Categories
ଆଞ୍ଚଳିକ

ବାଣପୁରରେ ବିଜେଡ଼ି ର ବିରାଟ ଶୋଭାଯାତ୍ରା: ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ। ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦ ତଥା ପୁରୀ ଲୋକସଭା ବିଜେଡି ସଂଯୋଜକ ସୁଭାଶିଷ ଖୁଣ୍ଟିଆ ମଧ୍ୟ ସାମିଲ ହୋଇଥିଲେ। ରଘୁନାଥ ସାହୁ ଏବଂ ଅନ୍ୟ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାଣପୁର ବିଷରପାଟଣା ଛକରୁ ବାହାରି ଚାଲିଚାଲି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ ଏବଂ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଚିଲିକା ବିଜେଡିର ସମସ୍ତ ଆଗଧାଡିର ନେତା ମାନେ ଉକ୍ତ ଶୋଭାଯାତ୍ରାରେ ଉପସ୍ଥିତ ଥାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରଘୁନାଥ ସାହୁ ଜିନ୍ଦାବାଦ, ମାନସ ମଙ୍ଗରାଜ ଜିନ୍ଦାବାଦ, ଅରୂପ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ।

ସୂଚନା ଥାଉକି ବହୁ କସରତ ପରେ ଶେଷରେ ଚିଲିକା ବିଜେଡି ବିଧାୟକ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି ରଘୁନାଥ ସାହୁ। ଏହି ଅବସରରେ ରଘୁନାଥଙ୍କ ଶହ ଶହ ସମର୍ଥକ ମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ତେବେ ଗତକାଲି ପିପିଲିରେ ପ୍ରଚାର ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ବିଜେଡି ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ। କିନ୍ତୁ ଆଜି ମା’ଙ୍କ ଦର୍ଶନ କରିବା ପରେ ମା’ ଭଗବତୀଙ୍କ ଆଶୀର୍ବାଦରୁ ସେ ଶୀଘ୍ର ଆରୋଗ୍ୟଲାଭ କରିଥିବାର ଗଣମାଧ୍ୟମକୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭାଗୀରଥୀ ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପରମାନନ୍ଦ ସାହୁ, ବନ୍ଧୁଆ ବେହେରା, ଯଶୋବନ୍ତ ଭୋଇ, ନୀଳାଦ୍ରି ପ୍ରଧାନ, ଦୁର୍ଯୋଧନ ମୁଣ୍ଡା, ଆଶିଷ ବେହେରା, ସୁଜିତ ମହାପାତ୍ର, ଗିରୀଶ ନାୟକ, ଅଭିରାମ ଦେହୁରୀ, ସିପନ୍ ବେହେରା, ହିମାଂଶୁ ବାଘ, ଭବାନୀ ମେହେର, ଶିବ ପ୍ରସାଦ ଗାଇଗେରୀୟା, ରାଜକିଶୋର ବାଘ, ପ୍ରାଣବନ୍ଧୁ ଗୁୁରୁ, ପାଣ୍ଡୁ ଗୁରୁ, ଭଗବାନ ବେହେରା, ସଂଜୀବ ସାହୁ, କଷ୍ଟୁ ସାହୁ, ଅଭିନାଶ ସାହୁ, ନିରଞ୍ଜନ ରାଉଳ, ପ୍ରଦୀପ ପ୍ରଧାନ, ଆଲୋକ ପ୍ରଧାନ, ଅବନୀ ପ୍ରଧାନ, ସୁଶାନ୍ତ ପ୍ରଧାନ, ସନ୍ତୋଷ ସାହୁ, ସତ୍ୟବାନ ସାହୁ, ଶାନ୍ତୁନ ବାଘ, ସୁରେଶ ପ୍ରଧାନ, ଅଜିତ ବିଶ୍ୱାଳ, ପ୍ରସନ୍ନ ସ୍ୱାଇଁ, ନକୁଳ ଦେହୁରୀ, ତ୍ରିଲୋଚନ ଜେନା, ରଘୁନାଥ ଗଡତିଆ ସଂଜିବ ମିର୍ଦ୍ଧୀ ଓ ହରି ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛି। ଦଳର ଏକ ପ୍ରତିନିଧୀ ମଣ୍ଡଳି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ପଣ୍ଡାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଦଳ ଦାବୀ କରିଛି।

ବିଜେଡି କହିଛି ଯେ, ଗତକାଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ 15 ରୁ 20 ପିଲା ସେଥିରେ ସାମିଲ ହୋଇଥିଲେ। ସେହି ସମୟରେ ଖୋଦ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସେହି ଶୋଭାଯାତ୍ରାରେ ଥିଲେ। ଏହା ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି। ବିଜେଡି ଏ ନେଇ ଏକ ଫଟୋ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି କାହିଁକି ଏକମାତ୍ର ବାଲେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ। ଏ ନେଇ ବିଜେଡି ଆଶାୟୀଙ୍କ ଛାତିରେ ଛନକା ପଶିଗଲାଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଦୁଇଟି ପର୍ଯ୍ୟାୟରେ ମୋଟ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

