Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘରେ ବସି ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଜାରି କଲା 24 ଜଣିଆ ଡାକ୍ତର ତାଲିକା

ଗଂଜାମ, ବର୍ତ୍ତମାନ ଲକଡାଉନ ଅବସ୍ଥାରେ ଥଣ୍ଡାକାଶ ପରି ରୋଗ ହେଲେ ଡାକ୍ତରଙ୍କୁ ଦେଖା କରିବା ଅସମ୍ଭବ। ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଯଦି ଆପଣ ସାମାନ୍ୟ ଥଣ୍ଡାକାଶ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସିଧା ଡାକ୍ତରଙ୍କୁ ଫୋନ କରନ୍ତୁ। ସେଥିପାଇଁ ଜିଲ୍ଲା ପ୍ରଶାସନ 24 ଜଣିଆ ଡାକ୍ତରୀ ଦଳର ନାମ ଏବଂ ଫୋନ ନମ୍ବର ପ୍ରକାଶ କରିଛି।

ଏଥିରେ କୁହାଯାଇଛି ଯେ, କରୋନା ସମ୍ବନ୍ଧିୟ ରୋଗ ନ ଥିଲେ ଡାକ୍ତରଖାନା ଆସି ଅଯଥା ଭିଡ କରନ୍ତୁ ନାହିଁ। ଯଦି କୌଣସି ରୋଗରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ତେବେ ଏହି ନମ୍ବରରେ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ ବୋଲି ଏହି ତାଲିକାରେ ପ୍ରକାଶ କରାଯାଇଛି। ଏପରିକି ଆପଣ ହ୍ୱାଟସପ ମାଧ୍ୟମରେ ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି।

ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଡାକ୍ତରୀ ଦଳର ତାଲିକା ଫୋନ ନମ୍ବର ଏବଂ ହ୍ବାଟସପ ନମ୍ବର ଦିଆଯାଇଛି ତାହା ହେଲା.

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ହେବ 5ଶହ ଶଯ୍ୟା ବିଶିଷ୍ଠ ବିଶ୍ବସ୍ତରୀୟ କୋଭିଡ19 ହସପିଟାଲ,15 ଦିନ ମଧ୍ୟରେ ହେବ କାର୍ଯ୍ୟକ୍ଷମ, ସୋଆ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର : ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ ହସ୍ପିଟାଲ। କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍‌-୧୯ କରୋନା ହସ୍‌ପିଟାଲ୍‌ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେ ଓ ସମ ହସ୍‌ପିଟାଲ୍‌ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର।

ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ସମ ହସ୍ପିଟାଲ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ, ରୋଗୀସେବା , ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପରୀକ୍ଷାଗାର, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇଦେବ। ସୋଆ ବିଶ୍ୱବିଦ୍ୟାଳୟରା କ୍ୟାମ୍ପସ 2 ରେ ଥିବା କନଭେନସନ ସେଣ୍ଟର ରେ ଏହି କୋଭିଡ19 ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

ଏହି ଚୁକ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ, ମହାନଦୀ କୋଲଫିଲଡସ ଲିମିଟେଡ଼ ବା ଏମସିଏଲ ର ପ୍ରତିନିଧି ଶ୍ରୀ ଏସ୍ ଏସ୍ ପଣ୍ଡା ଏବଂ ଆଇଏମଏସ ଓ ସମ ହସ୍ପିଟାଲରା ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ବ୍ୟବସ୍ଥା କରିବୁ। ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ। ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲିଛୁ। ଯେଉଁ ରୋଗୀଙ୍କର କାଶ କଫ ହେୁଛି ସେମାନେ ଏହାର ସୁବିଧା ନେଇପାରିବେ।

ଓଡିଶା ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜରଂଜନ ନାୟକ।

Categories
ଆଜିର ଖବର ରାଜ୍ୟ ଖବର

କରୋନା: କେଉଁଝର ପ୍ରଶାସନର ଅଭିନବ ସତର୍କତା, ସାମାଜିକ ଦୂରତ୍ବ ପାଇଁ ଦୋକାନ ଆଗରେ ଟାଣିଲେ ଗାର

କେଉଁଝର, ଚାରିଆଡେ କରୋନା ପାଇଁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି। ଗୋଟିଏ ପଟେ ସରକାର ତେଜରାତି ଦୋକାନ ଖୋଲିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଭିଡ ନ କରିବା ପାଇଁ କହୁଛନ୍ତି। ଦୋକାନ ଖୋଲା ହେଲେ ସେଠାରେ ନିଶ୍ଚିତ ଗହଳି ହେବ ଏଥିରେ ସନ୍ଦେହ ନାହିଁ। ହେଲେ ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିଛନ୍ତି କେଉଁଝର ପ୍ରଶାସକ।

