Categories
ଆଜିର ଖବର ରାଜ୍ୟ ଖବର

14410 କୁ କଲ କରନ୍ତୁ, ମାଗଣାରେ ଘରେ ବସି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ଅପିଲ

ଭୁବନେଶ୍ବର, ଆପଣଙ୍କୁ ଯଦି ଥଣ୍ଡାକାସ କିମ୍ବା ସେହିପରି କିଛି ହେଉଛି ତେବେ ଭୟକରନ୍ତୁ ନାହିଁ। ଆପଣ ଘରେ ବସି ମାଗଣା ଫୋନ କରି ମାଗଣା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଆଜି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ଟେଲିମେଡିସନ ହେଲପ ଲାଇନ ଜାରୀ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନେକଙ୍କୁ ସାମାନ୍ୟ ଥଣ୍ଡା କାସ ହେଲେ ଭୟଭିତ ହୋଇପଡୁଛନ୍ତି। ଏପରିକି ଡାକ୍ତରଖାନା ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏପରି ଅସୁବିଧାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ଫୋନ ନମ୍ବର ଜାରୀ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଏହି ସୁବିଧାକୁ ଉପଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ସେ ରାଜ୍ୟର ଡାକ୍ତରଙ୍କୁ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ଏଥିରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ bit.ly/IndiaTeleMed ରେ ରେଜିଷ୍ଟ୍ରେସନ କରିପାରିବେ ବୋଲି କୁହାଯାଇଛି।