Categories
ଆଜିର ଖବର ରାଜ୍ୟ ଖବର

ଚିକିତ୍ସା କ୍ଷେତ୍ରରେ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି।

ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଟିଏସ୍‌ଆଇ ଓଡ଼ିଶା ଶାଖାର ୧୨ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର କିମ୍ କହିଛନ୍ତି ଯେ କୋଭିଡ ମହାମାରୀର ପରିସ୍ଥିତି ଟେଲିମେଡିସିନ୍‌କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡିଛି। ଯଦିଓ ଏ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି ତଥାପି ଏହାର ସମାଧାନ କିପରି କରାଯାଇପାରିବ ସେ ଦିଗରେ ଆମେ ସଚେତନ ହେବା ଆବଶ୍ୟକ। ତେବେ ଏ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଅନେକ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଡାକ୍ତର କିମ୍ କହିଛନ୍ତି ଯେ ସେମାନେ ଯେଉଁ ସ୍ମାର୍ଟଫୋନ୍ ହାତରେ ଧରିଛନ୍ତି ତାହାର ଅନ୍ୟ ବ୍ୟବହାର ନ କରି ସମାଜର ହିତ ପାଇଁ କାର୍ଯ୍ୟରେ ଲଗାନ୍ତୁ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡ଼ିଶା ସରକାର ଟେଲିମେଡିସିନ୍ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ଏ ଦିଗରେ ସମସ୍ତ ସହଯୋଗ କରିବ। ଗ୍ରାମାଂଚଳରେ ଟେଲିମେଡିସିନ୍‌ର ଅନେକ ଆବଶ୍ୟକତା ରହିଛି ବୋଲି କହିବା ସହ କୋଭିଡ ସମୟରେ ଟେଲିମେଡିସିନ୍ ଅନେକ ଜୀବନ ବଂଚାଇ ପାରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଟିଏସ୍‌ଆଇ ଓଡ଼ିଶା ଶାଖାର ସଭାପତି ଡାକ୍ତର ରାମନାଥ ମିଶ୍ର ମେଡିକାଲ୍ କଲେଜ ଗୁଡ଼ିକରେ ଚିକିତ୍ସା ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଟେଲିମେଡିସିନ୍‌ର ଅନେକ ଗୁରୁତ୍ୱ ରହିଛି ବୋଲି କହିଥିଲେ। ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ଅଧିକ ବିସ୍ତୃତ କରିବା ନିମନ୍ତେ ଟେଲିମେଡିସିନ୍ ହିଁ ଭବିଷ୍ୟତର ବିକଳ୍ପ ବୋଲି କହିବା ସହ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ଫ୍ୟାକଲ୍ଟିଙ୍କର ସଂଖ୍ୟା ବଢ଼ିପାରୁ ନାହିଁ। ତେଣୁ ଏ କ୍ଷେତ୍ରରେ ଟେଲିମେଡିସିନ୍ ଅନେକ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଟେଲିମେଡିସିନ୍ ନେଟ୍‌ୱାର୍କ ନିମନ୍ତେ ଉପଦେଷ୍ଟା ତଥା ଏହି ସମ୍ମିଳନୀର ସଂଯୋଜକ ଡକ୍ଟର ବିଶ୍ୱ ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ୨୦୦୧ ମସିହାରୁ ଓଡ଼ିଶାରେ ଟେଲିମେଡିସିନ୍‌ର ପ୍ରଚଳନ ଆରମ୍ଭ ହୋଇଥିବା କହିଥିଲେ। ବର୍ତ୍ତମାନ ଏହା ପ୍ରାୟ ସମସ୍ତ ସରକାରୀ ମେଡିକାଲ୍ କଲେଜ ସହ ଯୋଡି ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିକ୍ଷାନୁଷ୍ଠାନର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ସମ୍ମିଳନୀର ସଂଯୋଜକ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଘରେ ବସି ଏମସ ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଛନ୍ତି କି ? ଟିପି ରଖନ୍ତୁ ଏହି ଡାକ୍ତରଙ୍କ ନମ୍ବର

ଭୁବନେଶ୍ବର, ବର୍ତ୍ତମାନ କରୋନା ସମୟରେ ସାଧାରଣ ରୋଗୀମାନେ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ରୋଗୀମାନେ ଡାକ୍ତରଖାନା ଯିବକୁ ଭୟ କଲେଣି। ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମସ୍ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ।