ବର୍ତ୍ତମାନ ବିଜେଡିର ଆଉ 75 ଟି ବିଧାନସଭା ଏବଂ 6 ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଲା। ଏହି ଆସନ ପାଇଁ ଦଳ ତରଫରୁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିନରାତି କସରତ କରିବାରେ ଲାଗିଛନ୍ତି। ଯଦି କାହାକୁ ନବୀନ ନିବାସରୁ ଡକରା ଆସୁଛି ତେବେ ବିରୋଧୀ ଗୋଷ୍ଠି ବିରୋଧ ଆରମ୍ଭ କରିଦେଉଛନ୍ତି। ଫଳରେ ସେମାନଙ୍କୁ ମ୍ୟାନେଜ କରିବା ଦଳ ପାଇଁ କଷ୍ଟକର ହୋଇପଡୁଛି।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡିି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ, ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ। ସେଠାରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ସ୍ୱୟମପ୍ରକାଶ ମହାପାତ୍ର, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ଇତ୍ୟାଦି ଯୋଗ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମୟୀ ଓ ଅରୂପଙ୍କ ଉପରେ ବିଜେଡିର ଭରସା ପାଇଲାନି, ଘୋଷଣା ହେଲାନି ନାମ

ଭୁବନେଶ୍ବର: ଆଜି ବିଜେଡିର ବହୁ ପ୍ରତୀକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୭୧ ବିଧାନସଭା ଓ ୯ ଲୋକସଭାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ବହୁ ବାଦବିଦାବ ରହିଥିବା ପୁରୀ ଓ ଭୁବନେଶ୍ବରର ପ୍ରାର୍ଥୀ ବଦଳିଛନ୍ତି। ଭୁବନେଶ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ପୁରୀର ଲୋକସଭା ଘୋଷଣା କରାଯାଇ ନାହିଁ।

ଆଜିର ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଲୋକସଭା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମନ୍ମଥ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କର ନାମ ଘୋଷଣା କରାଯାଇଛି। ହେଲେ ଏହି ଆସନରୁ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର ଲଢିବେ ବୋଲି ସମସ୍ତଙ୍କୁ ଜଣା ଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ।

କିଛି ମାସ ଧରି ଶ୍ରୀମୟି ଭୁବନେଶ୍ବରର ସମସ୍ତ ବିଧାନ ସଭାରେ ଜୋରଦାର ପ୍ରଚାର କରିଥିଲେ। ଏପରିକି ଏକ ସଭାରେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଶ୍ରୀମୟି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା ମଧ୍ୟ କରିଥିଲେ। ବିଶେଷ ସୁତ୍ର ଅନୁସାରେ ଶ୍ରୀମୟିଙ୍କୁ ମଧ୍ୟ ଭୁବନେଶ୍ବର ଲୋକସଭାରେ ଲଢିବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିଲା। ହେଲେ ଭୁବନେଶ୍ବରର ଲୋକସଭାରେ ବିଜେପିର ଅପରାଜିତାଙ୍କୁ ଟକ୍କର ଦେବା ନେଇ ଦଳର ଶ୍ରୀମୟିଙ୍କ ଉପରେ ଭରସା ପାଇଲା ନାହିଁ।

ଅନ୍ୟପକ୍ଷରେ ମନ୍ମଥଙ୍କର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କର ବାପା ବିଧାୟକ ସୁରେଶ ରାଉତରାୟଙ୍କ ଲୋକପ୍ରିୟତା ପୁରା ଭୁବନେଶ୍ବର ଲୋକସଭା ଆସନରେ ରହିଛି। ବିଜେଡି ସେହି ଦବଦବାକୁ ଦୃଷ୍ଟିରେ ରଖି ଶେଷ ମୂହୁର୍ତ୍ତରେ ଶ୍ରୀମୟିଙ୍କୁ ବାଦ ଦେଇ ମନ୍ମଥଙ୍କୁ ପ୍ରାର୍ଥୀ କରିଛି।

ସେହିପରି ପୁରୀ ଆସନରେ ବିଜେପିର ସମ୍ବିତ ପାତ୍ରଙ୍କୁ ଟକ୍କର ଦେବାରେ ଅରୂପ ପଟ୍ଟନାୟକ ଠିକ ହେବେ ନାହିଁ ଭାବି ତାଙ୍କ ନାମ ଘୋଷଣା କରି ନାହିଁ। ଯେତେବେଳେ ପୁରୀ ଲୋକସଭା ଏବଂ ଏହାର ବିଧାନସଭା ଆସନ ଉପରେ ବିଜେଡି ଆଲୋଚନା କରିଥିଲା ସେତେବେଳେ ଅରୂପ ଯୋଗ ଦେଇଥିଲେ।

ଏପରିକି ପୁରୀର ଚିଲିକା ଛାଡି ଅନ୍ୟ ଛଅଟି ଆସନ ବିଧାୟକ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହିତ ଜଗନ୍ନାଥ ଦର୍ଶନ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ଅରୂପ ପୁରୀ ଲୋକସଭାରୁ ପ୍ରାର୍ଥୀ ହେବେ। ହେଲେ ବିଜେଡି ପୁଣିଥରେ ସେହି ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରି ଅରୂପଙ୍କ ନାମ ଘୋଷଣା କରି ନାହିଁ ବୋଲି ଜଣାପଡିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାସନସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରଥମ ପ୍ରାର୍ଥୀ ତାଲିକା: ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ବିଜେଡ଼ି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ଓଡିଶାବାସୀଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତେବେ ପ୍ରଥମ ପ୍ରାର୍ଥୀ ତାଲିକାରେ 72 ଆସନ ପାଇଁ ନାମ ଘୋଷଣା ହୋଇଛି। ସେହିଭଳି ଲୋକସଭା ଆସନ ପାଇଁ 9 ଜଣିଆ ପ୍ରାର୍ଥୀ ତାଲିକା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବିଜେଡି ବିଧାନସଭା ପ୍ରାର୍ଥୀ

