Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ୧୫ ପର୍ଯ୍ୟନ୍ତ ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ
ଜାତୀୟ ଖବର

ଆଜିଠାରୁ ୧୫ ପର୍ଯ୍ୟନ୍ତ ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

August 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରି ନାଗରିକମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପତାକା ସହ ସେଲ୍ଫି ଉଠାଇ ଏହାକୁ harghartiranga.com ରେ ଅପଲୋଡ୍ କରିବାକୁ କେନ୍ଦ୍ର ମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ୨୦୨୨ ମସିହାରେ ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଆରମ୍ଭ ହୋଇଥିବା ‘‘ହର ଘର ତିରଙ୍ଗା’’ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯାହାକୁ ସାରା ଦେଶରେ ସମାଜର ବିଭିନ୍ନ ବର୍ଗ ଗ୍ରହଣ କରିଛନ୍ତି। ୨୦୨୨ରେ ୨୩ କୋଟିରୁ ଅଧିକ ଘରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ୬ କୋଟି ଲୋକ ପତାକା ସହ ସେଲ୍ଫି ଉଠାରେ harghartiranga.com ଅପଲୋଡ୍ କରିଥିଲେ। ୨୦୨୩ରେ ହର ଘର ତିରଙ୍ଗା ଅଭିଯାନ ଅଧୀନରେ ୧୦ କୋଟିରୁ ଅଧିକ ସେଲ୍ଫି ଅପଲୋଡ୍ କରାଯାଇଥିଲା।

ଏହି ଅଭିଯାନର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସକ୍ରିୟ ଭାବରେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରମୁଖ ଉଦ୍ୟୋଗ ଭାଗୀଦାର, ଇ-କମର୍ସ ପ୍ଲାଟଫର୍ମ, ରେଳବାଇ, ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ମଧ୍ୟ ସୂଚନା ପ୍ରସାରଣ କରିବା ଏବଂ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ସମଗ୍ର ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟାପକ ପତାକା ଉତ୍ପାଦନ ଏବଂ ଯୋଗାଣ ପାଇଁ ସକ୍ରିୟ ଭାବରେ ଯୋଗଦାନ କରୁଛନ୍ତି। ଏହି ସହଯୋଗୀ ପ୍ରୟାସ ମାଧ୍ୟମରେ ଜାତୀୟ ପତାକାକୁ ସମ୍ମାନିତ କରିବାର ସ୍ୱପ୍ନକୁ ଭାରତବାସୀ ସାକାର କରୁଛନ୍ତି। ଏହା ଦେଶବାସୀଙ୍କ ପାଇଁ ଆଉ ଏକ ଐତିହାସିକ ଉତ୍ସବରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ଅଧିକ ବିବରଣୀ ପ୍ରଦାନ କରି ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି ଯେ ହର ଘର ତିରଙ୍ଗା ଉତ୍ସବର ଏକ ଅଂଶ ଭାବରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେଗୁଡ଼ିକ ମଧ୍ୟରେ ରହିଛି:

ତ୍ରିରଙ୍ଗା ଦୌଡ଼: ଦେଶପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ବିଭିନ୍ନ ସହରରେ ଆୟୋଜିତ ହେବ ତ୍ରିରଙ୍ଗା ଦୌଡ଼।

ତିରଙ୍ଗା କନସର୍ଟ: ଆମ ଜାତୀୟ ଐତିହ୍ୟକୁ ପାଳନ କରିବା ପାଇଁ ଦେଶାତ୍ମବୋଧକ ଗୀତ କୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ।

ପଥପ୍ରାନ୍ତ ନାଟକ: ଏକତା ଏବଂ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ପାଇଁ ସ୍ଥାନୀୟ ନାଟକ ପ୍ରଦର୍ଶନ।

ଚିତ୍ରାଙ୍କନ ପ୍ରତିଯୋଗିତା: ଦେଶ ପ୍ରତି ଭଲ ପାଇବାର କଳାତ୍ମକ ଅଭିବ୍ୟକ୍ତିରେ ଯୁବବର୍ଗ ଓ ଛୋଟ ପିଲାମାନଙ୍କୁ ଆକର୍ଷିତ କରିବା।

ତିରଙ୍ଗାର ବିକାଶ ଉପରେ ପ୍ରଦର୍ଶନୀ: ଜାତୀୟ ପତାକାର ଇତିହାସ ଏବଂ ମହତ୍ତ୍ୱକୁ ପ୍ରଦର୍ଶିତ କରିବା।

ଫ୍ଲାସ୍ ମୋବ୍ସ: ସର୍ବସାଧାରଣ ସ୍ଥାନରେ ଜାତୀୟ ଗୌରବର ଉତ୍ସାହଜନକ ପ୍ରଦର୍ଶନ।

ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା

ଏହି ଅଭିଯାନର ଏକ ବିଶେଷତ୍ୱ ହେଉଛି ଅଗଷ୍ଟ ୧୩ ତାରିଖ ସକାଳ ୮ଟାରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂସଦମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା। ଏହି ଶୋଭାଯାତ୍ରା ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ପ୍ରଗତି ମଇଦାନରୁ ଆରମ୍ଭ ହୋଇ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଶେଷ ହୋଇ ଇଣ୍ଡିଆ ଗେଟ୍ ଦେଇ ଯିବ।

ଗଜେନ୍ଦ୍ର ସିଂହ ଶେଖାୱତ ହର ଘର ତିରଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.