Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା
ଆଜିର ଖବର

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚ଼ିଲିକା ବିଜେପିର ମିଶ୍ରଣ ପର୍ବ
ଚ଼ିଲିକା ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ଵର: ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନଙ୍କ ନେତୃତ୍ୱରେ କୁଲେଇର ପୂର୍ବତନ ସରପଞ୍ଚ ବୈଦେହୀ ନାୟକ, ପୂର୍ବତନ ସମିତିସଭ୍ୟ ଇନ୍ଦ୍ରମଣି ନାୟକ ଏବଂ ୯ ନମ୍ବର ୱାର୍ଡର ସଭ୍ୟା ରଞ୍ଜିତା ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଓ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।

ସମସ୍ତ ନେତୃତ୍ବ ଓ କାର୍ଯ୍ୟକର୍ତ୍ତାଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ଏହି ମିଶ୍ରଣ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ କୁଲେଇ ଗ୍ରା:ପର ପୂର୍ବତନ ସରପଞ୍ଚ ହରିହର ସାହୁ, ପୂର୍ବତନ ସରପଞ୍ଚ ପ୍ରସନ୍ନ ପ୍ରଧାନ, ପଞ୍ଚାୟତ ସଭାପତି ମାଧବ ପ୍ରଧାନ, କାର୍ଯ୍ୟକର୍ତ୍ତା ଗୋଲେଖ ବେହେରା, ଅଜିତ ବେହେରା, ସଞ୍ଜୟ ବେହେରା, ହୃଷୀକେଶ ବିଶ୍ୱାଳ, ଲଳିତ ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

BJD BJP chilika Kulei GP PrithvirajHarichandan ଚିଲିକା ବିଜେପି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026
Latest News

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026

ଭାରତ-ଆମେରିକା ଶୀଘ୍ର ହେବ ବାଣିଜ୍ୟ ଚୁକ୍ତି : ମାର୍କୋ ରୁବିଓ

October 21, 2026

ଆୟକର ନିୟମରେ ବଡ଼ ପରିବର୍ତ୍ତନ! TDS ପାଇଁ ଆଉ ୪ଟି ଫର୍ମ ନୁହେଁ, ଗୋଟିଏ ଫର୍ମରେ ହେବ ସବୁ କାମ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.