  1. ବିଷମ କଟକ– ଜଗନ୍ନାଥ ସାରକା
  2. ଗୁଣୁପୁର– ରଘୁନାଥ ଗମାଙ୍ଗ
  3. ରାୟଗଡା– ଅନୁସୂୟା ମାଝୀ
  4. ବରଗଡ– ଦେବେଶ ଆଚାର୍ଯ୍ୟ
  5. ବିଜେପୁର– ରୀତା ସାହୁ
  6. ଅତାବିରା– ସେହ୍ନାଙ୍ଗିନୀ ଛୁରିଆ
  7. ଭଟଲି– ସୁଶାନ୍ତ ସିଂ
  8. ଜଳେଶ୍ୱର– ଅଶ୍ୱିନୀ କୁମାର ପାତ୍ର
  9. ବସ୍ତା– ସୁବାସିନୀ ଜେନା
  10. ଭଣ୍ଡାରୀପୋଖରୀ– ସଞ୍ଜୀବ ମଲ୍ଲିକ
  11. ଭଦ୍ରକ– ପ୍ରଫୁଲ ସାମଲ
  12. ବାସୁଦେବପୁର– ବିଷ୍ମୁବତ୍ର ରାଉତରାୟ
  13. ଧାମନଗର– ଡକ୍ଟର ସଞ୍ଜୟ କୁମାର ଦାସ
  14. ଚାନ୍ଦବାଲି– ବ୍ୟୋମକେଶ ରାୟ
  15. ବିଞ୍ଝାରପୁର– ପ୍ରମିଳା ମଲ୍ଲିକ
  16. ଧର୍ମଶାଳା– ପ୍ରଣବ ବଳବନ୍ତରାୟ
  17. ଯାଜପୁର– ସୁଜାତା ସାହୁ
  18. ସୁକିନ୍ଦା– ପ୍ରୀତିରଞ୍ଜନ ଘଡେଇ
  19. ଢେଙ୍କାନାଳ– ସୁଧୀର ସାମଲ
  20. କାମାକ୍ଷାନଗର– ପ୍ରଫୁଲ କୁମାର ମଲ୍ଲିକ
  21. ପରଜଙ୍ଗ– ନୃସିଂହ ସାହୁ
  22. ପାଲଲହଡା– ମୁକେଶ ପାଲ
  23. ଛେଣ୍ଡିପଦା– ସୁଶାନ୍ତ କୁମାର ବେହେରା
  24. ସୋନପୁର– ନିରଞ୍ଜନ ପୂଜାରୀ
  25. ଲୋଇସିଂହା– ନିହାର ରଞ୍ଜନ ବେହେରା
  26. ପାଟଣାଗଡ– ସରୋଜ ମେହେର
  27. ବଲାଙ୍ଗୀର– କଳିକେଶ ନାରାୟଣ ସିଂହଦେଓ
  28. ଟିଟିଲାଗଡ– ଟୁକୁନି ସାହୁ
  29. ନୂଆପଡା– ରାଜେନ୍ଦ୍ର ଢୋଲକିଆ
  30. ଉମରକୋଟ– ନବୀନା ନାୟକ
  31. ଝରିଗାଁ– ରମେଶ ଚନ୍ଦ୍ର ମାଝୀ
  32. ନବରଙ୍ଗପୁର– କୌଶଲ୍ୟା ପ୍ରଧାନୀ
  33. ଡାବୁଗାଁ– ମନୋହର ରନ୍ଧାରୀ
  34. ଲାଞ୍ଜିଗଡ– ପ୍ରଦୀପ କୁମାର ଦିଶାରୀ
  35. ଜୁନାଗଡ– ଦିବ୍ୟଶଙ୍କର ମିଶ୍ର
  36. ଧର୍ମଗଡ– ପୁଷ୍ପେନ୍ଦ୍ର ସିଂ ଦେଓ
  37. ଭବାନୀପାଟଣା– ଲତିକା ନାୟକ
  38. ଜି ଉଦୟଗିରି– ସାଲୁଗା ପ୍ରଧାନ
  39. କଣ୍ଟାମାଳ– ମହିଧର ରଣା
  40. ବୌଦ୍ଧ– ପ୍ରଦୀପ କୁମାର ଅମାତ
  41. ବଡମ୍ବା– ଦେବୀ ପ୍ରସାଦ ମିଶ୍ର
  42. ବାଙ୍କୀ– ଦେବୀରଞ୍ଜନ ତ୍ରିପାଠୀ
  43. ଆଠଗଡ– ରଣେନ୍ଦ୍ର ପ୍ରତାପ ସ୍ୱାଇ
  44. କଟକ ଚୌଦାର– ସୌଭିକ ବିଶ୍ୱାଳ
  45. ନିଆଳି– ପ୍ରମୋଦ ମଲ୍ଲିକ
  46. କଟକ ସଦର– ଚନ୍ଦ୍ରସାରଥୀ ବେହେରା
  47. ପାଟକୁରା– ଅରବିନ୍ଦ ମହାପାତ୍ର
  48. ଆଳି– ପ୍ରତାପ ଦେବ
  49. ରାଜନଗର– ଧ୍ରୁବ ସାହୁ
  50. ମହାକାଳପଡା– ଅତନୁ ସବ୍ୟସାଚ୍ଚୀ ନାୟକ
  51. ପୁରୀ– ସୁନୀଲ ମହାନ୍ତି
  52. ବ୍ରହ୍ମଗିରି– ଉମାକାନ୍ତ ସାମନ୍ତରାୟ
  53. ସତ୍ୟବାଦୀ– ସଞ୍ଜୟ ଦାସବର୍ମା
  54. ପିପିଲି– ରୁଦ୍ର ପ୍ରସାଦ ମହାରଥୀ
  55. ଜଟଣୀ– ବିଭୂତି ବଳବନ୍ତରାୟ
  56. ରଣପୁର– ସତ୍ୟନାରାୟଣ ପ୍ରଧାନ
  57. ଦଶପଲ୍ଲା– ରମେଶ ଚନ୍ଦ୍ର ବେହେରା
  58. ନୟାଗଡ– ଅରୁଣ ସାହୁ
  59. ଭଞ୍ଜନଗର– ବିକ୍ରମ କେଶରୀ ଆରୁଖ
  60. ପୋଲସରା– ଶ୍ରୀକାନ୍ତ ସାହୁ
  61. କବିସୂର୍ଯ୍ୟନଗର– ଲତିକା ପ୍ରଧାନ
  62. ଛତ୍ରପୁର– ସୁବାଷ ଚନ୍ଦ୍ର ବେହେରା
  63. ସୋରଡା– ସଂଘମିତ୍ରା ସ୍ୱାଇଁ
  64. ହିଞ୍ଜିଳି– ନବୀନ ପଟ୍ଟନାୟକ
  65. ଗୋପାଳପୁର– ବିକ୍ରମ କୁମାର ପଣ୍ଡା
  66. ଦିଗପହଣ୍ଡି– ବିପ୍ଲବ ପାତ୍ର
  67. ଚିକିଟି– ଚିନ୍ମୟ ନନ୍ଦ ଶ୍ରୀରୂପଦେବ
  68. କୋଟପାଡ– ଚନ୍ଦ୍ରଶେଖର ମାଝୀ
  69. କୋରାପୁଟ– ରଘୁରାମ ପୋଡାଲ
  70. ମାଲକାନଗିରି– ମାନସ ମାକାମ୍ବୀ
  71. କାଶୀପୁର– ବଦ୍ରିନାରାୟଣ ପାତ୍ର
  72. ପାଟଣା– ଜଗନ୍ନାଥ ନାୟକ
Categories
ଆଜିର ଖବର ରାଜ୍ୟ ଖବର

ଲୋକସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରାର୍ଥୀ ତାଲିକା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବେ ପ୍ରଣବ ପ୍ରକାଶ

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ସମସ୍ତ ଦଳ ଏବେ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଏହିକ୍ରମରେ ଓଡିଶାର ବିଜୁ ଜନତା ଦଳ ମଧ୍ୟ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୯ ଟି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସମ୍ବଲପୁର ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ସୁନ୍ଦର ଗଡ ଆସନ ପାଇଁ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ମୟୂରଭଞ୍ଜରୁ ସୁଦାମ ମାରଣ୍ଡୀ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀ, ଭୁବନେଶ୍ବର ଆସନ ପାଇଁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ସେହିଭଳି କୋରାପୁଟ ଲୋକସଭା ଆସନ ପାଇଁ କୌଶଲ୍ୟା ହିକ୍କକାଙ୍କୁ ଟିକେଟ ମିଳିଥିବା ବେଳେ ଆସ୍କା ଆସନ ପାଇଁ ରଞ୍ଜିତ ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ: ବିଜେଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି। ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି ଯେ, ୟୁଜି ଏବଂ ପିଜି କୋର୍ସରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ଦେଶର କୌଣସି ବି ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ। ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି।

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ ଏବଂ କଲଚୁରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ୍ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫-ଟି ଅଧ୍ୟକ୍ଷ କହଥିଲେ।

ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା, ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ। ଏହାବାଦ୍ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ। ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି-ଭମହୟକ୍ଟଲଲସମସବକ୍ଷଅଶଜ୍ଞବସକ୍ଷ.ମକ୍ଟଜ୍ଞ ଜରିଆରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ।

ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ ଏବଂ ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ କରିବାକୁ ଛାତ୍ର ସମାଜ ପକ୍ଷରୁ ଅନୁରୋଧ କରିବୁ। ଆମର ସଂପୂର୍ଣ୍ଣ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ। ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୩୪ ଯାଏଁ ଛାତ୍ର ଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ। ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି। ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ୱପ୍ରତାପ ସାହୁ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳରୁ ଆଉ ଜଣେ ନେତା ଦଳ ଛାଡିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏନେଇ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପତ୍ରରେ ପୂର୍ଣ୍ଣଚନ୍ଦ୍ର ଲେଖିଛନ୍ତି ଯେ, ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଦଳରେ ରହି ଲୋକମାନଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।

