Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ
ଅପରାଧ

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

March 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ି ସୁପ୍ରିମୋ
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ଏବଂ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ବିଜେଡ଼ି ସୁପ୍ରିମୋ କହିଛନ୍ତି ଯେ, “ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ହୋଇଥିବା ସଶସ୍ତ୍ର ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି। ରାଜ୍ୟସଭା ନିର୍ବାଚନରେ ଯେଉଁମାନେ ଟଙ୍କା ବଳରେ ଗଣତନ୍ତ୍ରକୁ ଅପମାନିତ କଲେ, ସେମାନଙ୍କର ନିର୍ଦ୍ଦେଶରେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହିଂସାକାଣ୍ଡ ଭିଆଇଲେ। ଏହା ଦୁଇଟି ଅଲଗା ଘଟଣା ନୁହେଁ ବରଂ କୁଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ। ତୁରନ୍ତ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରାଯାଉ। ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତିକୁ ସଜାଡ଼ିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।”

BJD naveen pattanaik pratap jena
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026
Latest News

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.