Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଶ୍ଚର୍ଯ୍ୟ ଭାବେ ଗୋଇଠିରେ ବଢୁଥିଲା ଛୋଟିଆ ହାଡ, ସମ୍ ହସପିଟାଲରେ ହେଲା ବିରଳ ଅସ୍ତ୍ରୋପଚାର
ଜାତୀୟ ଖବର

ଆଶ୍ଚର୍ଯ୍ୟ ଭାବେ ଗୋଇଠିରେ ବଢୁଥିଲା ଛୋଟିଆ ହାଡ, ସମ୍ ହସପିଟାଲରେ ହେଲା ବିରଳ ଅସ୍ତ୍ରୋପଚାର

August 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ ଭାବେ ଗୋଇଠିରେ ବଢୁଥିଲା ଛୋଟିଆ ହାଡ, ସମ୍ ହସପିଟାଲରେ ହେଲା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍।

ଜଟଣୀ ଅଂଚଳର ଜନୈକା ୬୯ ବର୍ଷୀୟା ମହିଳା ସୁଶିଳା ସାହୁ ଦୀର୍ଘ ଦିନ ଧରି ତାଙ୍କ ବାମ ପାଖ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ଅନେକ ଡାକ୍ତରଖାନାରେ ପରାମର୍ଶ କରି ବିଫଳ ହେଲା ପରେ ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଅଗଷ୍ଟ ୪ ତାରିଖରେ ଭର୍ତି ହୋଇଥିଲେ। ବିଭାଗୀୟ ମୂଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାସ ତାଙ୍କୁ ଚିକିତ୍ସା କରିଥିଲେ।

ବିଭିନ୍ନ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଗୋଇଠିରେ ଏକ ଛୋଟ ହାଡ଼ ବଢ଼ି ଉଠିଛି। ଯେଉଁ କାରଣରୁ ପାଦଟି ଫୁଲିବା ସହ ମହିଳା ଜଣକ ଚାଲିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ଏପରି ଅବସ୍ଥାରେ ଥିବା ହାଡ଼ଟିକୁ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଜଟିଳ ମଧ୍ୟ ଥିଲା।

ତେବେ ପ୍ରଫେସର ଡାକ୍ତର ଦାସଙ୍କ ନେତୃତ୍ୱରେ ଡାକ୍ତର ତପନ ଦାଶ ଓ ନିଶ୍ଚେତକ ବିଭାଗର ଡାକ୍ତର ଏସ୍‌. ପାଣିଗ୍ରାହୀ ପ୍ରମୁଖ ଏକ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳ ଏଣ୍ଡୋସ୍କୋପିକ କଲ୍‌କାନିଓପ୍ଲାଷ୍ଟି ପ୍ରଣାଳୀରେ ରୋଗୀର ସଫଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ମାତ୍ର ଦୁଇଟି ଛୋଟଛୋଟ ଛିଦ୍ର ମାଧ୍ୟମରେ ବର୍ଦ୍ଧିତ ହାଡ଼ଟିକୁ ବାହାର କରିବା ସମ୍ଭବ ହୋଇଥିଲା।

ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସୂଚନା ଯୋଗ୍ୟ ଏହି ପଦ୍ଧତିର ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ। ଏହି ଅସ୍ତ୍ରୋପଚାର ନିମନ୍ତେ ଖୁବ୍ କମ୍ ସମୟ ଲାଗୁଥିବା ବେଳେ ଏହା ସ୍ୱଳ୍ପ ଖର୍ଚ୍ଚରେ ହୋଇପାରୁଛି ଓ ରୋଗୀକୁୁ କମ୍ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଛି। ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରଣାଳୀକୁ ଆହୁରି ବ୍ୟାପକ କରାଯିବ ବୋଲି ହସ୍ପିଟାଲ୍‌ର ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

sum hospital ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତେଲେଙ୍ଗାନା ଗସ୍ତ

August 10, 2026

ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 10, 2026

ସୋଆରେ ବିକଶିତ ଭାରତ ୟୁବା କନେକ୍ଟ ପ୍ରୋଗ୍ରାମ୍ ଆୟୋଜିତ

August 10, 2026
Latest News

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026

ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.