ଏହି ଅନୁସାରେ ଆପଣ ଘରେ ବସି ଟେଲିଫୋନ ବା ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ସେଥିପାଇଁ ଏମସ ତରଫରୁ ମେଡିସିନ, ଶିଶୁ ରୋଗ, କରୋନା ରୋଗ ପରି 27 ବିଭାଗର ଡାକ୍ତରଙ୍କ ନାମ ଓ ଫୋନ ନମ୍ବର ପ୍ରଦାନ କରାଯାଇଛି। ଏହାକୁ ସୋମବାରରୁ ଶୁକ୍ରବାର ମଧ୍ୟରେ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କଲ କରିପାରିବେ। ସେହି ନମ୍ବରଗୁଡିକ ହେଲା

Categories
ଆଜିର ଖବର ରାଜ୍ୟ ଖବର

14410 କୁ କଲ କରନ୍ତୁ, ମାଗଣାରେ ଘରେ ବସି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ଅପିଲ

ଭୁବନେଶ୍ବର, ଆପଣଙ୍କୁ ଯଦି ଥଣ୍ଡାକାସ କିମ୍ବା ସେହିପରି କିଛି ହେଉଛି ତେବେ ଭୟକରନ୍ତୁ ନାହିଁ। ଆପଣ ଘରେ ବସି ମାଗଣା ଫୋନ କରି ମାଗଣା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଆଜି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ଟେଲିମେଡିସନ ହେଲପ ଲାଇନ ଜାରୀ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନେକଙ୍କୁ ସାମାନ୍ୟ ଥଣ୍ଡା କାସ ହେଲେ ଭୟଭିତ ହୋଇପଡୁଛନ୍ତି। ଏପରିକି ଡାକ୍ତରଖାନା ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏପରି ଅସୁବିଧାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ଫୋନ ନମ୍ବର ଜାରୀ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଏହି ସୁବିଧାକୁ ଉପଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ସେ ରାଜ୍ୟର ଡାକ୍ତରଙ୍କୁ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ଏଥିରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ bit.ly/IndiaTeleMed ରେ ରେଜିଷ୍ଟ୍ରେସନ କରିପାରିବେ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘରେ ବସି ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଜାରି କଲା 24 ଜଣିଆ ଡାକ୍ତର ତାଲିକା

ଗଂଜାମ, ବର୍ତ୍ତମାନ ଲକଡାଉନ ଅବସ୍ଥାରେ ଥଣ୍ଡାକାଶ ପରି ରୋଗ ହେଲେ ଡାକ୍ତରଙ୍କୁ ଦେଖା କରିବା ଅସମ୍ଭବ। ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଯଦି ଆପଣ ସାମାନ୍ୟ ଥଣ୍ଡାକାଶ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସିଧା ଡାକ୍ତରଙ୍କୁ ଫୋନ କରନ୍ତୁ। ସେଥିପାଇଁ ଜିଲ୍ଲା ପ୍ରଶାସନ 24 ଜଣିଆ ଡାକ୍ତରୀ ଦଳର ନାମ ଏବଂ ଫୋନ ନମ୍ବର ପ୍ରକାଶ କରିଛି।

ଏଥିରେ କୁହାଯାଇଛି ଯେ, କରୋନା ସମ୍ବନ୍ଧିୟ ରୋଗ ନ ଥିଲେ ଡାକ୍ତରଖାନା ଆସି ଅଯଥା ଭିଡ କରନ୍ତୁ ନାହିଁ। ଯଦି କୌଣସି ରୋଗରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ତେବେ ଏହି ନମ୍ବରରେ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ ବୋଲି ଏହି ତାଲିକାରେ ପ୍ରକାଶ କରାଯାଇଛି। ଏପରିକି ଆପଣ ହ୍ୱାଟସପ ମାଧ୍ୟମରେ ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି।

ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଡାକ୍ତରୀ ଦଳର ତାଲିକା ଫୋନ ନମ୍ବର ଏବଂ ହ୍ବାଟସପ ନମ୍ବର ଦିଆଯାଇଛି ତାହା ହେଲା.