ତେବେ ବିଜେଡ଼ି ରୁ ଇସ୍ତଫା ଦେବା ପରେ ସେ କେଉଁ ଦଳକୁ ଯିବେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେ ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନ ଜିତି ବିଜେଡ଼ିରୁ ୨ ଥର ବିଧାୟକ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ, ବିଧାୟକ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା, କଣାସ ଓ ସତ୍ୟବାଦୀ ବ୍ଲକର ୧୫ ସରପଞ୍ଚ, ୧୪ ସମିତି ସଭ୍ୟ ଏବଂ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, କଣାସ ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାପତି କବିତା ବୈରୀଗଞ୍ଜନ, ପୂର୍ବତନ କଣାସ ବ୍ଲକ ଅଧ୍ୟକ୍ଷ ସୁଶୀଲ ରାଉତ, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ପଟ୍ଟନାୟକ, ସରପଞ୍ଚ ଦୁଃଶାସନ ସ୍ୱାଇଁ, ବିଭୂତି ଭୂଷଣ ବେବର୍ତ୍ତା, ହରଧନ ପ୍ରଧାନ, ମହେଶ୍ୱର ସେଠୀ, ବନମାଳୀ ରାଉତ, ବ୍ରଜକିଶୋର ପାଢୀ, ତ୍ରିନାଥ ବଳିଆରସିଂହ, ସମିତସଭ୍ୟ ଝରଣା ସାମନ୍ତରାୟ, ବଦ୍ରିନାଥ ମହାରଥା, ସଂଗ୍ରାମ କେଶରୀ ଭୁଜବଳ, ଗୌରହରି ନାୟକ, ମନୋରଂଜନ ପାଇକରାୟ, ବାସନ୍ତୀ ବେହେରା, ଜିତେନ୍ଦ୍ର ବେହେରା, ଚିନ୍ମୟୀକୃଷ୍ଣବେଣୀ ଭଞ୍ଜ, ସରସ୍ୱତୀ ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ତ୍ରିଲୋଚନ ନନ୍ଦ ବାବୁଲି ବିଶ୍ୱାଳ, ଲଲାଟ ନିଶଙ୍ଗ, ଶ୍ରୀନିବାସ ହରିଚନ୍ଦନ, ପୂର୍ବତନ ସରପଞ୍ଚ କାହ୍ନୁ ରଣସିଂହ, ରଜନୀକାନ୍ତ ସାମନ୍ତରାୟ, ବାସୁଦେବ ବେହେରା, ପ୍ରତାପ ପଟ୍ଟନାୟକ, ବିରତ ବଳବନ୍ତରାୟ, ହଟ ଛାଟୋଇ, ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର କୁମାର ଛୋଟରାୟ, ସମବାୟ ସମିତି ଦୁଷ୍ମନ୍ତ ପାଲଟାସିଂହ, ବରିଷ୍ଠ ବିଜେପି ନେତା ରଣକାନିଧି ବେହେରା, ନାଏବ ସରପଞ୍ଚ କେଶବ ବଳିଆରସିଂହ, ପ୍ରମୋଦ ଛାଟୋଇ, ଯୁବ ନେତା ପବିତ୍ର ମୋହନ ବାରିକ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଝୁନି ପ୍ରଧାନ, ମଧୁସ୍ମିତା ଖାଟୋଇ, ଗ୍ରାମପଞ୍ଚାୟତ ବିଜେପି ସଭାପତି ଦୟାନିଧି ସ୍ୱାଇଁ, ନରସିଂହ ଆଚାର୍ଯ୍ୟ, ବିଜେପି ନାଏବ ସରପଞ୍ଚ ସର୍ବେଶ୍ୱର ବରାଳ, ପୂର୍ବତନ ସୋସାଇଟି ସଭାପତି ପ୍ରକାଶ ମହାରାଥୀ, ନାଏବ ସରପଞ୍ଚ ଭ୍ରମର ପରିଡା, କଂଗ୍ରେସ ନେତା ଧଡିଆ ସ୍ୱାଇଁ, ସୁଦର୍ଶନ ସାହୁ, ଭାସ୍କର ଜେନା, ମାନଓ ପ୍ରଧାନ, ପ୍ରଭାକର ପ୍ରଧାନ, ବିଚିତ୍ରା ପ୍ରଧାନ, ପ୍ରସନ୍ନ କୁମାର ସୁକରୀ, ବେଣୁଧର ପ୍ରଧାନ, ବାପୁ ନାୟକ, ପ୍ରସନ୍ନ ନାୟକ, ରଞ୍ଜନ ବାରିକ, ସତ୍ୟପ୍ରିୟା ବଳିୟାରସିଂହ, ଧବଳେଶ୍ୱର ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ରାଜକିଶୋର ରଣସିଂହ, ପଠାଣି ଜେନା, ବିଜୟ ଶ୍ରୀଚନ୍ଦନ, ବାସନ୍ତୀ ବେହେରା, ପ୍ରକାଶ କୁମାର ସ୍ୱାଇଁ, ପ୍ରଭାତ କୁମାର ସାମନ୍ତରା, ଦିଲ୍ଲୀପ କୁମାର ପ୍ରଧାନ, ନିରଞ୍ଜନ ବରାଳ, ରଘୁନାଥ ପଟ୍ଟନାୟକ, ଅମୀୟ କୁମାର ବେହେରା, ପୟା ବରାଳ, ଧଡ଼ିଆ ପାତ୍ର, କନୁ ନାୟକ, ଗନ୍ଧର୍ବ ମଲ୍ଲିକ, ନବ ବାରିକ, କାଳୁ ବେହେରା, ସିଲୁ ପଟ୍ଟନାୟକ, ଚନ୍ଦୁ ମହାନ୍ତି, ଭଗବାନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରାଉତରାୟ, ଭାଗବତ ମହାପାତ୍ର, ଗୋଲକ ପ୍ରଧାନ, ବିରଞ୍ଚି ନାରାୟଣ ଦାସ, ଦେବାଶିଷ ବେହେରା, ସୁରେନ୍ଦ୍ର ମହାନ୍ତି, ଉପେନ୍ଦ୍ର ବେହେରା, ଛବି ପ୍ରଧାନ, ରବି ବେହେରା, ଜଟିଆ ପ୍ରଧାନ, ବିଜୟ ବେହେରା, ଅଶୋକ ପ୍ରଧାନ, ସବୁଜ ମିଶ୍ର, ଅଶ୍ୱିନୀ ମହାପାତ୍ର, ନାରାୟଣ ମିଶ୍ର, ପ୍ରମୋଦ ମିଶ୍ର, ପ୍ରମୋଦ ଗୁରୁ, ବାୟା ରାଜଗୁରୁ, ମୁଳ ଅଳସା, ମିଥୁନ ପ୍ରଧାନ, ସତ୍ୟପୀର ବଳିଆରସିଂହ, ଲକ୍ଷ୍ମୀଧର ପ୍ରଧାନ, ପ୍ରଭାକର ରାଉତରାୟ, ଦେବରାଜ ଗଜେନ୍ଦ୍ର, ଉମାକାନ୍ତ ପଣ୍ଠୋଇ, ବିକ୍ରମ ସୁନ୍ଦରାୟ, ହର ମୋହନ ନାୟକ, ପ୍ରତାପ କୁମାର ପଟ୍ଟନାୟକ, ସୁମନ୍ତ ବଳବନ୍ତରାୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକାର ପାତ୍ର ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଡେରାବିଶ ବ୍ଲକର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବିଜେଡି ନେତା ସରୋଜକାନ୍ତ ସାହୁ ଏବଂ ପ୍ରଭାତୀ ମଲ୍ଲିକ, ଡ.ପ୍ରିୟବ୍ରତ ମିଶ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଟିକଟ ଓ ପଦ ପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି ମହତାବ: ବିଜେଡି

ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳରୁ ସାଂସଦ ଟିକଟ ଦିଆ ଯାଇ ଦିଲ୍ଲୀ ପଠା ଯାଇଥିଲା ଓ ୨୦୧୪ ଓ ୨୦୧୯ରେ ଶେଷ ମୂହୁର୍ତ୍ତରେ ଟିକଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନଥିଲା ଓ ସେ ଦିନକୁ ଦିନ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ ଓ ସେ ଜାଣିସାରିଥିଲେ ଯେ, ଏଥର ସେ ଟିକଟ ପାଇବେ ନାହିଁ।

ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ ଓ ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ। ଟିକଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପିକୁ ଯାଉଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଆସିଲା ବଡ ଖବର: ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଓଡିଶାରେ ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦ୍ଵାରା ସୋସିଆଲ ମିଡ଼ିଆରେ କରାଯାଇଥିବା ପୋଷ୍ଟକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମନମୋହନଙ୍କ ଏକ୍ସ ର ଏକ ପୋଷ୍ଟ ପରେ ବର୍ତ୍ତମାନ ବିଜେଡ଼ି-ବିଜେପି ମେଣ୍ଟର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ମନମୋହନ ଏକ୍ସ ରେ ଲେଖିଛନ୍ତି ଯେ, ରାଜ୍ୟରେ ଏଥର ବିଜେପି ଏକାକୀ ଲଢିବ। ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମନମୋହନ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି।

ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ରେ ମିଶିବା ପରେ କ’ଣ କହିଲେ ଅରିନ୍ଦମ?

ଭୁବନେଶ୍ଵର: ଓଡ଼ିଶାରେ ସାଂସଦ ଓ ବିଧାୟକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଇସ୍ତଫା ଦେବା ସହିତ ତତ୍କାଳ ଅରିନ୍ଦମ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳ ବଳ ସହିତ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ଲୋକଙ୍କ ସହ ସମ୍ପର୍କ ରଖିଥିବା ଜଣେ ଗତିଶୀଳ ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଅରିନ୍ଦମ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ।

ଇସ୍ତଫା ପତ୍ରରେ ଅରିନ୍ଦମ ଲେଖିଛନ୍ତି ଯେ, ସେ ୨୦୦୯ରୁ ବିଜୁ ଜନତା ଦଳରେ କାର୍ଯ୍ୟ କରୁଛନ୍ତି ଏବଂ ୨୦୧୪ରୁ ଆପଣଙ୍କ ଦଳର ଷ୍ଟାର ପ୍ରଚାରକ ଅଛନ୍ତି। କଟକ, ତିର୍ତ୍ତୋଲ, ତିର୍ତ୍ତୋଲ ଉପନିର୍ବାଚନ, କୋରାପୁଟ (ଜିଲ୍ଲା ପରିଷଦ ଓ ପୌର ନିର୍ବାଚନ)ର ବିଭିନ୍ନ ନିର୍ବାଚନରେ ସେ ତୃଣମୂଳ ସ୍ତରରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି। କିନ୍ତୁ ଭାରି ହୃଦୟରେ ମୁଁ ଦୁଃଖର ସହ କହୁଛି ଯେ ମୋ କାମକୁ ଏପର୍ଯ୍ୟନ୍ତ ଆପଣ କିମ୍ବା ଆପଣଙ୍କ ନିଯୁକ୍ତ ସଦସ୍ୟମାନେ ସ୍ୱୀକୃତି ଦେଇନାହାଁନ୍ତି। ମୁଁ କିଛି ଦିନ ହେବ ମୋ ନେତା, ଅର୍ଥାତ୍ ଆପଣ, ଭେଟିବାକୁ ଚେଷ୍ଟା କରୁଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କୁ ଭେଟିବାର ସୁଯୋଗ ପାଇନଥିଲି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ତେଣୁ ବିଜେଡି ସୁପ୍ରିମୋଙ୍କୁ ଭେଟିବାର ମାନଦଣ୍ଡରେ ସେ ସନ୍ତୁଷ୍ଟ ନୁହଁନ୍ତି ଏବଂ ଦଳରେ ତାଙ୍କର କୌଣସି ସ୍ଥାନ ନାହିଁ ବୋଲି ସେ ଅନୁଭବ କରିଛନ୍ତି। ଶ୍ରୀ ରାୟ ବିଜେଡି ସାଧାରଣ ସମ୍ପାଦକ ଓ ଶାସକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମୁଁ ଆଶା କରୁଛି ତୁମେ ମୋ ସ୍ଥିତି ବୁଝିବ ଏବଂ ମୋ ପ୍ରତି କୌଣସି କ୍ରୋଧ ରଖିବ ନାହିଁ।

ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପିର ବରିଷ୍ଠ ନେତାଙ୍କୁ ଭେଟି ଓଡ଼ିଶାରେ ରେଳବାଇର ବିକାଶ ନେଇ ଆଲୋଚନା କରିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ

ଭୁବନେଶ୍ଵର: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡ଼ିଛି। ଗତ ୬ ତାରିଖ ଦିନ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ବିଜେପିର କୋର କମିଟି ବୈଠକ ପରେ ଏବେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ଆହୁରି ବଢ଼ିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଯାହା ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ବିଜେପି ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି।

କୁହାଯାଉଛି, କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ଼ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାୱାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡ଼ିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏବେ ଆସନ୍ତୁ ଜାଣିବା କଂଗ୍ରେସ ନିଯୁକ୍ତ କରିଥିବା ଏହି ନିର୍ବନୀ ରଣନୀତିକାର କିଏ।

ଅଗାମୀ ଲୋକସଭା ନିର୍ବାଚନର ରାଜ୍ୟ କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ହେଉଛନ୍ତି ୪୨ବର୍ଷିୟ ସୁନୀଲ କାନୁଗୋଲୁ। ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ପ୍ରସ୍ତୁତ କରୁଛନ୍ତି ରୋଡମ୍ୟାପ୍‌। ତାଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ରାଜ୍ୟରେ ଅନେକ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ଭୁବନେଶ୍ୱରରେ ଟିମ୍‌ର ବଛାବଛା ସଦସ୍ୟ ଟିମର ତଥ୍ୟ ସଂଗୃହୀତ କରି ନୂଆଦିଲ୍ଲୀ ସ୍ଥିତି ଦଳର ମୁଖ୍ୟାଳୟକୁ ପଠାଉଛନ୍ତି। ଦଳ କେଉଁ କେଉଁ ସମସ୍ୟା ସାମ୍ନା କରିବାକୁ ଯାଉଛି ଆଉ ଏହାର କିପରି ସମାଧାନ କରାଯାଇପାରିବ ଏନେଇ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ରାହୁଲ ଗାନ୍ଧୀଙ୍କୁ ଏକ ସ୍ୱତନ୍ତ୍ର ରିପୋର୍ଟ ପଠାଇଥିବା ଜଣାପଡ଼ିଛି। ଏଥିରେ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରତମତଃ ରାଜ୍ୟରେ ଦଳ ନିକଟରେ ଆର୍ଥିକ ସମସ୍ୟା ରହିଥିବା କୁହାଯାଉଛି। ଦ୍ୱିତୀୟ, ଦଳ ପାଖରେ ପୁଳା ପୁଳା ପ୍ରସଙ୍ଗ ରହିଥିଲେ ବି ଲୋକଙ୍କ ପାଖକୁ ଯାଇ ମୁଦ୍ଦା ଉଠାଇପାରୁନି ଦଳ। ତୃତୀୟତଃ ବିଶ୍ୱାସଯୋଗ୍ୟ ନେତା ନ ପାଇଁ କଂଗ୍ରେସକର୍ମୀ ଏକ ପ୍ରକାର ଦିଗହୀନ ହୋଇପଡ଼ିଛନ୍ତି। ଚତୁର୍ଥରେ ଦକ୍ଷିଣ ଓଡ଼ିଶାରେ ଦଳ ପ୍ରତି ବିପୁଳ ସମର୍ଥନ ରହିଛି ହେଲେ ଗୋଷ୍ଠୀ କନ୍ଦଳ ଦଳକୁ ପଛକୁ ଟାଣୁଛି। ଟିମ୍‌ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଆହୁରି କହିଛନ୍ତି, ରାଜ୍ୟରେ ଦଳ ଭାଗ ଭାଗ ହୋଇଥିବା କାରଣରୁ ଜାତୀୟ ସ୍ତରରେ ଚାଲିଥିବା କୃଷି ଆନ୍ଦୋଳନର ପ୍ରଭାବ ଏଠାରେ ପଡ଼ୁନାହିଁ। ଓଡିଶାରେ ଚାଷୀଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁପାରିଶ କରିଛନ୍ତି ସୁନୀଲ।

୨୦୨୨ ଏପ୍ରିଲରେ ସେ ପାର୍ଟିର ଷ୍ଟ୍ରାଟେଜି ଷ୍ଟ୍ରାଟେଜି ପ୍ଲାନର ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ଗତବର୍ଷ କଂଗ୍ରେସ ଆରମ୍ଭ ହୋଇଥିବା ‘ଭାରତ ଯୋଡଯାତ୍ରା’ର ମାଷ୍ଟର ପ୍ଲାନ ମଧ୍ୟ କାନୁଗୋଲୁ ଥିଲେ। ସେ ରାହୁଲଙ୍କ ଜଣେ ନିକଟତର ପରାମର୍ଶଦାତା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ ସାମିଲ କରାଯାଇଥିଲା। ଏଥିରେ ମହାଙ୍ଗା ବିଧାୟକ ପ୍ରତାପ ଜେନା, ଅଂଶମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ରାଉତ ପ୍ରମୁଖ ଅରବିନ୍ଦଙ୍କୁ ଦଳରେ ସାମିଲ କରାଇଥିଲେ।

