Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କିଏ ହେବ ବିଧାନସଭାରେ ବିରୋଧୀ ଦଳ ନେତା?: ଘୋଷଣା କଲା ବିଜେଡ଼ି
ରାଜ୍ୟ ଖବର

କିଏ ହେବ ବିଧାନସଭାରେ ବିରୋଧୀ ଦଳ ନେତା?: ଘୋଷଣା କଲା ବିଜେଡ଼ି

June 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଜେଡି ସଭାପତି ନବୀନ ପଟ୍ଟନାୟକ ହେବେ ବିଧାନସଭାରେ ବିରୋଧୀ ଦଳ ନେତା। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଓ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଛନ୍ତି। ବିଜେଡି ବିଧାୟକ ଦଳର ଉପମୁଖ୍ୟ ସଚେତକ ରୂପେ ପ୍ରତାପ କେଶରୀ ଦେବଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଛି।

ଆଜି ଅପରାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ୫୧ ବିଧାୟକଙ୍କ ସହ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରମିଳା ମଲ୍ଲିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଔପଚାରିକ ଭାବରେ ବୈଠକକୁ ଆରମ୍ଭ କରିଥିଲେ। ଏହି ଅବସରରେ ବିଜେଡି ବିଧାୟକ ଦଳ ନେତା ଭାବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ପାଇଁ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଦେଇଥିଲେ ଓ ବିଧାୟକ ଡ଼. ଅରୁଣ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ। ନବୀନଙ୍କୁ ବିଜେଡି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିବା ପାଇଁ ଏହି ପ୍ରସ୍ତାବକୁ ଦଳର ସମସ୍ତ ବିଧାୟକ ସମର୍ଥନ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳ ଉପନେତା ଓ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ଭାବରେ ନିର୍ବାଚିତ କରାଯାଇଥିଲା। ସେହିପରି ବିଧାୟକ ପ୍ରତାପ କେଶରୀ ଦେବ ଉପମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଥିଲେ।

ଏହି ଅବସରରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଧାନସଭାରେ ବିଜେଡିର ଭୂମିକା ସମ୍ପର୍କରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟର ହିତ ନିମନ୍ତେ ତାଙ୍କ ଦଳ ଦ୍ୱାରା ଯାହା ସମ୍ଭବ ତାହା କରିବ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ବିଧାନସଭାରେ ସ୍ୱର ଉଠାଇବ ବୋଲି କହିଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଶେଷରେ ବିଧାୟକ ବ୍ୟୋମକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

BJD naveen pattanaik Odisha
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.