କେଉଁଝର ଟାଉନରେ ଲୋକମାନେ ତେଜରାତି ଦୋକାନରେ ଭିଡ କରିବାରୁ ସେଠାକାର ପ୍ରଶାସନ ଦୋକାନ ଆଗରେ ଗାର ଟାଣି ଦେଇଛନ୍ତି। ଏକ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଗୋଲାକାର ଗାର ଟଣାଯାଇଛି। ଯେଉଁମାନେ ଜିନିଷ କିଣିବାକୁ ଆସିବେ ସେମାନେ ସେହି ଗୋଲାକାର ଗାର ଭିତରେ ଲାଇନରେ ରହିବେ। ଜଣେ ଆଗକୁ ଯିବା ପରେ ପଛ ଗୋଲାକାରରେ ଥିବା ଲୋକ ପୁଣି ଆଗ ଗୋଲାକାରକୁ ଯିବେ। ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ଲୋକମାନେ ଜରୁରୀ ଜିନିଷ କିଣିବାରେ ସୁଯୋଗ ପାଇପାରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କୋଭିଡ୍‌-୧୯: ବ୍ୟାଙ୍କ ଓ ବୀମା କଂପାନୀଗୁଡିକୁ 6 ଟି ନିର୍ଦ୍ଦେଶନାମା ଜାରୀ କଲେ ରାଜ୍ୟ ସରକାର, ଜାଣନ୍ତୁ କଣ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା

1- ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରକାର କାର୍ଯ୍ୟ ନିର୍ଘଣ୍ଟ ଅର୍ଥାତ୍‌ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ଲାଗୁ ହୋଇଛି।

2- କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍‌ ୨ ଜଣରୁ କମ୍‌ ବା ୭ ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ।

3- ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍‌ ରହିବ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲା ବେଳେ ପୋଲିସ୍‌ ସୁରକ୍ଷା ଦିଆଯିବା ସହିତ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍‌ ଏବଂ ଦସ୍ତଖତ ଥିବା ପାସ୍‌ କର୍ମଚାରୀଙ୍କୁ ପ୍ରଦାନ କରିବେ ଏବଂ ସେମାନେ ନିଜର ପରିଚୟ ପତ୍ର ପୋଲିସ୍‌କୁ ଦେଖାଇବେ। ବ୍ୟାଙ୍କମାନେ ସେମାନଙ୍କର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସବୁ ପରିସ୍ଥିତିରେ ସୁନିଶ୍ଚିତ କରିବେ।

4- ବ୍ୟାଙ୍କମାନେ ଉପଭୋକ୍ତାମାନଙ୍କୁ ବିକଳ୍ପ ମାଧ୍ୟମ ଯଥା ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ, ଅନ୍‌ଲାଇନ୍‌ ପେମେଣ୍ଟ, ଏଟିଏମ୍‌ ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସେବା ବିଷୟରେ ଜଣାଇବା ସହ କଲ୍‌ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ସେବା ପ୍ରଦାନ କରିବେ।

5- ବ୍ୟାଙ୍କଗୁଡ଼ିକ ନଗଦ ଜମା/ଉଠାଣ, ଏନ୍‌ଇଏଫ୍‌ଟି, ଚେକ୍‌ କ୍ଲିୟରିଂ, ସରକାରୀ ଟ୍ୟାକ୍ସ କଲେକ୍‌ସନ୍‌ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ। ଟ୍ରେନିଂ, ମିଟିଂ, ସମ୍ମିଳନୀ ଆଦି କାର୍ଯ୍ୟ ସ୍ଥଗିତ ରହିବ।

6- ରାଜ୍ୟର ସମସ୍ତ ଇନସ୍ୟୁରାନସ କଂପାନୀମାନେ ମଧ୍ୟ ଏହି ନିୟମ ମାନି କାର୍ଯ୍ୟ କରିବେ। ଏହି ଗୁରୁତ୍ୱ ପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଇନସ୍ୟୁରାନସ କଂପାନୀର କାର୍ଯ୍ୟକୁ ତଦାରଖ କରିବେ।