Categories
ବିଶେଷ ଖବର ରାଜ୍ୟ ଖବର

ବଜେଟକୁ ନେଇ ନବୀନ ପଟ୍ଟନାୟକଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ଵର: ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ଏହା ପୂର୍ବରୁ ଓଡିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ଆଜି ରାଜ୍ୟ ବଜେଟରେ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୋହନ ସରକାର ଅନେକ ଘୋଷଣା କରିଛନ୍ତି। ଆଜି ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳଗୁଡିକ ନୈରାଶ୍ୟ ବଜେଟ ବୋଲି କହିଛନ୍ତି।

ଏହି କ୍ରମରେ ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଡବଲ୍‌ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି। ଏଠାରେ ନୂଆ କିଛି ହୋଇନାହିଁ, ‘ମୋ’ ସରକାର ସମୟର ୪୦ଟି ଯୋଜନାର କେବଳ ନାଁ ପରିବର୍ତ୍ତନ କରାଯାଇଛି ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ଯୋଗ ଦେଲା ନାହିଁ କଂଗ୍ରେସ, କ୍ଷୋଭ ପ୍ରକାଶ କଲେ ବିଧାୟକ ତାରା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବାହସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା।

ଶାନ୍ତି ଶୃଙ୍ଖଳା ସହ ଅଧିବେସନ ‌ସମ୍ପନ୍ନ କରିବାକୁ ବୈଠକରେ ଆଲୋଚନା କରାଯାଇଥିବା ବାଚସ୍ପତି ସୁରମା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଅଧିବେସନ ଆରମ୍ଭ ହେବ।

ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସର କୌଣସି ସଦସ୍ୟ ଯୋଗ ଦେଇପାରିନଥିବାରୁ ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବି। ମତେ ନେତା ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନି।

ସେପଟେ ସର୍ବଦଳୀୟ ବୈଠକରେ ଯୋଗ ଦେବାପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଠାତ୍ ନବୀନ ନିବାସରେ ପହଞ୍ଚି ଅନୁରୋଧ କରିଥିଲେ। ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେଇ ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।
Categories
ବିଶେଷ ଖବର ରାଜ୍ୟ ଖବର

କିଏ ହେବ ବିଧାନସଭାରେ ବିରୋଧୀ ଦଳ ନେତା?: ଘୋଷଣା କଲା ବିଜେଡ଼ି

ଭୁବନେଶ୍ଵର: ବିଜେଡି ସଭାପତି ନବୀନ ପଟ୍ଟନାୟକ ହେବେ ବିଧାନସଭାରେ ବିରୋଧୀ ଦଳ ନେତା। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଓ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଛନ୍ତି। ବିଜେଡି ବିଧାୟକ ଦଳର ଉପମୁଖ୍ୟ ସଚେତକ ରୂପେ ପ୍ରତାପ କେଶରୀ ଦେବଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଛି।

ଆଜି ଅପରାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ୫୧ ବିଧାୟକଙ୍କ ସହ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରମିଳା ମଲ୍ଲିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଔପଚାରିକ ଭାବରେ ବୈଠକକୁ ଆରମ୍ଭ କରିଥିଲେ। ଏହି ଅବସରରେ ବିଜେଡି ବିଧାୟକ ଦଳ ନେତା ଭାବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ପାଇଁ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଦେଇଥିଲେ ଓ ବିଧାୟକ ଡ଼. ଅରୁଣ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ। ନବୀନଙ୍କୁ ବିଜେଡି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିବା ପାଇଁ ଏହି ପ୍ରସ୍ତାବକୁ ଦଳର ସମସ୍ତ ବିଧାୟକ ସମର୍ଥନ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳ ଉପନେତା ଓ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ଭାବରେ ନିର୍ବାଚିତ କରାଯାଇଥିଲା। ସେହିପରି ବିଧାୟକ ପ୍ରତାପ କେଶରୀ ଦେବ ଉପମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଥିଲେ।

ଏହି ଅବସରରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଧାନସଭାରେ ବିଜେଡିର ଭୂମିକା ସମ୍ପର୍କରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟର ହିତ ନିମନ୍ତେ ତାଙ୍କ ଦଳ ଦ୍ୱାରା ଯାହା ସମ୍ଭବ ତାହା କରିବ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ବିଧାନସଭାରେ ସ୍ୱର ଉଠାଇବ ବୋଲି କହିଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଶେଷରେ ବିଧାୟକ ବ୍ୟୋମକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ନିବାସରେ ପହଞ୍ଚିଲେ ମୋହନ ମାଝୀ: ଜାଣନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ କ’ଣ ହେଲା ଆଲୋଚନା?

ଭୁବନେଶ୍ଵର: ଆଜି ଓଡିଶାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪.୪୫ ମିନିଟରେ ଅନୁଷ୍ଠିତ ହେବ। ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ସମେତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିବେ। ଏତଦବ୍ୟତୀତ ଏମାନଙ୍କ ସହ ୧୮ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

ତେବେ ଏହି ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ଵରର ଜନତା ମଇଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ନିମନ୍ତ୍ରଣ କରିଥିଲା।

ତେବେ ଗତକାଲି ମୋହନ ମାଝୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ମନୋନୀତ କରିଥିବା ବେଳେ ଆଜି ସକାଳେ ନିଜେ ମୋହନ ମାଝୀ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଛନ୍ତି। ଏହି ସମୟରେ ଶପଥ ଗ୍ରହଣ ସମାରୋହକୁ ଆସିବା ପାଇଁ ନବୀନଙ୍କୁ ମୋହନ ମାଝୀ ନିମନ୍ତ୍ରଣ କରିଥିବା ଜଣାପଡିଛି। ଅପରପକ୍ଷେ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହିତ ତାଙ୍କୁ ଆଶୀର୍ବାଦ କରିଥିବା ମୋହନ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ଵର: ଦେଶରେ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ନୂଆ ସରକାର ଗଠନ କରିଛି। ନରେନ୍ଦ୍ର ମୋଦୀ କ୍ରମାଗତ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ୭୨ ଜଣ କେନ୍ଦ୍ର ସରକାରର ମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶାରୁ ୩ ଜଣ ସାଂସଦ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ଜୁଏଲ ଓରାମ ମୋଦୀ ୩.o ସରକାରର କେନ୍ଦ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି।

ତେବେ କେନ୍ଦ୍ରରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆପଣଙ୍କ ଟିମକୁ ଶୁଭେଚ୍ଛା। ଆମର ପ୍ରିୟ ଦେଶ ଆପଣଙ୍କ ନେତୃତ୍ୱରେ ବିକାଶର ନୂତନ ଉଚ୍ଚତାରେ ପହଞ୍ଚୁ।

ସେହିପରି ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବୀନ ଲେଖିଛନ୍ତି ଯେ, ଦେଶ ପାଇଁ ଏବଂ ବିଶେଷ ଭାବରେ # ଓଡିଶାର ଲୋକଙ୍କ ପାଇଁ ଆପଣମାନଙ୍କୁ ବଡ଼ ସଫଳତା କାମନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଓଡିଶା ରାଜନୀତିକୁ ନେଇ ବଡ ଖବର ଆସିଛି। ଓଡିଶା ବିଧାନସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତାରେ ବିଫଳ ହେବା ପରେ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ସକାଳ ୧୧.୩୦ ଟାରେ ନବୀନ ନିବାସରୁ ବାହାରି ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଭେଟିଛନ୍ତି। ଏବଂ ସେଠାରେ ରାଜ୍ୟପାଳଙ୍କୁ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସେହି ପୁରୁଣା ଶୈଳୀରେ ନିଜର ସ୍ମିତ ହସ ମାଧ୍ୟମରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୪ ଟି ପର୍ଯ୍ୟାୟରେ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଏହାର ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୋଟିଏ ଆସନରେ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେପି ୭୮ ଟି ଆସନ ପାଇଥିବା ବେଳେ ବିଜେଡ଼ିକୁ ୫୧ ଟି ଆସନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀ ବାଣ ଦୁର୍ଘଟଣା ମାମଲା: ଅନୁକମ୍ପାମୂଳକ ସହାୟତା ଘୋଷଣା, ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ ଅଲ୍ଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ।

ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଗତକାଲି ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଜଣେ ଅଣ-ଓଡିଆ ବ୍ୟକ୍ତିଙ୍କୁ “ଉତ୍ତରାଧିକାରୀ” କରିବା ପାଇଁ କାହିଁକି ଲାଗି ପଡିଛନ୍ତି ନବୀନ ବାବୁ?: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ଅମିତ ଶାହା କହିଛନ୍ତି ଯେ, ବର୍ତ୍ତମାନର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗଣତି ଦିନ ଅର୍ଥାତ୍ ଜୁନ୍ ୪ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ କୁହାଯିବା ନିଶ୍ଚିତ। ଅମିତ ଶାହା ରାଜ୍ୟରେ ତିନିଟି ରାଲି (ଭଦ୍ରକ, ଜଜପୁର ଏବଂ ଜଗତ୍ସିଂହପୁର) କୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ ସରକାରଙ୍କୁ କେନ୍ଦ୍ରର ମାଗଣା ରାସନ ଯୋଜନାକୁ ନିଜସ୍ୱ ଯୋଜନା ଭାବରେ ଉପସ୍ଥାପନ କରିଥିବାରୁ ସମାଲୋଚନା କରିଛନ୍ତି।

ନିର୍ବାଚନ ରାଲିରେ ମୋଦୀ ସରକାରଙ୍କ ଜନକଲ୍ୟାଣ ନୀତି ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ଏହା ଦେଶର ୮୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଇଛି, ପ୍ରାୟ ୧୨ କୋଟି ଶୌଚାଳୟ ନିର୍ମାଣ କରିଛି ଏବଂ ଗରିବ ଲୋକଙ୍କୁ ୪ କୋଟି ପକ୍କା ଘର ଯୋଗାଇ ଦେଇଛି, କିନ୍ତୁ ପଟ୍ଟନାୟକ ସରକାର ସର୍ବଦା ନିଜ କଥାକୁ ଏଡ଼ାଇ ଯାଉଥିବା ଜଣାପଡିଛି। ଅମିତ ଶାହା କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ସରକାର ଏକ ଚାଉଳ ସରକାର, କାରଣ ଏହା ଗରିବ ଲୋକଙ୍କୁ ମାଗଣା ରାସନ ଦେଉଛି, କିନ୍ତୁ ନବୀନ ବାବୁଙ୍କ ସରକାର ଏକ ‘ବ୍ୟାଗ ସରକାର’, କାରଣ ଏହା ରେସନ ସହିତ କେବଳ ବ୍ୟାଗ ଯୋଗାଇଥାଏ।

ସେ ଆହୁରି କହିଥଲେ ଯେ, “ନବୀନ ବାବୁ, ଆପଣଙ୍କୁ ଚାଉଳର ପରିମାଣ ବଢାଇବାର ଆବଶ୍ୟକ ଥିଲା। ବ୍ୟାଗ ଗରୀବଙ୍କ ଭୋକ ମେଣ୍ଟାଇ ପାରିବ ନାହିଁ, କିନ୍ତୁ ଅତିରିକ୍ତ ରାସନ ଏହି ଗରୀବଙ୍କ ଭୋକ ମେଣ୍ଟାଇପାରିଥାନ୍ତା।” ନିର୍ବାଚନର ଶେଷ ପର୍ଯ୍ୟାୟରେ ବିଜେପିର ପ୍ରଚାରର ନେତୃତ୍ୱ ନେଉଥିବା ଅମିତ ଶାହା ନବୀନ ପଟ୍ଟନାୟକଙ୍କୁ ଅନେକ ଟାର୍ଗେଟ କରିଥିଲେ। ପଛୁଆବର୍ଗ, ଦାରିଦ୍ର ଏବଂ ରାଜ୍ୟରୁ ଯୁବକମାନଙ୍କ ପଳାୟନ ପାଇଁ ସେ ନବୀନଙ୍କୁ ଦାୟୀ କରିଥିଲେ। ଜଣେ ଅଣ-ଓଡିଆ ବ୍ୟକ୍ତିଙ୍କୁ ତାଙ୍କର “ଉତ୍ତରାଧିକାରୀ” ଭାବରେ ନିଯୁକ୍ତ କରିବା ପାଇଁ ସେ କାହିଁକି ଲାଗି ପଡିଛନ୍ତି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀଙ୍କ ବିଷୟରେ ଅମିତ ଶାହା କହିଛନ୍ତି ଯେ, “ଆଜି ନବୀନ ବାବୁ ଓଡିଶାରେ ଜଣେ ତାମିଲ ମୁଖ୍ୟମନ୍ତ୍ରୀ ଲଗାଇବାକୁ ଚେଷ୍ଟା କରୁଛନ୍ତି। ଆମେ ନବୀନ ବାବୁଙ୍କୁ ଦୀର୍ଘ ଦିନ ଧରି ସହ୍ୟ କରିଛୁ, କିନ୍ତୁ ଆପଣଙ୍କ ନାମରେ ତାମିଲ ବାବୁଙ୍କୁ ଆମେ ଅନୁମତି ଦେବୁ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ଓଡିଶାରେ ଜଣେ ସ୍ଥାନୀୟ ଯୁବକ ରହିବେ, ଯିଏ ରାଜ୍ୟର ଦାୟିତ୍ଵ ଗ୍ରହଣ କରିବେ। ସେ ଅନେକ ରାଲିରେ ଦୋହରାଇଛନ୍ତି ଯେ, “ଓଡ଼ିଶା ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ପାଇବ, ଯିଏ କି ଯୁବକ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ। ଏଥର ବିଜେପି ଜିତିବ ଏବଂ ୨୫ ବର୍ଷ ପରେ ଓଡ଼ିଶା ଶେଷରେ ଓଡିଆ ମୁଖ୍ୟମନ୍ତ୍ରୀ ପାଇବ।”

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ, “ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି?”: ଜାଣନ୍ତୁ କ’ଣ କହିଲେ ଜନତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ବାଲେଶ୍ୱର, ଓ ଯାଜପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି। ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ କୋରେଇ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦଳୀୟପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ରାଇରଙ୍ଗପୁର ଓ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।

ରାଷ୍ଟ୍ରପତିଙ୍କ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଲେ ଯେ, ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ, ମୋ ଭଉଣୀ। ଏ ମାଟିର ଝିଅକୁ ସମ୍ନାନ ଦେଇକି ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲା।

ଏହାପରେ ସେ ଘୋଷଣା କରିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ। ଆପଣମାନେ ଖୁସି ତ ? ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ ।

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ । ନବୀନ ପଟ୍ଟନାୟକ ଭଲ କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ ।

ବିରୋଧି ଦଳ ବିଷୟରେ ସେ କହିଲେ ଯେ, ବିରୋଧି ନେତାମାନେ ମିଛ କଥା କହୁଛନ୍ତି । ଲୋକ ସବୁ ବୁଝି ସାରିଲେଣି । ସେମାନଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି । ଲୋକେ ସେମାନଙ୍କୁ ଗ୍ରହଣ କରିବେନି ।

ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି ? ସମବେତ ଜନତାଙ୍କ ଉତ୍ତର ଆସିଥିଲା – ‘ନା’

ଏହାପରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଲେ ଯେ, ଏ ସରକାର ଆପଣମାନଙ୍କ ସରକାର । ଆଦିବାସୀ ଭାଇଭଉଣୀଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି । ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଭାରତବର୍ଷରେ କେହି ଚିନ୍ତା କରିନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀମାନଙ୍କ ଉପରୁ ୫୦ ହଜାର ପୋଲିସ କେସ୍‍ ରଦ୍ଦ କରିଛନ୍ତି । ଏହା ଅନ୍ୟ କେଉଁଠାରେ ହୋଇନାହିଁ । ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି । ଆଦିବାସୀ ଭାଇଭଉଣୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି ।

ସେ ପୁଣି କହିଲେ ଯେ ବିରୋଧି ଦଳମାନେ ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ କିଛି ବି କରିନାହାନ୍ତି । ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବିଛନ୍ତି ।

ମୟୁରଭଞ୍ଜରେ ସରକାରଙ୍କ ବିକାଶ କାମର ହିସାବ ଦେଇ କହିଲେ ଯେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୩ କୋଟି ଟଙ୍କା ଦେଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ’ରେ ମେଡିକାଲ କଲେଜ କରିଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି । ତିରିଙ୍ଗରେ ଡିଗ୍ରୀ କଲେଜ କରିଛନ୍ତି । ବାରିପଦା ରିଙ୍ଗ ରୋଡ ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି । ଦୁର୍ଘଟଣାପ୍ରବଣ ବାଙ୍ଗିରିପୋଷି ଘାଟି ପାଇଁ ନୂଆ ରାସ୍ତା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାରକୁ ପାଣ୍ଡିଆନଙ୍କ ତୀବ୍ର ନିନ୍ଦା । ନବୀନ ବାବୁଙ୍କୁ ଆକ୍ରମଣ କରିବା ଅର୍ଥ ପର୍ବତକୁ ପଥର ପକାଇବା ସହ ସମାନ ।

ବିରୋଧି ନେତାମାନେ ଆସି କହୁଛନ୍ତି ଓଡ଼ିଶାରେ କିଛି ଭଲ କାମ ହେଉନାହିଁ । ଓଡ଼ିଶାର ବିକାଶ ସମସ୍ତଙ୍କୁ ଦିଶୁଛି ସେମାନଙ୍କୁ ଦେଖାଯାଉନି । ନବୀନ ବାବୁଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ କହୁଛନ୍ତି । ନବୀନ ବାବୁ କୁଆଡ଼େ ଘରୁ ବାହାରୁ ନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ବୋଲି ଅପପ୍ରଚାର କରୁଛନ୍ତି । ଅଥଚ ନବୀନ ବାବୁ ଆପଣଙ୍କ ସାମ୍‍ନାରେ ଅଛନ୍ତି, ଆପଣଙ୍କ ସହ କଥା ହେଉଛନ୍ତି । କେତେ ମିଛ କଥା କହୁଛନ୍ତି ଏମାନେ ଦେଖନ୍ତୁ ତ !

ସେ ପୁଣି କହିଲେ ଯେ, ସାରା ଓଡ଼ିଶା ଜାଣିଛି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ ହେବ । ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା । ଏ ସବୁ ଶୁଣି ବିରୋଧିଙ୍କ ନିଦ ହଜିଗଲାଣି ।

ବିଜେପିର ଚକ୍ରାନ୍ତ ବିଷୟରେ ଲୋକଙ୍କୁ ସତର୍କ କରି ଶ୍ରୀ ପାଣ୍ଡିଆନ କହିଲେ ଯେ, ସୁଯୋଗ ପାଇଲେ ବିଜେପି ଦଳ ଆପଣମାନଙ୍କ ମିଶନଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିଦେବ । ବି.ଏସ୍‍.କେ.ୱାଇ, ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦି ସବୁ ଭଲ ଭଲ ଯୋଜନାକୁ ବନ୍ଦ କରିଦେବ ।

ନିର୍ବାଚନ ସମୟରେ ବିଜେପି ଦଳ ଆସି କହୁଛି, ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଛାତ ଉପରେ ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ତା’ପରେ ଆପଣ ସୂର୍ଯ୍ୟକିରଣରୁ ବିଜୁଳି ପାଇପାରିବେ । ଆପଣଙ୍କୁ ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛି ।

ବାଲେଶ୍ୱରରେ ସେ କହିଲେ ଯେ, ଆପଣଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି । ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ । ଆମ ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଏକ Industrial Cluster କରାଯିବ । ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ରୋଜଗାର ବଢ଼ିବ ।

ଏହାପରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ କିଏ କରିଛନ୍ତି ? ବିଭିନ୍ନ ମନ୍ଦିର, ମଠ ଓ ମସ୍‍ଜିଦ୍‍ର ବିକାଶ କିଏ କରିଛନ୍ତି ? ଚାନ୍ଦିପୁର ଓ ଉଦୟପୁର ବେଳାଭୂମିର ବିକାଶ କିଏ କରିଛନ୍ତି ? ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା ଜନତାଙ୍କ ପାଖରୁ – ନବୀନ ପଟ୍ଟନାୟକ ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି । ତାଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଜିଲ୍ଲା ପରିଷଦ ନିର୍ବାଚନ ଭଳି । ଏଥର ମଧ୍ୟ ସମାନ ପରିଶ୍ରମ କରନ୍ତୁ । ନିର୍ବାଚନରେ ଆଉ କିଏ ଜିତିଲେ ଯୋଉ ସ୍ପିଡରେ କାମ ଚାଲିଛି ବନ୍ଦ ହୋଇଯିବ ।

ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ । କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଚିର ଋଣୀ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ ଓ ସମସ୍ତ ବିଧାନ ସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପଣଙ୍କ ବୋଝକୁ ହାଲୁକା କରିବେ ନବୀନ ବାବୁ: ରଣପୁରରେ କହିଲେ ଭି.କେ.ପାଣ୍ଡିଆନ

ରଣପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ଭି.କେ.ପାଣ୍ଡିଆନ। ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ଏକ ବିରାଟ ଜନ ସମାବେଶରେ ଉଦବୋଧନ ଦେଇଛନ୍ତି ଭି.କେ.ପାଣ୍ଡିଆନ। ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ (ବାଦଲ) ଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରିବା ପାଇଁ ନିବେଦନ କରିଛନ୍ତି।

ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ଘଣ୍ଟା ଅହରହ ପରିଶ୍ରମ କରୁଛନ୍ତି। ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯାହା ସାରା ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଦିନ ଆପଣ ମାନଙ୍କ ବୋଝକୁ ନବୀନ ବାବୁ ହାଲୁକା କରିବେ। ନବୀନ ବାବୁ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି ଛାଡ କରିବେ। ଯେଉଁଥିରେ ରାଜ୍ୟର ୯୦ ଭାଗ ଲୋକ ଉପକୃତ ହେବେ।

