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାଡାଇଜେସନ କଂଟ୍ରୋଲର ଅରଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ୍‌ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହି କରୋନା ମହାମାରୀରୁ ମାନବ ସମାଜକୁ ବଂଚାଇବା ପାଇଁ ଯେଉଁ ସ୍ୱେଚ୍ଚାସେବୀ ମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ http://ptctu.soa.ac.in/ୱେବସାଇଟ୍‌ରେ ନିଜନାମ ପଂଜିକୃତ କରନ୍ତୁ ଅଥବା ୮୯୧୭୨୧୧୨୧୪ ହ୍ୱାଟସ୍‌ ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡଃ ରାଓ କହିଛନ୍ତି ।

କୋଭିଡ୍‌-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ୍‌ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍‌କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ: ସମ ଅଲଟିମେଟ ମେଡ଼ିକେଆରରେ ବିରଳ ଅସ୍ତ୍ରୋପଚାର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି।

ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା। ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା। କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା।

କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆରରେ ଶିଶୁକୁ ଭର୍ତ୍ତି କରାଇଥିଲେ।

ହସ୍ପିଟାଲର ଇଏନଟି ଆଣ୍ଡ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ ପଦ୍ଧତିରେ ଅପଟିକାଲ ଫୋରସେପ ସାହାଯ୍ୟରେ ହୁଇସିଲଟିକୁ କାଢ଼ିବାରେ ସକ୍ଷମ ହୋଇଥିଲେ।

ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା କାରଣ ମାତ୍ର କିଛି ମିନିଟ ମଧ୍ୟରେହିଁ ହୁଇସିଲଟି କଢାଯିବାର ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ଏହି ବିରଳ ଅସ୍ତ୍ରୋପଚାରରେ ହସ୍ପିଟାଲର ଅନାସଥେସିଆ ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଡାକ୍ତର ଭବାନୀ ପତି, ଡାକ୍ତର ରଂଜିତ ପତି ଏବଂ ଡାକ୍ତର ସୂରୁପା ଦେବୀପ୍ରଦା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପ୍ରକ୍ରିୟା ଖୁବ ବିପଦପୂର୍ଣ୍ଣ ଥିଲା କାରଣ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହା ସମ୍ପାଦନ କରାଯାଇନଥିଲେ ଶିଶୁଟିର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ସମ ଅଲଟିମେଟ ମେଡ଼ିକେଆର ଠାରେ ଏଭଳି ଉନ୍ନତଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ସାହୁ।