Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା କ୍ଷେତ୍ରରେ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ
ଆଜିର ଖବର

ଚିକିତ୍ସା କ୍ଷେତ୍ରରେ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ

April 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି।

ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଟିଏସ୍‌ଆଇ ଓଡ଼ିଶା ଶାଖାର ୧୨ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର କିମ୍ କହିଛନ୍ତି ଯେ କୋଭିଡ ମହାମାରୀର ପରିସ୍ଥିତି ଟେଲିମେଡିସିନ୍‌କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡିଛି। ଯଦିଓ ଏ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି ତଥାପି ଏହାର ସମାଧାନ କିପରି କରାଯାଇପାରିବ ସେ ଦିଗରେ ଆମେ ସଚେତନ ହେବା ଆବଶ୍ୟକ। ତେବେ ଏ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଅନେକ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଡାକ୍ତର କିମ୍ କହିଛନ୍ତି ଯେ ସେମାନେ ଯେଉଁ ସ୍ମାର୍ଟଫୋନ୍ ହାତରେ ଧରିଛନ୍ତି ତାହାର ଅନ୍ୟ ବ୍ୟବହାର ନ କରି ସମାଜର ହିତ ପାଇଁ କାର୍ଯ୍ୟରେ ଲଗାନ୍ତୁ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡ଼ିଶା ସରକାର ଟେଲିମେଡିସିନ୍ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ଏ ଦିଗରେ ସମସ୍ତ ସହଯୋଗ କରିବ। ଗ୍ରାମାଂଚଳରେ ଟେଲିମେଡିସିନ୍‌ର ଅନେକ ଆବଶ୍ୟକତା ରହିଛି ବୋଲି କହିବା ସହ କୋଭିଡ ସମୟରେ ଟେଲିମେଡିସିନ୍ ଅନେକ ଜୀବନ ବଂଚାଇ ପାରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଟିଏସ୍‌ଆଇ ଓଡ଼ିଶା ଶାଖାର ସଭାପତି ଡାକ୍ତର ରାମନାଥ ମିଶ୍ର ମେଡିକାଲ୍ କଲେଜ ଗୁଡ଼ିକରେ ଚିକିତ୍ସା ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଟେଲିମେଡିସିନ୍‌ର ଅନେକ ଗୁରୁତ୍ୱ ରହିଛି ବୋଲି କହିଥିଲେ। ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ଅଧିକ ବିସ୍ତୃତ କରିବା ନିମନ୍ତେ ଟେଲିମେଡିସିନ୍ ହିଁ ଭବିଷ୍ୟତର ବିକଳ୍ପ ବୋଲି କହିବା ସହ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ଫ୍ୟାକଲ୍ଟିଙ୍କର ସଂଖ୍ୟା ବଢ଼ିପାରୁ ନାହିଁ। ତେଣୁ ଏ କ୍ଷେତ୍ରରେ ଟେଲିମେଡିସିନ୍ ଅନେକ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଟେଲିମେଡିସିନ୍ ନେଟ୍‌ୱାର୍କ ନିମନ୍ତେ ଉପଦେଷ୍ଟା ତଥା ଏହି ସମ୍ମିଳନୀର ସଂଯୋଜକ ଡକ୍ଟର ବିଶ୍ୱ ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ୨୦୦୧ ମସିହାରୁ ଓଡ଼ିଶାରେ ଟେଲିମେଡିସିନ୍‌ର ପ୍ରଚଳନ ଆରମ୍ଭ ହୋଇଥିବା କହିଥିଲେ। ବର୍ତ୍ତମାନ ଏହା ପ୍ରାୟ ସମସ୍ତ ସରକାରୀ ମେଡିକାଲ୍ କଲେଜ ସହ ଯୋଡି ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିକ୍ଷାନୁଷ୍ଠାନର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ସମ୍ମିଳନୀର ସଂଯୋଜକ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

sum hospital TeleMedicine
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: କ୍ରସ୍ ଭୋଟିଂ ମାଧ୍ୟମରେ ପାଞ୍ଚଟି ଆସନ ଜିତିଲା କଂଗ୍ରେସ

June 19, 2026

ଲାଞ୍ଚ ମାମଲାରେ ମଞ୍ଚେଶ୍ୱର ଥାନା ଏଏସଆଇ ଓ ହୋମଗାର୍ଡଙ୍କୁ ଗିରଫ କଲା ଭିଜିଲାନ୍ସ

June 19, 2026
Latest News

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: କ୍ରସ୍ ଭୋଟିଂ ମାଧ୍ୟମରେ ପାଞ୍ଚଟି ଆସନ ଜିତିଲା କଂଗ୍ରେସ

June 19, 2026

ଲାଞ୍ଚ ମାମଲାରେ ମଞ୍ଚେଶ୍ୱର ଥାନା ଏଏସଆଇ ଓ ହୋମଗାର୍ଡଙ୍କୁ ଗିରଫ କଲା ଭିଜିଲାନ୍ସ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.