ଦ୍ୱିତୀୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯେଉଁ ମାନେ ପାଇନାହାନ୍ତି ସମସ୍ତଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବେ। ତୃତୀୟରେ ମିଶନ ଶକ୍ତି ମା’ ମାନେ ବିଗତ ଦିନରେ ନବୀନ ବାବୁଙ୍କୁ ଭେଟି ପେନସନ ବାବଦରେ ଆଲୋଚନା କରିଥିଲେ। ମିଶନ ଶକ୍ତି ମା’ ମାନଙ୍କୁ ପେନସନ ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଏଥି ସହିତ ଯୁବକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ ରଖିଛନ୍ତି। ଯୁବକ ମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ପ୍ରତ୍ୟେକ ଛାତ୍ର ମାନେ ପ୍ରତି ବର୍ଷ ୧୨ ହଜାର ଟଙ୍କା ପାଇବେ। ଏଥି ସହିତ ଛାତ୍ରୀ ମାନେ ୧୪ ହଜାର ଟଙ୍କା ପାଇବା ପାଇଁ ଯୋଜନା ରଖିଛନ୍ତି।

ଭି.କେ.ପାଣ୍ଡିଆନ ପ୍ରଥମରୁ ଜୟ ଜଗନ୍ନାଥ, ଜୟ ମଣିନାଗ ଅଭିଭାଷଣ ରଖିଥିଲେ। ସାଧାରଣ ଜନତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ମଣିନାଗ ମନ୍ଦିର ପାଇଁ ୪ କୋଟି ଟଙ୍କା ଦିଆଯାଇଥିବା ବେଳେ ତଳ ମଣିନାଗ ପାଇଁ ୩ କୋଟି ଟଙ୍କା ଓ ଜଗନ୍ନାଥ ମନ୍ଦିରର ରୁପାନ୍ତରିତ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୁଚନା ଦେଇଥିଲେ। ସେ ସାଧାରଣ ଜନତାଙ୍କୁ କାଳିଆ ଯୋଜନା କିଏ ଦେଉଛି, ମିଶନ ଶକ୍ତି କିଏ କରିଛି, ମମତା ଯୋଜନା କିଏ କରିଛି, ୫-ଟି ସ୍କୁଲ ରୁପାନ୍ତରିତ କିଏ କରିଛି ଓ ନବୀନ ବାବୁଙ୍କ ଚିହ୍ନ କଣ ବୋଲି ଉତ୍ତର ଦେଇଥିଲେ। ସାଧାରଣ ଜନତା ସବୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ନବୀନଙ୍କର ହେଉଛି ଶଙ୍ଖ ଚିହ୍ନ ବୋଲି ମହିଳା ମାନେ ଉତ୍ତର ରଖିଥିଲେ।

ଏହି ଅବସରରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକ ସରକାରଙ୍କର ସମସ୍ତ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ। ମୁଁ ଜଣେ ଚାଷୀ ଘରର ପୁଅ, ଆପଣ ମାନଙ୍କୁ ନେହୁରା ହୋଇ ଭୋଟ ଭିକ୍ଷା କରୁଛି। ମୋତେ ତୃତୀୟ ଥର ଭାବେ ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ କରୁଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେବା ସହ ଆପଣଙ୍କର ପ୍ରିୟ ବାଦଲ ଭାଇ ଓ ମୋତେ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ଏହି ବିରାଟ ସମାବେଶରେ ହଜାର ହଜାର ମହିଳା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏହି ସମାବେଶରେ ୨୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଭିକେ ପାଣ୍ଡିଆନ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ।  ସେ ଅପରାହ୍ନ ୪.୩୦ ମିନିଟ ସମୟରେ ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

‘ଜୟ ଜଗନ୍ନାଥ’, ‘ଜୟ ମା ଭଗବତୀ’ରୁ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ।  ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମା’ ଭଗବତୀ ମନ୍ଦିର ରୂପାନ୍ତରିକରଣ ଜାରି ରହିଛି।

ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ। ବିଦ୍ୟୁତ ବିଲ ଛାଡ କରିବା ପାଇଁ ଶ୍ରୀ ପଣ୍ଡିଆନ ପୁଣିଥରେ ଏଠାରେ ଦୋହରାଇଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ ଶ୍ରୀ ପାଣ୍ଡିଆନ।

ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହିବା ପରେ ସେ ହେଲିକପ୍ଟର ଯୋଗେ ରଣପୁର ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି, ଦିନରେ ଲଣ୍ଠନ ଦେଖାଉଛନ୍ତି: ଭିକେ ପାଣ୍ଡିଆନ

ପୁରୀ: ଆଜି ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲା ବେଳେ ଶ୍ରୀ ପାଣ୍ଡିଆନ ଏକ ବିରାଟ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ କଡା ଆକ୍ରମଣ କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ସେମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ତାହା ଜାଣିପାରୁନାହାନ୍ତି। ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ଏହି କାର୍ଯ୍ୟକୁ ସହି ପାରୁନାହାନ୍ତି, କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ  ପ୍ରକୃତରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସେହିଭଳି ଶ୍ରୀ ପାଣ୍ଡିଆନ ଆସାମ ମୁଖ୍ୟମନ୍ତ୍ରୀକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପି ର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତା’ହେଲେ ଆସାମକୁ କ’ଣ କରିବେ? ସେମାନେ ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ, ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ସେମାନେ ଏକ ନମ୍ବର କରିବେ?

ଶ୍ରୀ ପାଣ୍ଡିଆନ ଆହୁରୀ କହିଛନ୍ତି ଯେ, ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି। ମିଛର ସବୁ ସୀମା ଟପି ଯାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରସଂଶା କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି, ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଶପଥ ନେବା ପରେ ଆପଣମାନଙ୍କ ବିଜୁଳି ବିଲ ଛାଡ଼୍‍ କରିବେ, ତା’ପରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ, ତା’ପରେ ମିଶନ ଶକ୍ତି ସଭ୍ୟ ଓ କର୍ମୀମାନଙ୍କୁ ପେନ୍‍ସନ ଦେବେ।

ମାଗଣା ବିଜୁଳି କଥା ଉଠାଇ ବିଜେପିକୁ ଆକ୍ରମଣ କଲେ ପାଣ୍ଡିଆନ:

ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ, ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, କେବଳ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ।

ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡିି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ, ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ। ସେଠାରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ସ୍ୱୟମପ୍ରକାଶ ମହାପାତ୍ର, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ଇତ୍ୟାଦି ଯୋଗ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମୟୀ ଓ ଅରୂପଙ୍କ ଉପରେ ବିଜେଡିର ଭରସା ପାଇଲାନି, ଘୋଷଣା ହେଲାନି ନାମ

ଭୁବନେଶ୍ବର: ଆଜି ବିଜେଡିର ବହୁ ପ୍ରତୀକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୭୧ ବିଧାନସଭା ଓ ୯ ଲୋକସଭାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ବହୁ ବାଦବିଦାବ ରହିଥିବା ପୁରୀ ଓ ଭୁବନେଶ୍ବରର ପ୍ରାର୍ଥୀ ବଦଳିଛନ୍ତି। ଭୁବନେଶ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ପୁରୀର ଲୋକସଭା ଘୋଷଣା କରାଯାଇ ନାହିଁ।

ଆଜିର ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଲୋକସଭା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମନ୍ମଥ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କର ନାମ ଘୋଷଣା କରାଯାଇଛି। ହେଲେ ଏହି ଆସନରୁ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର ଲଢିବେ ବୋଲି ସମସ୍ତଙ୍କୁ ଜଣା ଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ।

କିଛି ମାସ ଧରି ଶ୍ରୀମୟି ଭୁବନେଶ୍ବରର ସମସ୍ତ ବିଧାନ ସଭାରେ ଜୋରଦାର ପ୍ରଚାର କରିଥିଲେ। ଏପରିକି ଏକ ସଭାରେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଶ୍ରୀମୟି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା ମଧ୍ୟ କରିଥିଲେ। ବିଶେଷ ସୁତ୍ର ଅନୁସାରେ ଶ୍ରୀମୟିଙ୍କୁ ମଧ୍ୟ ଭୁବନେଶ୍ବର ଲୋକସଭାରେ ଲଢିବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିଲା। ହେଲେ ଭୁବନେଶ୍ବରର ଲୋକସଭାରେ ବିଜେପିର ଅପରାଜିତାଙ୍କୁ ଟକ୍କର ଦେବା ନେଇ ଦଳର ଶ୍ରୀମୟିଙ୍କ ଉପରେ ଭରସା ପାଇଲା ନାହିଁ।

ଅନ୍ୟପକ୍ଷରେ ମନ୍ମଥଙ୍କର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କର ବାପା ବିଧାୟକ ସୁରେଶ ରାଉତରାୟଙ୍କ ଲୋକପ୍ରିୟତା ପୁରା ଭୁବନେଶ୍ବର ଲୋକସଭା ଆସନରେ ରହିଛି। ବିଜେଡି ସେହି ଦବଦବାକୁ ଦୃଷ୍ଟିରେ ରଖି ଶେଷ ମୂହୁର୍ତ୍ତରେ ଶ୍ରୀମୟିଙ୍କୁ ବାଦ ଦେଇ ମନ୍ମଥଙ୍କୁ ପ୍ରାର୍ଥୀ କରିଛି।

ସେହିପରି ପୁରୀ ଆସନରେ ବିଜେପିର ସମ୍ବିତ ପାତ୍ରଙ୍କୁ ଟକ୍କର ଦେବାରେ ଅରୂପ ପଟ୍ଟନାୟକ ଠିକ ହେବେ ନାହିଁ ଭାବି ତାଙ୍କ ନାମ ଘୋଷଣା କରି ନାହିଁ। ଯେତେବେଳେ ପୁରୀ ଲୋକସଭା ଏବଂ ଏହାର ବିଧାନସଭା ଆସନ ଉପରେ ବିଜେଡି ଆଲୋଚନା କରିଥିଲା ସେତେବେଳେ ଅରୂପ ଯୋଗ ଦେଇଥିଲେ।

ଏପରିକି ପୁରୀର ଚିଲିକା ଛାଡି ଅନ୍ୟ ଛଅଟି ଆସନ ବିଧାୟକ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହିତ ଜଗନ୍ନାଥ ଦର୍ଶନ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ଅରୂପ ପୁରୀ ଲୋକସଭାରୁ ପ୍ରାର୍ଥୀ ହେବେ। ହେଲେ ବିଜେଡି ପୁଣିଥରେ ସେହି ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରି ଅରୂପଙ୍କ ନାମ ଘୋଷଣା କରି ନାହିଁ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ: ବିଜେଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି। ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି ଯେ, ୟୁଜି ଏବଂ ପିଜି କୋର୍ସରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ଦେଶର କୌଣସି ବି ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ। ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି।

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ ଏବଂ କଲଚୁରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ୍ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫-ଟି ଅଧ୍ୟକ୍ଷ କହଥିଲେ।

ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା, ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ। ଏହାବାଦ୍ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ। ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି-ଭମହୟକ୍ଟଲଲସମସବକ୍ଷଅଶଜ୍ଞବସକ୍ଷ.ମକ୍ଟଜ୍ଞ ଜରିଆରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ।

ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ ଏବଂ ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ କରିବାକୁ ଛାତ୍ର ସମାଜ ପକ୍ଷରୁ ଅନୁରୋଧ କରିବୁ। ଆମର ସଂପୂର୍ଣ୍ଣ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ। ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୩୪ ଯାଏଁ ଛାତ୍ର ଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ। ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି। ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ୱପ୍ରତାପ ସାହୁ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ରେ ମିଶିବା ପରେ କ’ଣ କହିଲେ ଅରିନ୍ଦମ?

ଭୁବନେଶ୍ଵର: ଓଡ଼ିଶାରେ ସାଂସଦ ଓ ବିଧାୟକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଇସ୍ତଫା ଦେବା ସହିତ ତତ୍କାଳ ଅରିନ୍ଦମ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳ ବଳ ସହିତ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ଲୋକଙ୍କ ସହ ସମ୍ପର୍କ ରଖିଥିବା ଜଣେ ଗତିଶୀଳ ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଅରିନ୍ଦମ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ।

ଇସ୍ତଫା ପତ୍ରରେ ଅରିନ୍ଦମ ଲେଖିଛନ୍ତି ଯେ, ସେ ୨୦୦୯ରୁ ବିଜୁ ଜନତା ଦଳରେ କାର୍ଯ୍ୟ କରୁଛନ୍ତି ଏବଂ ୨୦୧୪ରୁ ଆପଣଙ୍କ ଦଳର ଷ୍ଟାର ପ୍ରଚାରକ ଅଛନ୍ତି। କଟକ, ତିର୍ତ୍ତୋଲ, ତିର୍ତ୍ତୋଲ ଉପନିର୍ବାଚନ, କୋରାପୁଟ (ଜିଲ୍ଲା ପରିଷଦ ଓ ପୌର ନିର୍ବାଚନ)ର ବିଭିନ୍ନ ନିର୍ବାଚନରେ ସେ ତୃଣମୂଳ ସ୍ତରରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି। କିନ୍ତୁ ଭାରି ହୃଦୟରେ ମୁଁ ଦୁଃଖର ସହ କହୁଛି ଯେ ମୋ କାମକୁ ଏପର୍ଯ୍ୟନ୍ତ ଆପଣ କିମ୍ବା ଆପଣଙ୍କ ନିଯୁକ୍ତ ସଦସ୍ୟମାନେ ସ୍ୱୀକୃତି ଦେଇନାହାଁନ୍ତି। ମୁଁ କିଛି ଦିନ ହେବ ମୋ ନେତା, ଅର୍ଥାତ୍ ଆପଣ, ଭେଟିବାକୁ ଚେଷ୍ଟା କରୁଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କୁ ଭେଟିବାର ସୁଯୋଗ ପାଇନଥିଲି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ତେଣୁ ବିଜେଡି ସୁପ୍ରିମୋଙ୍କୁ ଭେଟିବାର ମାନଦଣ୍ଡରେ ସେ ସନ୍ତୁଷ୍ଟ ନୁହଁନ୍ତି ଏବଂ ଦଳରେ ତାଙ୍କର କୌଣସି ସ୍ଥାନ ନାହିଁ ବୋଲି ସେ ଅନୁଭବ କରିଛନ୍ତି। ଶ୍ରୀ ରାୟ ବିଜେଡି ସାଧାରଣ ସମ୍ପାଦକ ଓ ଶାସକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମୁଁ ଆଶା କରୁଛି ତୁମେ ମୋ ସ୍ଥିତି ବୁଝିବ ଏବଂ ମୋ ପ୍ରତି କୌଣସି କ୍ରୋଧ ରଖିବ ନାହିଁ।

ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପିର ବରିଷ୍ଠ ନେତାଙ୍କୁ ଭେଟି ଓଡ଼ିଶାରେ ରେଳବାଇର ବିକାଶ ନେଇ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ୱାଭିମାନ ଅଞ୍ଚଳରେ ନୂତନ ଶିକ୍ଷା ସୌଧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏକ ହଜାରରୁ ଅଧିକ ପିଲା ପଢିବେ ପାଠ

ଭୁବନେଶ୍ଵର: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରିଛନ୍ତି।

ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ। ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ। ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି। ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନ.ସି.ସି. ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ICT Smart Learning Centre, ବିଜ୍ଞାନ ପରୀକ୍ଷାଗାର, ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, Amphitheatre, ସୁଦୃଶ୍ୟ ବଗିଚା, Sports Courts, Open Gym, Solar Lighting, Solar Water Supply, Water Harvesting System ଆହୁରି ଅନେକ ସୁବିଧା ରହିଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହି ଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା- ସବୁ କାର୍ଯ୍ୟକ୍ରମ ମୁଁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ କରି ଆସିଛି।

ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି। ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍‌ ନୁହେଁ ବୋଲି ସେ କହିଥିଲେ। ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ।

ପିଲାଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି।

କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ସମାରୀ ଟାଙ୍ଗୁଲୁ ଏହି ଶିକ୍ଷା ସୌଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ।

ମାଲକାନଗିରି ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ଶିକ୍ଷକଙ୍କୁ ଉପହାର: ବୃଦ୍ଧି କଲେ ମାସିକ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି। ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ।

ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ବୃଦ୍ଧି ହେଲା ପାରିତୋଷିକ ଓ ବୈଠକ ଭତ୍ତା

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା DA+Sitting fee ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା DA+SF ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା DA+SFମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ। ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ। ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ। ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା DA+SF ୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।

ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ। ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ (Irrecoverable Loss of both eyes, hands and feet) ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ (Irrecoverable Loss of one eye, one hand or one leg) ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୧୦ ଦିନ ଅଧିକ ମିଳିବ ବାର୍ଷିକ ସାମୟିକ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ।

ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କ୍ଷମତା, ଦଳ ଓ ରେକର୍ଡ ଚିନ୍ତା ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ନିର୍ବାଚନ କାହିଁକି ସବୁଠାରୁ କଷ୍ଟକର?

ଭୁବନେଶ୍ଵର: ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରିଥିଲେ ହେଁ ଠିକ୍ ସମୟରେ ଓ ସମୀକରଣରେ ନିଷ୍ପତ୍ତି ନେବାର ଦକ୍ଷତା ଯୋଗୁଁ ସେ ଗତ ୨୪ ବର୍ଷ ଧରି ଓଡ଼ିଶା କ୍ଷମତାର ସ୍ଥାପକ ରହିଛନ୍ତି।

ଆଉ ମାତ୍ର ୧୬୦ ଦିନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ପହଞ୍ଚିବେ। ବର୍ତ୍ତମାନ ସୁଦ୍ଧା ଏହି ରେକର୍ଡ ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ନାମରେ ରହିଛି। ତେବେ ଏହି ରେକର୍ଡ ଭାଙ୍ଗିବାକୁ ହେଲେ ନବୀନଙ୍କୁ ୨୦୨୪ ନିର୍ବାଚନ ଜିତିବାକୁ ପଡ଼ିବ। ୨୪ ବର୍ଷ ଧରି ଓଡ଼ିଶାର କ୍ଷମତାର ସ୍ରଷ୍ଟା ନବୀନ ପଟ୍ଟନାୟକଙ୍କ ପାଇଁ ଏଥର ନିର୍ବାଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି, କାରଣ-

ବିଜେପି ଓ କଂଗ୍ରେସ ସ୍ଥାନୀୟ ସ୍ତରରେ କଡ଼ା ଘେରାଉ କରିଛନ୍ତି। ଅନେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ନୂଆ ସମୀକରଣ ବିଜେଡିକୁ ଅସନ୍ତୁଷ୍ଟ କରିଛି।

ଗୁଜରାଲ ରାଜନୀତିକୁ ଆଣିଲେ, ବାଜପେୟୀ ଦେଲେ ଜୀବନ

ଏହି ଘଟଣାଟି ୧୯୯୭ ମସିହାର। ୧୯୯୭ ମସିହା ଏପ୍ରିଲ ମାସରେ ବିଜୁ ପଟ୍ଟନାୟକଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ବିଜୁଙ୍କ ମୃତ୍ୟୁବେଳକୁ କେନ୍ଦ୍ରରେ ଆଇକେ ଗୁଜରାଲଙ୍କ ସରକାର ଥିଲା। ନବୀନଙ୍କୁ ରାଜନୀତିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଗୁଜରାଲ କହିଥିଲେ।

ଗୁଜରାଲଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆସିକା ଲୋକସଭା ଆସନ ପାଇଁ ଦାବି ଉପସ୍ଥାପନ କରିଥିଲେ ନବୀନ। ତେବେ କେନ୍ଦ୍ରୀୟ ରାଜନୀତିରେ ତାଙ୍କ ପାଇଁ ବିଶେଷ କିଛି ନାହିଁ ବୋଲି ନବୀନ ଖୁବ୍ ଶୀଘ୍ର ଅନୁଭବ କରିଥିଲେ।

୧୯୯୭ ମସିହା ଡିସେମ୍ବର ମାସରେ ସେ ନିଜ ପିତାଙ୍କ ନାମରେ ବିଜୁ ଜନତା ଦଳ ଗଠନ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ଓଡ଼ିଶାକୁ ଅଗ୍ରଣୀ କରିବା। ଇଣ୍ଡିଆ ଟୁଡେ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତ୍‍କାରରେ ନବୀନ ପଟ୍ଟନାୟକ କହିଥିଲେ- ମୁଁ ପିତାଙ୍କ ପରମ୍ପରା ପାଇଲି, କିନ୍ତୁ ସୌଭାଗ୍ୟ ପାଇନାହିଁ।

୧୯୯୮ ଲୋକସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଦଳ ବିଜେପି ସହ ମେଣ୍ଟ କରି ଲଢ଼ିଥିଲା। ଏନଡିଏ ୨୧ଟି ଆସନରୁ ୧୬ଟିରେ ବିଜୟୀ ହୋଇଥିଲା। ବାଜପେୟୀ ସରକାରରେ ଶ୍ରୀ ପଟ୍ଟନାୟକଙ୍କୁ କେନ୍ଦ୍ର ଖଣି ମନ୍ତ୍ରୀ କରାଯାଇଥିଲା।

୨୦୦୦ ମସିହାରେ ନବୀନଙ୍କ ଭାଗ୍ୟ ୟୁ-ଟର୍ଣ୍ଣ ନେଇଥିଲା। ବିଧାନସଭା ନିର୍ବାଚନରେ ବିଜେଡି ମେଣ୍ଟ ୧୦୬ଟି ଆସନରେ ବିଜୟୀ ହୋଇଥିଲା। ବିଜେଡି ଏକାକୀ ୬୮ଟି ଆସନରେ ବିଜୟୀ ହୋଇଥିଲା। ଶ୍ରୀ ପଟ୍ଟନାୟକ ଦଳୀୟ ବିଧାୟକ ଦଳ ନେତା ହୋଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଜୟର କାରକ ହେଲେ ନବୀନ

୨୦୦୪ମସିହାରେ ଶ୍ରୀ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ଓଡ଼ିଶା ଭଳି ଗରିବ ରାଜ୍ୟ ସଞ୍ଚୟ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢ଼ିଥିଲେ। ୨୦୦୪ ନିର୍ବାଚନରେ ବିଜେଡି ମେଣ୍ଟ ୯୩ ଟି ଆସନରେ ବିଜୟୀ ହୋଇଥିଲା। ଏହାପରେ ନବୀନ ଆଉ ପଛକୁ ଫେରି ଚାହିଁନଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସେ ରେକର୍ଡ ବିଜୟ ହାସଲ କରିଥିଲେ।

୨୦୧୪ରେ ସିଏସଡିଏସ୍ ସର୍ଭେ ଅନୁଯାୟୀ, ୫୮ ପ୍ରତିଶତ ଲୋକ ଖୋଲାଖୋଲିଭାବେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବେ ବୋଲି କହିଥିଲେ। ୩୮ ପ୍ରତିଶତ ଲୋକ ଓଡ଼ିଶାର ବିକାଶ ଅଧିକାର ବୋଲି ଭାବି ତାଙ୍କ ନାଁରେ ଭୋଟ ଦେବାକୁ କହିଥିଲେ।

ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଓଡ଼ିଶା ରାଜନୀତିରେ ନବୀନ କିପରି ବିଜୟର କାରକ ପାଲଟିଛନ୍ତି…

୧. ବିକାଶ ଓ ସମୟ ଉପରେ ଧ୍ୟାନ

ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ବିକାଶ ଉପରେ ସର୍ବାଧିକ ଧ୍ୟାନ ଦେଇଥିଲେ। କୌଣସି ଝଗଡ଼ା ନ କରି କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ କାର୍ଯ୍ୟ କରିଥିଲେ।

ନବୀନଙ୍କ ୫ଟି (ଟ୍ରାନ୍ସଫର୍ମେସନ୍) ଫର୍ମୁଲା ଓଡ଼ିଶାରେ ବେଶ୍ ଲୋକପ୍ରିୟ। ବିଶେଷଜ୍ଞଙ୍କ ମତରେ ବିକାଶ ଫର୍ମୁଲା ଓଡ଼ିଶାରେ ଜାତି ଓ ଧର୍ମ ଭିତ୍ତିକ ରାଜନୀତିକୁ ସଫଳ ହେବାକୁ ଦେଇନଥିଲା। ଶ୍ରୀ ପଟ୍ଟନାୟକ ଯେଉଁ କରଣ ଜାତିର ଅଟନ୍ତି, ତାହା ଓଡ଼ିଶାର ଜନସଂଖ୍ୟାର ୧ ପ୍ରତିଶତରୁ କମ। ତୁଳନାରେ ଅନ୍ୟାନ୍ୟ ପଛୁଆ ଓ ଦଳିତ-ଆଦିବାସୀଙ୍କ ସଂଖ୍ୟା ବହୁତ ଅଧିକ।

୨. କ୍ଷମତାର କେନ୍ଦ୍ରକୁ ବିଭାଜିତ ହେବାକୁ ଦେଲେନି

ନବୀନ ପଟ୍ଟନାୟକ ବିଜେଡି ଓ ଓଡ଼ିଶା ସରକାରଙ୍କୁ କ୍ଷମତାର ଦୁଇଟି କେନ୍ଦ୍ର ହେବାକୁ ଦେଲେ ନାହିଁ। ଯେତେବେଳେ ବି କୌଣସି ନେତା ଏପରି କରିବାକୁ ଚେଷ୍ଟା କରନ୍ତି, ସେମାନେ ତାଙ୍କୁ ସମୟ ପୂର୍ବରୁ ବାଟ ଦେଖାଇଥିଲେ।

ବହିଷ୍କାର ହୋଇଥିବା ନେତାଙ୍କ ତାଲିକାରେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ସୌମ୍ୟରଞ୍ଜନ ଓ ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କ ନାମ ରହିଛି। ଦୁର୍ନୀତି ନାଁରେ ପ୍ରାୟ ଦେଢ଼ ଡଜନ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିଛନ୍ତି ନବୀନ। ଏହା ବାସ୍ତବକଥା ଯେ ପରବର୍ତ୍ତୀ ସମୟରେ ଅଧିକାଂଶ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

୩. ଲୋକସଭା-ବିଧାନସଭାର ଅଲଗା ଅଲଗା ରଣନୀତି

ଅଲଗା ରଣନୀତି ନବୀନ ପଟ୍ଟନାୟକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ଲୋକସଭାରେ ନବୀନଙ୍କ ଦଳ ଅନେକ ଥର ପରାଜିତ ହୋଇଥିବାବେଳେ ପ୍ରତିଥର ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି।

ଖାଲି ସେତିକି ନୁହେଁ, ଲୋକସଭାରେ ହାରିଥିବା ବିଜେଡି ବିଧାନସଭାରେ ବମ୍ପର ବିଜୟ ହାସଲ କରିଛି।

ଉଦାହରଣସ୍ୱରୂପ ୨୦୧୯ରେ ବରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହାରିଥିଲେ ମଧ୍ୟ ସମସ୍ତ ୭ଟି ଯାକ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିଲା।

ସେହିପରି ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି ଓ ଭୁବନେଶ୍ୱର ଆସନରେ ମଧ୍ୟ ସମାନ ଫଳାଫଳ ଦେଖିବାକୁ ମିଳିଛି।

୪. ମେଣ୍ଟକୁ ନେଇ ବଡ଼ ବଡ଼ ଦଳ ଦ୍ୱନ୍ଦ୍ୱରେ ରହୁଥିଲେ

ପ୍ରତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ବଡ଼ ବଡ଼ ଦଳକୁ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ରଖିଥିଲେ। ୨୦୦୮ରେ ନବୀନ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନବୀନ କଂଗ୍ରେସ ସହ ଯାଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା।

ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ନବୀନ ଏହି ଦ୍ୱନ୍ଦ୍ୱ ବଜାୟ ରଖିଥିଲେ। ୨୦୧୯ରେ ମଧ୍ୟ ସେ ସମାନ କାମ କରିଥିଲେ। ନରେନ୍ଦ୍ର ମୋଦିଙ୍କ ସହ ଭଲ ବନ୍ଧୁତା ହେତୁ ନବୀନ ଏନଡିଏରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ହେଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନବୀନ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

୫. ସ୍ୱାଧୀନ ଓ କ୍ଷୁଦ୍ର ଦଳଗୁଡ଼ିକର ଆଧିପତ୍ୟ ଶେଷ ହେଲା

ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଆଧିପତ୍ୟ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକ ପ୍ରଭାବଶାଳୀ ଥିଲା, କିନ୍ତୁ ନବୀନ ଏହି ଦଳଗୁଡ଼ିକର ଆଧିପତ୍ୟକୁ ଶେଷ କରିଥିଲେ।

୨୦୦୪ରେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ବିଧାନସଭାରେ ୧୬ଟି ଆସନ ରେ ବିଜୟୀ ହୋଇଥିବାବେଳେ ୨୦୧୯ରେ ଏହା ଶୂନ୍ୟକୁ ହ୍ରାସ ପାଇଥିଲା। ୨୦୦୪ରେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଭୋଟ ହାର ପ୍ରାୟ ୨୦ ପ୍ରତିଶତ ଥିବାବେଳେ ଏବେ ତାହା ପାଖାପାଖି ୫ ପ୍ରତିଶତକୁ ଖସି ଆସିଛି।

ଏଥର ନବୀନଙ୍କ ରାସ୍ତା କେତେ ସହଜ?

ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବାଟ କେତେ ସହଜ ହେବ ତାହା ବଡ଼ ପ୍ରଶ୍ନ। କାରଣ ଓଡ଼ିଶାରେ ପ୍ରଥମ ଥର ପାଇଁ କଂଗ୍ରେସ ଓ ବିଜେପି ଜୋରଦାରଭାବେ ନିର୍ବାଚନ ଲଢ଼ୁଛନ୍ତି।

ଗତ କିଛିମାସ ମଧ୍ୟରେ କଂଗ୍ରେସ ଓଡ଼ିଶାରେ ଆଦିବାସୀ ଓ ଦଳିତଙ୍କୁ ନେଇ ଏକ ଶକ୍ତିଶାଳୀ ମେଣ୍ଟ କରିଛି। କଂଗ୍ରେସ ମୁଖ୍ୟତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ଉପରେ ଫୋକସ୍ କରୁଛି। ଏକଦା ଏହି ସବୁ ଜିଲ୍ଲାରେ କଂଗ୍ରେସର ଦୃଢ଼ ସମର୍ଥନ ରହିଥିଲା।

ବିଜେଡି ଓ ବିଜେପି ଏକାଠି ଅଛନ୍ତି ବୋଲି ଦାବି କରି କଂଗ୍ରେସ ରାଜ୍ୟରେ ପ୍ରଚାର ଆରମ୍ଭ କରିଛି। ତେବେ କଂଗ୍ରେସର ସବୁଠାରୁ ବଡ଼ ସଙ୍କଟ ହେଉଛି ସ୍ଥାନୀୟ ନେତାଙ୍କ ଅନୁପସ୍ଥିତି। ଗତ ୧୦ ବର୍ଷ ମଧ୍ୟରେ କିଛି ଜଣଙ୍କୁ ବାଦ୍ ଦେଲେ କଂଗ୍ରେସର ସମସ୍ତ ବଡ଼ ବଡ଼ ନେତା ସ୍ଥାନାନ୍ତରିତ ହୋଇଛନ୍ତି। ସ୍ଥାନୀୟ ସ୍ତରରେ ଲଢ଼ିବା ପାଇଁ ଦଳରେ ଦୃଢ଼ ଚେହେରାର ଅଭାବ ରହିଛି।

ଏହି ଅଭାବକୁ ଦୃଷ୍ଟିରେ ରଖି ଦଳ ନୂଆ ଚେହେରାଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ କହିବାନୁଯାୟୀ, ଟିକେଟ ବଣ୍ଟନ ପାଇଁ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରିଛି।

ରାୟ କହନ୍ତି- ଏଥର ଯେଉଁମାନେ ପଡ଼ିଆରେ କାମ କରୁଛନ୍ତି ସେମାନଙ୍କୁ ହିଁ ଟିକେଟ ମିଳିବ। ଆମର ଅନେକ ନେତା ମଧ୍ୟ ଘରକୁ ଫେରୁଛନ୍ତି, ଯେଉଁମାନେ ପୂର୍ବରୁ କୌଣସି କାରଣରୁ ଚାଲିଯାଇଥିଲେ।

ବିଜେପି ମଧ୍ୟ ଏଥର ଓଡ଼ିଶାରେ କୌଣସି କସରତ ଛାଡ଼ିବାକୁ ଚାହୁଁନାହିଁ। ନିକଟରେ ଦଳ ଇସ୍ତାହାର ପାଇଁ ଲୋକଙ୍କଠାରୁ ପରାମର୍ଶ ମାଗିବା ପାଇଁ ଅଭିଯାନ ଆରମ୍ଭ କରିଛି। ଗତ ନିର୍ବାଚନରେ ଓଡ଼ିଶାରେ ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିଲା।

୨୩ଟି ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ୧୦ ହଜାରରୁ କମ୍ ଭୋଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ବିକଶିତ ଓଡ଼ିଶା, ବିକଶିତ ଭାରତ ଅଭିଯାନ ମାଧ୍ୟମରେ ଓଡ଼ିଶାକୁ ବଦଳାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି।

ତେବେ ନବୀନଙ୍କ ଦଳ ବିଜେପି ସହ ମେଣ୍ଟ ରଣନୀତି ଉପରେ ମଧ୍ୟ କାମ କରୁଛି। ଯଦି ସବୁକିଛି ଠିକ୍ ଠାକ୍ ରହେ ତେବେ ୧-୨ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ବୁଝାମଣା ଅନୁଯାୟୀ ଲୋକସଭାରେ ବିଜେପି ଓ ବିଧାନସଭା ନିର୍ବାଚନରେ ବିଜେଡି ଅଧିକ ଆସନରେ ଲଢ଼ିପାରେ।

ଉଭୟଙ୍କ ମଧ୍ୟରେ ମେଣ୍ଟ ନେଇ ଆଲୋଚନା ସମ୍ପର୍କରେ ଜ୍ୟୋତି ପ୍ରକାଶ କୁହନ୍ତି- ଏହା ଉଭୟ ଦଳ ପାଇଁ ଲାଭଦାୟକ। ଓଡ଼ିଶାରେ କଂଗ୍ରେସର ହରାଇବାର କିଛି ନାହିଁ। ଯଦି ବିଜେପି ଓ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢ଼ିବେ, ତେବେ କଂଗ୍ରେସକୁ କିଛି ଲାଭ ମିଳିପାରେ। ଉଭୟ ଦଳ ଚାହୁଁନାହାନ୍ତି ଯେ କଂଗ୍ରେସ ସେମାନଙ୍କ ଭୋଟରଙ୍କ ମଧ୍ୟରେ ଲଢ଼େଇରୁ ଲାଭବାନ ହେଉ।

ତିନୋଟି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ, ନବୀନ ବାବୁଙ୍କ ଉପରେ ସମସ୍ତଙ୍କ ନଜର

ଓଡ଼ିଶାରେ ବେରୋଜଗାରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଗତ ନିର୍ବାଚନରେ ମଧ୍ୟ ଏହାର ବେଶ୍ ପ୍ରଭାବ ପଡ଼ିଥିଲା। କଂଗ୍ରେସର ସୂଚନା ଅନୁଯାୟୀ, ଓଡ଼ିଶାରୁ ୩୦ ଲକ୍ଷ ଲୋକ ରୋଜଗାର ସନ୍ଧାନରେ ପଳାୟନ କରିଛନ୍ତି।

ରାଜ୍ୟରେ କୃଷି ସଙ୍କଟ ମଧ୍ୟ ଲୋକଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ। ରାଜ୍ୟର ୬ଟି ଅଞ୍ଚଳ ମଧ୍ୟରୁ ୫ଟି ଅଞ୍ଚଳ ଉପକୂଳବର୍ତ୍ତୀ ଏବଂ ଏଠାକାର କୃଷକମାନେ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ସମୟରେ ଘୂର୍ଣ୍ଣିଝଡ଼ ଯୋଗୁଁ ଠିଆ ହୋଇଥିବା ଫସଲ ଅନେକ ସମୟରେ ନଷ୍ଟ ହୋଇଥାଏ।

ନବୀନଙ୍କ ପାଇଁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି କିଛି କମ୍ ଉତ୍ତେଜନାପୂର୍ଣ୍ଣ ନୁହେଁ। କୋରାପୁଟ, ପୁରୀ ସମେତ ଅନେକ ଜିଲ୍ଲାର ସ୍ଥାନୀୟ ସମାବେଶକୁ ବାଦ୍ ଦେଲେ ରାଜ୍ୟସ୍ତରରେ ଦଳ ଭିତରେ ଗୋଷ୍ଠୀକନ୍ଦଳ ମଧ୍ୟ ପ୍ରାଧାନ୍ୟ ଲାଭ କରିଛି।

ଏହାର ମୁଖ୍ୟ କାରଣ ହେଉଛି ଦଳରେ ଚାଲିଥିବା ଉତ୍ତରାଧିକାରୀ ଲଢ଼େଇ। ନିକଟରେ ନବୀନ ପଟ୍ଟନାୟକ ଏହି ଲଢ଼େଇକୁ ଶାନ୍ତ କରିବା ପାଇଁ ଏକ ବଡ ବୟାନ ଦେଇଛନ୍ତି। ମୋ ଉତ୍ତରାଧିକାରୀ କିଏ ହେବ ତାହା ଲୋକେ ସ୍ଥିର କରିବେ।

କୁହାଯାଉଛି ଯେ ସାମ୍ପ୍ରତିକ ସଙ୍କଟର ଅନ୍ତ ଘଟାଇବା ପାଇଁ ନବୀନ ଏହି ବୟାନ ଦେଇଛନ୍ତି।