କରୋନା: କେଉଁଝର ପ୍ରଶାସନର ଅଭିନବ ସତର୍କତା, ସାମାଜିକ ଦୂରତ୍ବ ପାଇଁ ଦୋକାନ ଆଗରେ ଟାଣିଲେ ଗାର

Published: Mar 25, 2020, 9:42 am IST

କେଉଁଝର, ଚାରିଆଡେ କରୋନା ପାଇଁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି। ଗୋଟିଏ ପଟେ ସରକାର ତେଜରାତି ଦୋକାନ ଖୋଲିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଭିଡ ନ କରିବା ପାଇଁ କହୁଛନ୍ତି। ଦୋକାନ ଖୋଲା ହେଲେ ସେଠାରେ ନିଶ୍ଚିତ ଗହଳି ହେବ ଏଥିରେ ସନ୍ଦେହ ନାହିଁ। ହେଲେ ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିଛନ୍ତି କେଉଁଝର ପ୍ରଶାସକ।

କେଉଁଝର ଟାଉନରେ ଲୋକମାନେ ତେଜରାତି ଦୋକାନରେ ଭିଡ କରିବାରୁ ସେଠାକାର ପ୍ରଶାସନ ଦୋକାନ ଆଗରେ ଗାର ଟାଣି ଦେଇଛନ୍ତି। ଏକ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଗୋଲାକାର ଗାର ଟଣାଯାଇଛି। ଯେଉଁମାନେ ଜିନିଷ କିଣିବାକୁ ଆସିବେ ସେମାନେ ସେହି ଗୋଲାକାର ଗାର ଭିତରେ ଲାଇନରେ ରହିବେ। ଜଣେ ଆଗକୁ ଯିବା ପରେ ପଛ ଗୋଲାକାରରେ ଥିବା ଲୋକ ପୁଣି ଆଗ ଗୋଲାକାରକୁ ଯିବେ। ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ଲୋକମାନେ ଜରୁରୀ ଜିନିଷ କିଣିବାରେ ସୁଯୋଗ ପାଇପାରୁଛନ୍ତି।

Related posts