ମିଶ୍ରଣ ପରେ ସେ ମିଡିଆଙ୍କୁ କହିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର କଥା। ଆଜି ମୁଁ ବିଜେଡିରେ ଯୋଗ ଦେଇଛି। ବହୁଦିନ ଧରି ପାଟକୁରା ଅଞ୍ଚଳରେ କାମ କରୁଛି। ବିଜେଡିରେ ଯୋଗଦେବା ପୂର୍ବରୁ ମୁଁ ପାଟକୁରା ଲୋକଙ୍କ ସହିତ କଥା ହୋଇଛି। ସେମାନଙ୍କ ମତରେ ମୁଁ ବିଜେଡିରେ ଯୋଗ ଦେଲି। ଏହି ଉପଲକ୍ଷେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ତେବେ ତାଙ୍କର ବାପା ବିଜୟ ମହାପାତ୍ର ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ସେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହିତ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ତାହା ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଅନିଶ୍ଚିତତା ଭିତରେ ରହିଛି ବିଜେଡିର ଛଅ ମନ୍ତ୍ରୀଙ୍କ ଟିକେଟ, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ବର: ଏକ ଅନିଶ୍ଚିତତା ଭିତରେ ରହିଛି ବିଜେଡି ସରକାରର ଛଅ ମନ୍ତ୍ରୀଙ୍କ ଭାଗ୍ୟ। ସେମାନଙ୍କ ଏଥର ସୁପ୍ରିମ ଟିକେଟ ଦେବେ କି ନାହିଁ ସେ ନେଇ କୌଣସି ଶୁଭ ସଙ୍କେତ ଦେଖାଯାଉ ନାହିଁ। ଏପରିକି ଏହି ଛଅଜଣ ବିଧାୟକ ତାଙ୍କ ଟିକେଟକୁ ନେଇ ସନ୍ଦେହ ମଧ୍ୟରେ ମଧ୍ୟ ରହିଛନ୍ତି। ସେମାନେ ଅନୁଭବ କରିସାରିଲେଣି ଯେ, ଏଥର ତାଙ୍କୁ ଟିକେଟ ମିଳିବ ନାହିଁ।

ମୁଖ୍ୟତଃ ଦୁର୍ବଳ ସଂଗଠନ ସେମାନଙ୍କ ପାଇଁ କାଳ ହୋଇଛି। ଆଉ କେତେକ ସେମାନଙ୍କ ବିଭାଗରେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ କରିପାରି ନାହାଁନ୍ତି। ଯେଉଁ ଛଅ ମନ୍ତ୍ରୀଙ୍କ ସଂପର୍କରେ ଆଲୋଚନା ହେଉଛି ସେମାନେ ହେଲେ ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା, ଉଷା ଦେବୀ, ସାରଦା ନାୟକ, ସୁଦାମ ମାରାଣ୍ଡି ଏବଂ ରିତା ସାହୁ। ଏମାନଙ୍କ ବଦଳରେ ନୂଆ ଚେହେରା ଦେବା ପାଇଁ ଦଳ ଚିନ୍ତା କରୁଛି।

ତୁଷାରକାନ୍ତି ବେହେରା ବର୍ତ୍ତମାନ ନବୀନ ନିବାସରେ ଭଲ ସଂପର୍କରେ ଥିଲେ ମଧ୍ୟ ନିର୍ବାଚନ ମଣ୍ଡଳିରେ ସେ ଲୋକ ସଂପର୍କରେ ନାହାଁନ୍ତି। ସେହିପରି ସେ ସେହି ସ୍ଥାନୀୟ ଲୋକ ହୋଇ ନ ଥିବାରୁ ତାଙ୍କ ବିରୋଧରେ ସ୍ବର ଉଠିଲାଣି। ସେହିପରି ମନ୍ତ୍ରୀ ଉଷା ଦେବୀ ବର୍ତ୍ତମାନ ବୟସାଧିକ ଯୋଗୁଁ ଦଳ ଟିକେଟ ଦେବ ନାହିଁ ବୋଲି ନିଷ୍ପତି କରିଛି। ଅନ୍ୟପଟେ ଉଷାଦେବୀ ତାଙ୍କ ନିର୍ବାଚନ ମଣ୍ଡଳିରେ ସକ୍ରିୟ ନାହାଁନ୍ତି।

ସେହିପରି ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି, ସାରଦା ନାୟକ ଏବଂ ରିତା ସାହୁ ଦଳର ଭଲ ଦୃଷ୍ଟିରେ ନାହାଁନ୍ତି। ମୁଖ୍ୟତଃ ନିର୍ବାଚନ ମଣ୍ଡଳିରୁ ଯେଉଁ ରିପୋର୍ଟ ଆସିଛି ସେଥିରେ ଏମାନଙ୍କର ସ୍ଥିତି ଭଲ ନାହିଁ ବୋଲି ପ୍ରକାଶ ପାଇଛି। ସେମାନଙ୍କୁ ଦଳ ଯଦି ରିପିଟ କରେ ତେବେ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଇଛି। ଫଳରେ ସେହି ଅଞ୍ଚଳରେ ଦଳ ବର୍ତ୍ତମାନ ନୂଆ ଚେହେରାକୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛି।