ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ

Published: Dec 10, 2019, 1:18 pm IST

ଭୁବନେଶ୍ବର, ୧୦/୧୨: ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି ଯେ,  ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ୟୁପିରେ ୨୧୮ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନେଇ ୟୁପି କ୍ୟାବିନେଟ୍‌ ମଞ୍ଜୁର କରିଥିଲା । (ଏଜେନ୍ସି)

Related posts