Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ କିଏ ଯିବ ରାଜ୍ୟସଭା, ଏହାକୁ ନେଇ ଆରମ୍ଭ ହେଲା କଳ୍ପନା ଜଳ୍ପନା
ଜାତୀୟ ଖବର

ଓଡିଶାରୁ କିଏ ଯିବ ରାଜ୍ୟସଭା, ଏହାକୁ ନେଇ ଆରମ୍ଭ ହେଲା କଳ୍ପନା ଜଳ୍ପନା

August 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରୁ କିଏ ଯିବ ରାଜ୍ୟସଭା, ଏହାକୁ ନେଇ ଆରମ୍ଭ ହେଲା କଳ୍ପନା ଜଳ୍ପନା

ଭୁବନେଶ୍ବର: ଓଡିଶାର ଖାଲିପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇସାରିଛି। ସେହି ଅନୁସାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ।

ବିଜେଡି ନେତ୍ରୀ ମମତା ମହାନ୍ତ ହଠାତ ରାଜ୍ୟସଭା ସାଂସଦ ପଦରୁ ଏବଂ ଦଳରୁ ଇସ୍ତଫା ପ୍ରଦାନ କରି ବିଜେପିରେ ସାମିଲ ହୋଇଛନ୍ତି। ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡିଛି। ତେବେ ବର୍ତ୍ତମାନ ଏହାର ଉପନିର୍ବାଚନ ହେଲେ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ପୁଣି ଥରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ହେବେ। ସେଥିପାଇଁ କୁଆଡେ ତାଙ୍କୁ ପ୍ରତିଶୃତି ଦିଆଯାଇଛି ବୋଲି କୁହାଯାଉଛି। ସେ ବିଜେପିର ସାଂସଦ ଭାବେ କାର୍ଯ୍ୟ କରିବେ। ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ସର୍ବାଗ୍ରେ ରହିଛି। ତାଙ୍କ ନେତୃତ୍ବରେ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିଛି। ସେଥିପାଇଁ ତାଙ୍କୁ ରାଜ୍ୟସଭା ପଠାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।

ତେବେ ଏହି ଦୁଇ ଜଣ ପରେ ଆଉ ଯାହା ନାମ ଆସୁଛି ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଶେଶ୍ବର ଟୁଡୁ। କାରଣ ହେଲା ଦଳ ଏଥର ବିଶେଶ୍ବରଙ୍କୁ ଟିକେଟ ଦେଲା ନାହିଁ। ତଥାପି ସେ ଦଳତ୍ୟାଗ ନ କରି ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି। ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟସଭାକୁ ପଠାଯିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ତେବେ ଭିତିରଆ ସୁତ୍ର ଅନୁସାରେ ମନମୋହନ ସାମଲଙ୍କୁ ଦିଲ୍ଲୀର ଏକ ଶକ୍ତିଶାଳି ଗୋଷ୍ଟୀ ପ୍ରବଳ ବିରୋଧ କରୁଛନ୍ତି। ସେ ଯେପରି କେନ୍ଦ୍ର ରାଜନୀତିକୁ ନ ଆସନ୍ତୁ ସେଥିପାଇଁ ସବୁପ୍ରକାରର ପ୍ରଚେଷ୍ଠା ଜାରୀ ରହିଛି। ଏହି ଗୋଷ୍ଠୀ ଯଦି ସଫଳ ହୁଅନ୍ତି ତେବେ ମନମୋହନଙ୍କ ରାଜ୍ୟସଭା ସାଂସଦ ଆଶା ମଉଳିଯିବ। ଶେଷରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯିବ।

rajyasabha Rajyasabha Election ଓଡିଶାରେ ରାଜ୍ୟସଭା ନିର୍ବାଚନ ମନମୋହନ ସାମଲ ମମତା ମହାନ୍ତ ରାଜ୍ୟସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.