Categories
ଆଜିର ଖବର ରାଜ୍ୟ ଖବର

ବଦଳିଲା ପୁରୀ ଜିଲ୍ଲାସ୍ତରୀୟ ପରେଡ ଗ୍ରାଉଣ୍ଡ

ସମୀକ୍ଷା ବ୍ୟୁରୋ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ ଗ୍ରାଉଣ୍ଡର ସ୍ଥାନ ବଦଳିଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶରଧା ବାଲିରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍‌ରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନମନ୍ତ୍ରୀ ପ୍ରତାପ ଜେନା । ସେହିପରି ଚଳିତଥର ମୁଖ୍ୟମନ୍ତ୍ରୀ କଟକଠାରେ ପତାକା ଉତ୍ତୋଳନ କରିବେ ନାହିଁ। ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଚଳିତ ଥର କଟକଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ ।

Categories
ଆଜିର ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ବର, ୧୦/୧୨: ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି ଯେ,  ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ୟୁପିରେ ୨୧୮ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନେଇ ୟୁପି କ୍ୟାବିନେଟ୍‌ ମଞ୍ଜୁର କରିଥିଲା । (ଏଜେନ୍ସି)